ଭୁବନେଶ୍ବର: ମହାନଗର ନିଗମ ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ବୁଧବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ଏହାକୁ ନେଇ ଦ୍ବିତୀୟ ଦିନରେ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ପଦବୀ ପାଇଁ ୧୭୭ ଓ ମେୟର ପାଇଁ ୩ଟି ନାମାଙ୍କନ ପତ୍ର ବିକ୍ରି ହୋଇଛି ।
ଏହାକୁ ମିଶାଇ ମୋଟ ୮ ଜଣ ମେୟର ପ୍ରାର୍ଥୀ ଓ ୩୭୧ ଜଣ କର୍ପୋରେଟର ଫର୍ମ ନେଇଛନ୍ତି । ସେଥିମଧ୍ୟରୁ ୪ ଜଣ କର୍ପୋରେଟର ଅଶାୟୀ ପ୍ରାର୍ଥୀ ଆଜି ନାମାଙ୍କନ ଭରିଛନ୍ତି । ସେପଟେ ନାମାଙ୍କନ ପତ୍ର ଦାଖଲ ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ୧୪ ତାରିଖ ଅପରାହ୍ନ ୫ଟାରେ ବାହାରିବା ପରେ ୨୪ ତାରିଖ ସକାଳ ୮ଠାରୁ ଅପରାହ୍ନ ୫ଟା ଯାଏଁ ମତଦାନ ହେବ ।
ତେବେ ମହାନଗର ନିଗମର ୬୭ ୱାର୍ଡରେ ୭୦୫ ବୁଥରେ ଭୋଟରମାନେ ନିଜ ମତ ସାବ୍ୟସ୍ତ କରିବେ । ଏହା ପରେ ୨୬ ତାରିଖ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହୋଇ ଶେଷରେ ଫଳାଫଳ ପ୍ରକାଶ ପାଇବ ।
ଭୁବନେଶ୍ବରରକୁ ଦେବସ୍ମିତା ରାଉତ, ଇଟିଭି ଭାରତ