ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଦଳୀୟ କର୍ମୀ ଓ ନେତା

author img

By

Published : Jan 16, 2021, 4:41 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେବା ପରେ ଦଳୀୟନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ନିବାସକୁ ଯାଇ ଦଳୀୟ ନେତା ଓ କର୍ମୀ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

no 1 cm naveen pattnaik
ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଦଳୀୟ କର୍ମୀ ଓ ନେତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଦଳୀୟ କର୍ମୀ ଓ ନେତା । ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଖ୍ୟାତିସମ୍ପନ୍ନ ସର୍ଭେ ସଂସ୍ଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନିତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେବା ପରେ ଦଳୀୟନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ପରେ ଦଳୀୟ ନେତା ଓ କର୍ମୀ ଶୁଭେଚ୍ଛା ଜଣାଇଛନ୍ତି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ବିଧାୟକ ଉମା ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି । ଦଳୀୟ ନେତା ଓ କର୍ମୀ ମଧ୍ୟ ସାମିଲ ହୋଇଥିଲେ । ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଆହୁରି ଥରେ ପ୍ରମାଣିତ ହୋଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଦେଶର ଗୋଟିଏ ମୁଖ୍ୟମନ୍ତ୍ରୀ ଲଗାତାର ଭାବେ ପ୍ରଥମ ହେବା ତାଙ୍କର ଲୋକମାନଙ୍କ ପ୍ରତି ଭଲ ପାଇବା ଓ କାର୍ଯ୍ୟର ପ୍ରମାଣ ଦେଉଛି ବୋଲି କହିଛନ୍ତି।

ବୁଧବାର ଏକ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଲୋକପ୍ରିୟତା ତାଲିକାରେ ଶୀର୍ଷରେ ରହିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ନବୀନ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି। ସେହିପରି ଦ୍ଵିତୀୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରହିଥିବାବେଳେ ତୃତୀୟରେ ଅଛନ୍ତି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.