ଭୁବନେଶ୍ବର: ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟର ବ୍ୟବହାର ଆମ ସମାଜରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ଏମଣିଷ ସବୁ କିଛି ଛାଡି ତାର ଅକ୍ତିଆରକୁ ଚାଲିଯିବା ଫଳରେ ଅନେକ ପରିବାର ସର୍ବସ୍ଵ ହରାଇ ନିଶ୍ଚିହ୍ନ ହୋଇଯାଉଛି । ତେଣୁ ଏଭଳି ନିଶା ରାକ୍ଷସ ଲୋକଙ୍କୁ ସଚେତନ କରିବା ଉଦେଶ୍ୟରେ ରବିବାର ପବିତ୍ର ମହାଷ୍ଟମୀରେ ନିଶା ରାକ୍ଷସ ପୋଡାଯାଇଛି ।
ସାମାଜିକ ଅନୁଷ୍ଠାନ 'ଓଡିଶୀ ଇଣ୍ଟରନ୍ୟାସନାଲ ସେଣ୍ଟର' ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ନିକଟ ଲକ୍ଷ୍ମୀପୂଜା ମଣ୍ଡପରେ ଆୟୋଜିତ ଦାଣ୍ଡିଆ ଉତ୍ସବ ଅବସରରେ ଏହା ସମ୍ପନ୍ନ ହୋଇଛି । ଏହାର ତାତ୍ପର୍ଯ୍ୟ ବିଷୟରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ ସାହୁ କୁହନ୍ତି, "ଏହି ନିଶା ଏତେ ମାରାତ୍ମକ ହୋଇଛି ଯେ ଥରେ ତା କବଳରେ ପଡିଛି ତାକୁ ମୁକୁଳାଇବା ଭାରି କଷ୍ଟ । ତେଣୁ ମହାଷ୍ଟମୀ ତିଥିରେ ଯେପେରି ମାଙ୍କ ନିକଟରେ ବଳି ଅର୍ପଣ କରାଯାଏ ଆମେ ସେହିପରି ଲୋକମାନଙ୍କୁ ସଚେତନ କରିବା ଉଦେଶ୍ୟରେ ନିଶାକୁ ଜୀବନରୁ ବଳି ଦେବା ଅର୍ଥାତ ଦୁରେଇବାକୁ ଚାହିଁଛୁ ।"
ଆଜିର ଏହି ଉତ୍ସବରେ ବହୁ ମାନ୍ୟଗଣ ବ୍ୟକ୍ତିମାନେ ଏହି ନିଶା ରାକ୍ଷସ ପୋଡିରେ ଅଂଶଗ୍ରହଣ କରିବା ସହିତ ଦାଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ