ETV Bharat / city

ନୂଆବର୍ଷରେ ବିଳମ୍ବିତ ରାତି ଯାଏଁ ମଦ ଦୋକାନ ଖୋଲିବାକୁ ନେଇ କଂଗ୍ରେସର କଟାକ୍ଷ - ମଦ ଦୋକାନ ଖୋଲିବା ପ୍ରସଙ୍ଗ

କଟକ, ଭୁବନେଶ୍ବର ଓ ପୁରୀରେ ନୂଆବର୍ଷ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ହେବା ପ୍ରସଙ୍ଗ । ସରକାରଙ୍କ ରାଜସ୍ଵ ଅଭାବ ଥିବାରୁ ଏଭଳି ଭୁଲ ନିଷ୍ପତ୍ତି ନେଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

new-year-wine-shop-controversy-in-bbsr
ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର
author img

By

Published : Dec 31, 2019, 10:26 PM IST

ଭୁବନେଶ୍ବର: ନୂଆବର୍ଷ ପାଇଁ କଟକ, ଭୁବନେଶ୍ବର ଓ ପୁରୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ହେବା ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ରାଜସ୍ଵ ଅଭାବ ଥିବାରୁ ଏଭଳି ଭୁଲ ନିଷ୍ପତ୍ତି ନେଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ବିବାଦ ଘେରରେ ବିଳମ୍ବିତ ରାତି ଯାଏ ମଦ ଦୋକାନ ଖୋଲିବା ପ୍ରସଙ୍ଗ

ନବବର୍ଷ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଏହା ରାଜ୍ୟ ସରକାରଙ୍କ ଡବଲ ପଲିସି, ଗୋଟିଏ ପଟେ କହୁଛନ୍ତି ,ମଦ ପିଇ ଗାଡି ଚଳାଇଲେ ବେଲ ନାହିଁ ଜେଲ । ଅନ୍ୟ ପଟେ ନୂଆବର୍ଷ ପାଇଁ ମଦ ଦୋକାନ ଖୋଲା ରଖିବାପାଇଁ ନିଷ୍ପତ୍ତି ନେଇଛନ୍ତି । ମଦ୍ୟପାନ ଜନିତ ଦୁର୍ଘଟଣା ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ । ବିଳମ୍ବିତ ରାତି ଯାଏ ବାର ଓ ମଦ ଦୋକାନ ଖୋଲା ରହିଲେ ଲୋକେ ମଦ ନପିଇ କଣ ଗଙ୍ଗା ଜଳ ପିଇବେ ବୋଲି କଟାକ୍ଷ କରିଛନ୍ତି ସାଲୁଜା ।

ରାଜ୍ୟ ସରକାରଙ୍କ ପାଖରେ ରାଜସ୍ଵର ଅଭାବ ଥିବାରୁ ଏଭଳି ଭୁଲ ନିଷ୍ପତ୍ତି ନେଉଛନ୍ତି । ମଦ ପିଇ ଗାଡି ଚଳାଉଥିବା ଲୋକଙ୍କୁ ଗିରଫ କରିବା ପରିବର୍ତ୍ତେ ଯେଉଁ ଅଫିସର ମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି ସେମାନଙ୍କୁ ଗିରଫ କରାଯାଉ ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ନୂଆ ବର୍ଷ ପାଇଁ କଟକ ଭୁବନେଶ୍ୱର ଓ ପୁରୀ ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ହେବା ପ୍ରସଙ୍ଗ ।Body:ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା
ଏଇଟା ରାଜ୍ୟ ସରକାର ଙ୍କ ଡବଲ ପଲିସ୍ ,ଗୋଟିଏ ପଟେ କହୁଛନ୍ତି ,ମଦ ପି ଗାଡି ଚଳାଇଲେ ବେଲ୍ ନାହିଁ ସିଧାଜେଲ୍ ।ଅନ୍ୟ ପଟେ ନୂଆ ବର୍ଷ ପାଇଁ ମଦ ଦୋକାନ ଖୋଲା କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି ।ମଦ୍ୟପାନ ଜନିତ ଦୁର୍ଘଟଣା ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ।ବିଳମ୍ବିତ ରାତି ଯାଏ ବାର୍ ଓ ମଦ ଦୋକାନ ଖୋଲା ରହିଲେ ଲୋକେ ମଦ ନପିଇ କଣ ଗଙ୍ଗା ଜଳ ପିଇବେ ବୋଲି କଟାକ୍ଷ କଲେ ସଲୁଜା ।Conclusion:ରାଜ୍ୟ ସରକାରଙ୍କ ପାଖରେ ରାଜସ୍ଵର ଅଭାବ ଥିବାରୁ ଏଭଳି ଭୁଲ ନିଷ୍ପତ୍ତି ନେଉଛନ୍ତି ।ମଦ ପି ଗାଡି ଚଳାଉଥିବା ଲୋକଙ୍କୁ ଗିରଫ କରିବା ପରିବର୍ତ୍ତେ ଯେଉଁ ଅଫିସର ମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି ସେମାନଙ୍କୁ ଗିରଫ କରାଯାଉ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.