ଭୁବନେଶ୍ବର: ଗୋଟିଏ ନୁହେଁ ଏକା ସାଙ୍ଗରେ ଦୁଇଟି ଗିନିଜ ୱାର୍ଲଡ ରେକର୍ଡକୁ ନିଜ ନାଁରେ କରିଛନ୍ତି ଓଡ଼ିଆ ପୁଅ ଅମନ ଛତ୍ରିଆ । ଗୋଟିଏ ମିନିଟରେ ସର୍ବାଧିକ କିପ ଅପ୍ସ (Most kip-ups in one minute) ଓ ଗୋଟିଏ ମିନିଟରେ ହାତର ବ୍ୟବହାର ବିନା ସର୍ବାଧିକ କିପ ଅପ୍ସ( Most no handed kip-ups in one minute) କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଅମନ ।
ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଅଞ୍ଚଳରେ ଅମନଙ୍କ ଘର । ଭୁବନେଶ୍ବର ହାଇଟେକ କଲେଜରେ ବର୍ତ୍ତମାନ ସେ ବି-ଫାର୍ମା ପାଠ ପଢୁଛନ୍ତି । ମୋଷ୍ଟ କିପ ଅପ୍ସ ଇନ ୱାନ ମିନିଟରେ 47ଟି ଓ ମୋଷ୍ଟ ନୋ ହ୍ୟାଣ୍ଡେଡ କିପ-ଅପ୍ସ ଇନ ୱାନ ମିନିଟରେ 37ଟି କିପ ଅପ୍ସ କରି ଏହି ବିରଳ ରେକର୍ଡ କରିଥିବାର କହିଛନ୍ତି ଅମନ ।
ବର୍ତ୍ତମାନ ଗିନିଜ ୱାର୍ଲଡ ରେକର୍ଡ ପକ୍ଷରୁ ତାଙ୍କର ରେକର୍ଡ ମଞ୍ଜୁର ହୋଇଥିବା ବେଳେ ଖୁବଶୀଘ୍ର ପ୍ରମାଣ ପତ୍ର ମଧ୍ୟ ମିଳିବାର ସୂଚନା ମିଳିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ