ଭୁବନେଶ୍ବର: ପୂର୍ବରଙ୍ଗ ନାଟକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ହିନ୍ଦୀ ନାଟକ 'ନାଗୀନ ତେରା ବଂଶ ବଢେ' ମଞ୍ଚସ୍ତ ହୋଇଯାଇଛି । ଯାହାକୁ ଦିଲ୍ଲୀର ଆକ୍ଟର୍ସ ରିପେରଟୋରି ଥିଏଟର ଗ୍ରୁପ ପରିବେଷଣ କରିଛି । ତେବେ ଏହି ନାଟକର ରଚନା ବିଜୟ ନାଥ ଦେଥା କରିଥିବା ବେଳେ ଏହାର ନିର୍ଦ୍ଦେଶନା ଅବତାର ସାହାଣୀ ଦେଇଛନ୍ତି ।
ନାଟକଟିର ବିଷୟବସ୍ତୁ ଅନେକ ପ୍ରସିଦ୍ଧ ଭାରତୀୟ ଲୋକକଥା ମଧ୍ୟରୁ ଅନ୍ୟତମ । ଯେଉଁଥିରେ ସମାଜରେ ଚଳିଆସୁଥିବା ନିନ୍ଦା ଓ ଅପବାଦ ବିଷୟରେ ସୂଚନା ଦିଆଯାଇଛି । ତେବେ ନାଟକ କରାଯାଇଥିବା କାହାଣୀରେ ନାଗୁଣୀଟିଏ ପିଲା ଜନ୍ମ କରିବା ପରେ ତାର ପିଲାମାନଙ୍କୁ ଖାଇ ଦେଇଥାଏ । ଯାହାକି ମାତୃ ସମାଜ ଉପରେ ନିନ୍ଦା ରୂପୀ କଳଙ୍କ ବୋଳି ଦେଇଥାଏ ।
ରାଜସ୍ଥାନୀ ଭାଷାର ପ୍ରଖ୍ୟାତ ଲେଖକ ବିଜୟନାଥ ଦେଥା କିନ୍ତୁ ଏହି କଳଙ୍କକୁ ହଟାଇବା ପାଇଁ କିପରି ନାଗୁଣୀଟିଏ ନିଜର ପ୍ରେମ ଜୀବନକୁ ବଳି ଦେଇ ଜଣେ ଅପୁତ୍ରିକ ନାରୀର ସମ୍ମାନ ବଞ୍ଚାଇବା ପାଇଁ ନିଜର ସ୍ବାମୀ ନାଗକୁ ମଣିଷ ରୂପ ଦେଇଛି ଏବଂ ଶେଷରେ କିପରି ବିଶ୍ବାସଘାତର ଶିକାର ହୋଇଛି ତାହାକୁ ଏହି ନାଟକରେ ବର୍ଣ୍ଣନା କରାଯାଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ