ETV Bharat / city

ଅର୍ଥ ସାଜିଛି ବାଧକ: ବାପାର ଜୀବନ ବଞ୍ଚାଇବାକୁ ପୁଅର କସରତ

ସଡକ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାରତ ରାମଚନ୍ଦ୍ର । ବାପାଙ୍କର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ଜୀବନ ବଞ୍ଚାଇବାକୁ ପୁଅର କସରତ । ଅଧିକ ପଢନ୍ତୁ...

ଅର୍ଥ ସାଜିଛି ବାଧକ, ବାପାର ଜୀବନ ବଞ୍ଚାଇବାକୁ ପୁଅର କସରତ

author img

By

Published : Jun 9, 2021, 6:36 PM IST

ଭୁବନେଶ୍ବର: ଏପ୍ରିଲ 22 ତାରିଖ, ରାଜକନିକାରୁ ଚାନ୍ଦବାଲି ଯାଉଥିଲା ଏକ ଅଟୋ । ସେହି ଅଟୋର ଆଗରେ ବସିଥିଲେ ରାମଚନ୍ଦ୍ର ସାହୁ । କିଛି ବାଟ ଗଲା ପରେ ଅଟୋ ସହ ଦୁର୍ଘଟଣା ଘଟିଥିଲା । ଯାହା ଫଳରେ ଗୁରୁତର ଅବସ୍ଥାରେ ଚାନ୍ଦବାଲି ଡାକ୍ତରଖାନା ପରେ ଭୁବନେଶ୍ୱରର ଏକ ନାମିଦାମୀ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ଏପରିକି ଆଇସିୟୁରେ ମଧ୍ୟ ଦୀର୍ଘ ଦିନ ଧରି ରଖାଯାଇଥିଲା ।

ଅର୍ଥ ସାଜିଛି ବାଧକ, ବାପାର ଜୀବନ ବଞ୍ଚାଇବାକୁ ପୁଅର କସରତ
ଅର୍ଥ ସାଜିଛି ବାଧକ, ବାପାର ଜୀବନ ବଞ୍ଚାଇବାକୁ ପୁଅର କସରତ

ପରେ ଆର୍ଥିକ ସମସ୍ୟା ହେବାରୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ରାମଚନ୍ଦ୍ର ସାହୁ ଆଇସିୟୁରେ ରହିଛନ୍ତି । ଦୈନିକ 30 ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ପାଖାପାଖି 12 ଲକ୍ଷ ଟଙ୍କା ଖର୍ଚ୍ଚ ହେଇସାରିଲାଣି । ପୁଣି ଆହୁରି ଏକ ମାସ ରହିବେ ହସ୍ପିଟାଲରେ । ଚିକିତ୍ସା ପାଇଁ କେତେ ଯେ ଟଙ୍କା ଖର୍ଚ୍ଚ ହେବ ତାହାର ଆକଳନ ନାହିଁ ।

ରାମଚନ୍ଦ୍ର ସାହୁ ଏକ ସରକାରୀ ସ୍କୁଲରେ ପିଅନ ଚାକିରୀଟିଏ କରିଥିଲେ ମଧ୍ୟ ସରକାରୀ ସ୍ତରରେ କୌଣସି ଦୁର୍ଘଟଣାକୁ ନେଇ ସହାୟତା ମିଳିପାରିନାହିଁ । ତେଣୁ ଗୋଟିଏ ମାତ୍ର ପୁଅ ଏବେ ବାପାର ଜୀବନ ବଞ୍ଚାଇବାକୁ କରୁଛି କସରତ । ଆର୍ଥିକ ସହାୟତା ପାଇଁ ଟଙ୍କା ଯୋଗାଡରେ ଲାଗିପଡିଛନ୍ତି ପୁଅ ସତ୍ୟଜିତ୍ ସାହୁ । ବର୍ତ୍ତମାନ ସମୟରେ ତାଙ୍କର 35 ହଜାର ଯୋଗାଡ଼ ହୋଇଥିବାବେଳେ ଅଧିକରୁ ଅଧିକ ଅର୍ଥ ଯୋଗାଡ଼ ପାଇଁ ସମସ୍ତଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ।

ସେପଟେ ଆର୍ଥିକ ସହାୟତା କରିବାକୁ ଚାହୁଁଥିବା ବ୍ୟକ୍ତି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, A/C-676100018800, IFSC Code-PUNB0676100 ନମ୍ବରରେ କିମ୍ବା 7978515397 ନମ୍ବରରେ ଗୁଗଲ ପେ କିମ୍ବା ଫୋନ୍ ପେ ମାଧ୍ୟମରେ ସହାୟତା ରାଶି ପ୍ରଦାନ କରିବାକୁ ରାମଚନ୍ଦ୍ରଙ୍କ ପୁଅ ସତ୍ୟଜିତ ସାହୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.