ETV Bharat / city

ରାଜ୍ୟପାଳଙ୍କ ସହିତ ଆଲୋଚନା କଲେ ଏନସିସି ଡିଜି - odisha NCC DG

ଓଡ଼ିଶାରେ ଏନସିସି ଡିଜି ଲେଟୁନାଣ୍ଟ ଜେନେରାଲ ତରୁଣ କୁମାର ଆଇଚ । 5 ଦିନିଆ ଓଡିଶା ଗସ୍ତରେ ଆସିଥିବା ତରୁଣ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ରାଜ୍ୟରେ ଏନସିସିର ବର୍ତ୍ତମାନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଛନ୍ତି ଏନସିସି ଡିଜି । ଅଧିକ ପଢନ୍ତୁ...

ରାଜ୍ୟପାଳଙ୍କ ସହିତ ଆଲୋଚନା କଲେ ଏନସିସି ଡିଜି
ରାଜ୍ୟପାଳଙ୍କ ସହିତ ଆଲୋଚନା କଲେ ଏନସିସି ଡିଜି
author img

By

Published : Mar 2, 2021, 6:45 AM IST

ଭୁବନେଶ୍ୱର : ଓଡ଼ିଶାରେ ଏନସିସି ଡିଜି ଲ୍ୟୁଟିନାଣ୍ଟ ଜେନେରାଲ ତରୁଣ କୁମାର ଆଇଚ । 5 ଦିନିଆ ଓଡିଶା ଗସ୍ତରେ ଆସିଥିବା ତରୁଣ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ରାଜ୍ୟରେ ଏନସିସିର ବର୍ତ୍ତମାନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଛନ୍ତି ଏନସିସି ଡିଜି ।

ଏନସିସି କ୍ୟାଡରଙ୍କର ଉନ୍ନତ ମାନର ପ୍ରଶିକ୍ଷଣ ସୁନିଶ୍ଚିତ କରିବା ପାଇଁ ଏନସିସି ଡିଜିଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ । ନିକଟ ଅତୀତରେ ଏନସିସିର ବିକାଶ ଲାଗି ନିଆଯାଇଥିବା ପଦକ୍ଷେପ ଲାଗି ରାଜ୍ୟପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏନସିସି ଡିଜି ।

ଜଳ, ସ୍ଥଳ ଓ ଆକାଶ ବାହିନୀ ସେନା ଲାଗି ଅତ୍ୟାଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଥିବା ନେଇ ଏନସିସି ଡିଜି ରାଜ୍ୟପାଳଙ୍କୁ ସୂଚନା ଦେଇଛନ୍ତି । ରେକର୍ଡ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏନସିସି କୋଷ୍ଟାଲ ବିସ୍ତାର ଡ୍ରାଇଭରେ ଏନସିସି, ଓଡିଶା ନିର୍ଦ୍ଦେଶାଳୟ ସକ୍ରିୟ ଅଂଶଗ୍ରହଣ କରିଛି ।

ନୂତନ ଶିକ୍ଷା ନୀତି 2020 ସହିତ ସମାନ୍ତରାଳ ଭାବରେ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଚଏସ୍ ଆଧାରିତ କ୍ରେଡିଟ୍ ସିଷ୍ଟମ୍ ଅଧୀନରେ ଏନସିସିର ଜେନେରାଲ୍ ଇଲେକ୍ଟିଭ୍ କ୍ରେଡିଟ୍ ପାଠ୍ୟକ୍ରମ ଲାଗୁ କରାଯାଇଥିବା ଏନସିସି ଡିଜି ସୂଚନା ଦେଇଛନ୍ତି । ଏନସିସି କାର୍ଯ୍ୟକଳାପକୁ ରାଜ୍ୟରେ ଅଧିକ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର କରିଥିବା ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି ରାଜ୍ୟପାଳ ।

ବିପର୍ଯ୍ୟୟ ସମୟରେ ଏନସିସି କ୍ୟାଡେଟଙ୍କ ସକ୍ରିୟ ଅବଦାନ ପାଇଁ ଏନସିସିର ମହାନିର୍ଦ୍ଦେଶକଙ୍କୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ । ବେଟି ବାଚାଓ-ବେଟି ପଢ଼ାଓ, ଜାତୀୟ ହିରୋ, ଆଣ୍ଟି ଡ୍ରଗ୍ ମୁଭମେଣ୍ଟ ଏବଂ ତମାଖୁ ବର୍ଜ୍ଜନ, ସଡକ ସୁରକ୍ଷା ଏବଂ ଅନୁଶାସନ, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ଭଳି ପ୍ରସଙ୍ଗରେ ସାମାଜିକ ସଚେତନତା ସୃଷ୍ଟି କରିବାରେ ଓଡିଶା ଏନସିସି ସକ୍ରିୟ ଭାବେ ଅଂଶଗ୍ରହଣ କରିଛି । 5 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଏନସିସି ମହାନିର୍ଦ୍ଦେଶକ ଏନସିସି ଡିଜି ତରୁଣ କୁମାର ଆଇଚ । ସେ ରାଜ୍ୟର ବିଭିନ୍ନ ଏନସିସି ବାଟାଲିୟନ ଗସ୍ତ କରୁଛନ୍ତି ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.