ETV Bharat / city

ମୁଖ୍ୟମନ୍ତ୍ରୀଙ୍କ 'Smart Health Card' ଗୋଟିଏ ନିର୍ଵାଚନୀ ଧୂଆଁବାଣ: ସୁର - ସୁର ରାଉତରାୟ

୭୫ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ କାର୍ଡ ଘୋଷଣା କରିଛନ୍ତି । ଏହାକୁ ଏକ ନିର୍ବାଚନୀ ଥୋପ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ...

cong mla suro routray
ମୁଖ୍ୟମନ୍ତ୍ରୀଙ୍କ 'Smart Health Card' ଏକ ନିର୍ଵାଚନୀ ଧୂଆଁବାଣ : ସୁର
author img

By

Published : Aug 15, 2021, 7:27 PM IST

ଭୁବନେଶ୍ବର: ୭୫ ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ କାର୍ଡ ଘୋଷଣା କରିଛନ୍ତି । ଏହାକୁ ନେଇ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ ଏହା ନବୀନଙ୍କ ନିର୍ବାଚନୀ ଥୋପ ।

ମୁଖ୍ୟମନ୍ତ୍ରୀଙ୍କ 'Smart Health Card' ଏକ ନିର୍ଵାଚନୀ ଧୂଆଁବାଣ : ସୁର

ନିର୍ବାଚନ ଆସିଲେ ନବୀନ ବାବୁଙ୍କୁ ଲୋକଙ୍କ କଥା ମନେ ପଡେ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଅଛି । ଭୋଟ ହାତେଇବାକୁ ଏଭଳି ଯୋଜନା ଘୋଷଣା କରିଛନ୍ତି ନବୀନ ବାବୁ । ଏହାର କୌଣସି ବାସ୍ତବତା ନାହିଁ । ଆଗରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଦେଇଥିଲେ ହେଲେ କେତେ ଲୋକ ଉପକୃତ ହୋଇଛନ୍ତି ତାର ସତ୍ୟତା ଖୋଜନ୍ତୁ । ସ୍ମାର୍ଟ ହେଲଥ କାର୍ଡ ଯୋଜନା ଏକ ନିର୍ବାଚନୀ ଧୂଆଁବାଣ । ପୂର୍ବରୁ କାଳିଆ ଯୋଜନାରେ ଚାଷୀଙ୍କୁ କହିଲେ ଗୋଟିଏ, ଦେଲେ ଗୋଟିଏ । ସ୍ଵାଧୀନତାର ୭୫ ବର୍ଷରେ ନବୀନ ହେଲଥ କାର୍ଡ ବାଣ୍ଟିବେ ,ସାଢେ ୩ କୋଟି ଲୋକେ ଉପକୃତ ହେବେ ଏଭଳି ଯୋଜନା କେବଳ ମିଛ ପ୍ରଚାର ।

ସ୍ଵାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସାଢ଼େ ତିନି କୋଟି ଲୋକଙ୍କ ପାଇଁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଯୋଜନା ଘୋଷଣା କରିଛନ୍ତି । ମହିଳାଙ୍କ ପାଇଁ ୧୦ ଲକ୍ଷ ଏବଂ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ଘୋଷଣା କରିଛନ୍ତି । ଏହା ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାର ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ । ସାରା ଓଡିଶାରେ ପର୍ଯ୍ୟାୟକ୍ରମେ ଏହି କାର୍ଡ ଦିଆଯିବ । ଏଭଳି ସ୍ମାର୍ଟ ହେଲ୍‌ଥ କାର୍ଡ ଦେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.