ETV Bharat / city

ଆସନ୍ତା 6ରେ ବରମୁଣ୍ଡା ପଡିଆରେ ଗର୍ଜିବେ ଲକ୍ଷାଧିକ ଚାଷୀ

ଆସନ୍ତା 6 ତାରିଖରେ ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବ ରାଷ୍ଟ୍ରୀୟ କୃଷକ ସମ୍ମିଳନୀ । ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏନେଇ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 1, 2019, 3:48 PM IST

ଭୁବନେଶ୍ବର: ଆସନ୍ତା 6 ତାରିଖରେ ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବ ରାଷ୍ଟ୍ରୀୟ କୃଷକ ସମ୍ମିଳନୀ । ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଲକ୍ଷାଧିକ ଚାଷୀ ଓ କୃଷକ ନେତା ଯୋଗ ଦେବେ । ଆୟୋଜିତ ସମ୍ମିଳନୀରେ ଚାଷୀଙ୍କ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଉପରେ ଆଲୋଚନା କରାଯିବ । ଶୁକ୍ରବାର ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଏନେଇ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟରେ ଏବଂ ଦେଶରେ ଦିନକୁ ଦିନ କୃଷକ ଦୁର୍ଦ୍ଦଶା ବୃଦ୍ଧି ପାଉଛି । ଯାହାଦ୍ବାରା ଅଧିକାଂଶ ସମୟରେ ଅନେକ ଚାଷୀ ଏହାକୁ ସହ୍ୟ କରିନପାରି ଆତ୍ମହତ୍ୟା କରୁଛନ୍ତି । କିନ୍ତୁ ସରକାର ସେମାନଙ୍କ ଅସୁବିଧାକୁ ସମାଧାନ କରିବା ଦିଗରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବାବେଳେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ପାଇଁ କାଳିଆ ଯୋଜନା କରିଥିଲେ । କିନ୍ତୁ ସେଥିରେ ମଧ୍ୟ ବ୍ୟାପକ ଅନିୟମିତତା ଦେଖାଯାଇଛି । ତେଣୁ ଏହି ସମ୍ମିଳନୀ ମାଧ୍ୟମରେ ଦେଶର କୃଷକ ଆନ୍ଦୋଳନକୁ ଏକ ନୂତନ ଦିଶା ଦେବା ସହ ସରକାରଙ୍କୁ କୃଷକଙ୍କ ଦାବି ହାସଲ ପାଇଁ ଚାପ ପକାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଅକ୍ଷୟ କହିଛନ୍ତି ।

ଏହି ସମ୍ମିଳନୀରେ ବିଶିଷ୍ଟ ସମାଜସେବୀ ଓ ଦୁର୍ନୀତି ବିରୋଧୀ ନେତା ଆନ୍ନା ହଜାରେ, ରାକେଶ ରଫିକ, ଜେପି ଆନ୍ଦୋଳନର ନେତା ପ୍ରଭାତ ଜୀ ଓ ଦେଶର ଅନେକ କୃଷକ ନେତୃବୃନ୍ଦ ସାମିଲ ହେବା ନେଇ ସୂଚନା ରହିଛି । ଦେଶର ବିଭିନ୍ନ ରାଜ୍ୟ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ହରିୟାଣା, ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟ ମାନଙ୍କରୁ ସଂଗଠନର ବିଶିଷ୍ଟ ଛାମୁଆ କର୍ମୀ ଓ ନେତା ଯୋଗ ଦେବେ ବୋଲି ସେ କହିଛନ୍ତି । ତେବେ ଶୁକ୍ରବାର ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଶେଷଦେଵ ନନ୍ଦ, ନିମାଇଁ ରାୟ, ଉମାକାନ୍ତ ଭାରତ ଓ ମନ୍ବର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତା 6 ତାରିଖରେ ଭୁବନେଶ୍ୱର ର ବରମୁଣ୍ଡା ପଡ଼ିଆରେ ହେବ ରାଷ୍ଟ୍ରୀୟ କୃଷକ ସମ୍ମିଳନୀ।ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଲକ୍ଷାଧିକ ଚାଷୀ ଓ କୃଷକ ନେତା ଏଥିରେ ଯୋଗ ଦେବେ।ମୁଖ୍ୟତଃ ଚାଷୀଙ୍କ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

Body:ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଙ୍କ ଠାରୁ ପ୍ରକାଶ।ରାଜ୍ୟରେ ଏବଂ ଦେଶରେ ଦିନକୁ ଦିନ କୃଷକ ଦୁର୍ଦ୍ଦଶା ବୃଦ୍ଧି ପାଉଛି।ଫଳରେ ଅଧିକାଂଶ ସମୟରେ ଏହାକୁ ସହି ନ ପାରି ଆତ୍ମହତ୍ୟା କରୁଛି।କିନ୍ତୁ ସରକାର ସେମାନଙ୍କ ଅସୁବିଧା କୁ ସମାଧନ କରିବା ଦିଗରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନାହାନ୍ତି।ଏପରିକି ରାଜ୍ୟର ଲୋକମାନଙ୍କୁ ଭୁଆଁ ବୁଲାଇବା ପାଇଁ ସରକାର କାଳିଆ ଯୋଜନା କରିଥିଲେ।କିନ୍ତୁ ସେଥିରେ ମଧ୍ୟ ବ୍ୟାପକ ଅନିୟମିତତା ଦେଖା ଯାଇଛି।ତେଣୁ ଏହି ସମ୍ମିଳନୀ ମାଧ୍ୟମରେ ଦେଶର କୃଷକ ଆନ୍ଦୋଳନକୁ ଏକ ନୂତନ ଦିଶା ଦେବା ସହ ସରକାରଙ୍କୁ କୃଷକଙ୍କ ଦାବି ହାସଲ ପାଇଁ ଚାପ ପକାଇବ ଉଦେଶ୍ୟରେ ଏହା ମୁଖ୍ୟ ଭୂମିକା ହାସଲ କରିବ ବୋଲି ସେ କହିଛନ୍ତି।
ଏହି ସମ୍ମିଳନୀରେ ବିଶିଷ୍ଟ ସମାଜସେବୀ ଓ ଦୁର୍ନୀତି ବିରୋଧୀ ନେତା ଆନ୍ନା ହଜାରେ ,ରାକେଶ ରଫିକ,ଜେପି ଆନ୍ଦୋଳନର ନେତା ପ୍ରଭାତ ଜୀ ଓ ଦେଶର ଅନେକ କୃଷକ ନେତୃବୃନ୍ଦ ଯୋଗ ଦେବେ ବୋଲି ଜଣା ପଡିଛି।ଦେଶର ବିଭିନ୍ନ ରାଜ୍ୟ ଉତ୍ତର ପ୍ରଦେଶ,ମଧ୍ୟପ୍ରଦେଶ,ବିହାର,ହରିୟାଣା,ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟ ମାନଙ୍କରୁ ସଂଗଠନର ବିଶିଷ୍ଟ ଛାମୁଆ କର୍ମୀ ଓ ନେତା ଯୋଗ ଦେବେ ବୋଲି ସେ କହିଛନ୍ତି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନ ର ଅନ୍ୟତମ ସଦସ୍ୟ ଶେଷଦେଵ ନନ୍ଦ,ନିମାଇଁ ରାୟ,ଉମାକାନ୍ତ ଭାରତ ଓ ମନ୍ବର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।
ବାଇଟ-ଅକ୍ଷୟ କୁମାର-ରାଷ୍ଟ୍ରୀୟ ସଂଯୋଜକ,ନବନିର୍ମାଣ କୃଷକ ସଙ୍ଗଠନ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.