ଭୁବନେଶ୍ବର: 121ଟି ସିଟି ବସ କବାଡି ଦରରେ ବିକ୍ରି ହୋଇଛି । ଏନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛି କ୍ରୁଟ । ଖବରକୁ ଭିତ୍ତିହୀନ ବୋଲି କହିଛନ୍ତି Capital Region Urban Transport (CRUT) କ୍ରୁଟ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ।
ଦୀପ୍ତି କହିଛନ୍ତି ଯେ, ଭୁବନେଶ୍ବର-ପୁରୀ ସିଟି ବସ ସେବା ପାଇଁ 2010ରେ JNNURM ଅଧୀନରେ 125 ସିଟି ବସ କିଣା ଯାଇଥିଲା । 2017 ଯାଏଁ ବସଗୁଡିକର ଏଗ୍ରିମେଣ୍ଟ ବୈଧ ଥିଲା । ଗୋଟେ ବର୍ଷ ସମ୍ପ୍ରସାରଣ କରାଯାଇ ଏହାକୁ 2018 ଯାଏଁ ଚଲାଯାଇଥିଲା । ବସଗୁଡିକର ଏଗ୍ରିମେଣ୍ଟ ଅବଧି ସରିବା ପରେ BMCର ଅନୁରୋଧକ୍ରମେ ସେଥିରୁ 4ଟି ବସ ଟଏଲେଟ ଅନ ହ୍ବିଲ ଲାଗି ଦିଆଯାଇଛି । ବଳକା 121 ବସର RTO ଇନସପେକ୍ସନ କରାଯାଇ MSTC ଜରିଆରେ ଉପଯୁକ୍ତ ଟେଣ୍ଡର ପ୍ରକ୍ରିୟାରେ ନିଲାମ କରାଯାଇଛି । ଏହି ବସଗୁଡ଼ିକର ବୈଶିଷ୍ଟ୍ୟ ଅର୍ବନ ସ୍ପେସିଫିକ ଥିଲା ।
ସେହିଭଳି କେନ୍ଦ୍ର ଏଗୁଡ଼ିକର ଅବଧି 7 ବର୍ଷ ଧାର୍ଯ୍ୟ କରିଛି । ତେଣୁ ଏହା ଘରୋଇ ବସ ଭଳି 15 ବର୍ଷ ଚାଲିପାରିବ ନାହିଁ ବୋଲି କ୍ରୁଟ ମହାପ୍ରବନ୍ଧକ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ