ଭୁବନେଶ୍ବର: ଆଇନ ପାଠ୍ୟକ୍ରମ ପଢିବାକୁ ଚାହୁଁଥିବା ଓଡିଆ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଓଡିଶା ତଥା କଟକରେ ଥିବା ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଏଣିକି ଓଡିଆ ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ସିଟରୁ 25 ପ୍ରତିଶତ ସିଟ ସଂରକ୍ଷଣ ରହିବ । ଏନେଇ ବିଧବିଦ୍ଧ ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ । ବିଭାଗୀୟ ସଚିବ ଶାଶ୍ବତ ମିଶ୍ର କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ(ଏନଏଲୟୁଓ) ର କୁଳପତିଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ନିଷ୍ପତି ଜଣାଇବା ସହ ଆସନ୍ତା ଶିକ୍ଷାବର୍ଷରୁ ଏହା କର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ତେବେ ଯେଉଁ ଓଡିଆ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ କୋଟାରେ ଅନ୍ତର୍ଭୁକ୍ତ ହେବେ ସେମାନେ ଦ୍ବାଦଶ ପାସ କରିବା ଆବଶ୍ୟକ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ