ETV Bharat / city

Night Curfew: ରାଜ୍ୟରେ ହଟିଲା ନାଇଟ କର୍ଫ୍ୟୁ - ଓଡ଼ିଶାରୁ ହଟିଲା ନାଇଟ କର୍ଫ୍ୟୁ

କୋଭିଡ଼ କଟକଣାରେ କୋହଳ କଲେ ରାଜ୍ୟ ସରକାର । ଆଜିଠୁ ରାଜ୍ୟରୁ ହଟିଲା ସମ୍ପୂର୍ଣ୍ଣ ନାଇଟ କର୍ଫ୍ୟୁ । ଅଧିକ ପଢନ୍ତୁ

Night Curfew: କୋଭିଡ଼ କଟକଣାରେ କୋହଳ, ରାଜ୍ୟରୁ ହଟିଲା ନାଇଟ କର୍ଫ୍ୟୁ

author img

By

Published : Feb 18, 2022, 1:43 PM IST

ଭୁବନେଶ୍ବର: କୋଭିଡ଼ କଟକଣାରେ ପୁଣି କୋହଳ କଲେ ରାଜ୍ୟ ସରକାର । ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ । ଆଜି(ଶୁକ୍ରବାର) ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ରାତି 10 ଟାରୁ ସକାଳ 5 ଟା ପର୍ଯ୍ୟନ୍ତ ଲାଗିଥିବା କଟକଣା ହଟିଛି। । କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କଟକଣାକୁ କୋହଳ କରାଯାଇଛି ।

Night Curfew: କୋଭିଡ଼ କଟକଣାରେ କୋହଳ, ରାଜ୍ୟରୁ ହଟିଲା ନାଇଟ କର୍ଫ୍ୟୁ
Night Curfew: କୋଭିଡ଼ କଟକଣାରେ କୋହଳ, ରାଜ୍ୟରୁ ହଟିଲା ନାଇଟ କର୍ଫ୍ୟୁ

କଟକଣା ହଟିବା ପରେ ଏଣିକି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସହ ଗାଡି ଚାଳଚଳ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ କାର୍ଯ୍ୟ କରିବେ। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଭିଡ ସଂକ୍ରମଣ କମୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଗତ ଜାନୁଆରୀ ମାସରେ କୋଭିଡ଼ ସଂକ୍ରମଣକୁ ଆଖି ଆଗରେ ରଖି ରାତି 9 ଟା ରୁ ସକାଳ 5 ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କଟକଣା ଲାଗୁ କରିଥିଲେ।

ସଂକ୍ରମଣରେ କିଛି ପରିମାଣ ହ୍ରାସ ଘଟିବାରୁ ନାଇଟ କର୍ଫ୍ୟୁ କୋହଳ କରି ରାତି 9ଟା ପରିବର୍ତ୍ତେ ରାତି 10ଟାରୁ କର୍ଫ୍ୟୁ କଟକଣା ଲାଗୁ କରାଯାଇଥିଲା । ଏବେ ସମ୍ପୂର୍ଣ୍ଣ କଟକଣା ହଟିଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲାଗୁ କରିବା ପାଇଁ SRC ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.