ETV Bharat / city

ବିଧାୟକ ଗିରଫ ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟିଲା ବିଜେପି ବିଧାୟକ ଦଳ

author img

By

Published : May 3, 2022, 10:20 PM IST

Updated : May 3, 2022, 10:31 PM IST

ବିଜେଡି ଶାସନରେ ବିରୋଧୀ ଦଳ ବିଧାୟକ ମାନଙ୍କୁ ସମ୍ମାନ ନାହିଁ କି ସୁରକ୍ଷା ନାହିଁ । ଏହି ଅଭିଯୋଗ ସହ କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଧାୟକ ଦଳ ରାଜ୍ୟପାଳଙ୍କୁ ଭେଟି ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଦୁର୍ବ୍ୟବହାର କରିଥିବା ତିଳେଇବଣି ବିଡିଓଙ୍କ ଗିରଫ ଦାବି କରିଛି । ଅଧିକ ପଢନ୍ତୁ

ବିଧାୟକଙ୍କୁ ଗିରଫ ପ୍ରସଙ୍ଗ, ରାଜ୍ୟପାଳଙ୍କୁ ଭେଟିଲା ବିଜେପି ବିଧାୟକ ଦଳ

ଭୁବନେଶ୍ବର: ଦେବଗଡ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫଦାରି ପ୍ରସଙ୍ଗ । ରାଜ୍ୟପାଳଙ୍କୁ ଭେଟିଲା ବିଜେପି ବିଧାୟକ ଦଳ । ବିଜେଡି ଶାସନରେ ବିରୋଧୀ ଦଳ ବିଧାୟକ ମାନଙ୍କୁ ସମ୍ମାନ ନାହିଁ କି ସୁରକ୍ଷା ନାହିଁ । ଏହି ଅଭିଯୋଗ ସହ କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଧାୟକ ଦଳ ରାଜ୍ୟପାଳଙ୍କୁ ଭେଟି ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଦୁର୍ବ୍ୟବହାର କରିଥିବା ତିଳେଇବଣି ବିଡିଓଙ୍କ ଗିରଫ ଦାବି କରିଛି ।

ବିଧାୟକ ମଧ୍ୟ ବିଡିଓଙ୍କ ନାମରେ ମାମଲା ରୁଜୁ କରିଥିଲେ । ସେହି ଅଭିଯୋଗ କ୍ରମେ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ବୁକ ସର୍କୁଲାର 47ର ଉଲଂଘନ ବିଡିଓ କରିଥିବା ଅଭିଯୋଗ କରିଛି ବଜେପି । ବିରୋଧୀ ଦଳର ବିଧାୟକ ମାନଙ୍କ ଉପରେ ଆକ୍ରମଣ ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ସେପଟେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧରେ ମାମଲା ହେଲେ ପୋଲିସ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ କି ପଚରାଉଚରା ବି କରୁନି ରାଜ୍ୟ ପୋଲିସ ।

ତେଣୁ ସୁବାଷ ପାଣିଗ୍ରାହୀଙ୍କ ଗିରଫଦାରି ଘଟଣାକୁ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି ବିଧାୟକ ଦଳ । ଗତକାଲି ଏହି ଘଟଣାକୁ ନେଇ ପୋଲିସ ଡିଜିଙ୍କୁ ଭେଟିଥିଲା ବିଜେପି । ତେବେ ରାଜ୍ୟପାଳଙ୍କୁ ଭେଟିବା ପରେ ରାଜ୍ୟ ସଭାପତିଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବ ଦଳ ବୋଲି କହିଛନ୍ତି ମୋହନ ।

ସେହିପରି ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀଙ୍କ ସୋସିଆଲ ମିଡିଆରେ ସୁବାସ ଓ ତାଙ୍କ ସମର୍ଥକଙ୍କୁ ଟାର୍ଗେଟ କରିବା ନେଇ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଆମ ଦଳକୁ ବିଭାଜନ ପାଇଁ ଉଦ୍ୟମ କରାଯାଉଛି। ସାଂସଦଙ୍କ ପତ୍ନୀ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ସତ୍ୟତା ଉପରେ ଆଧାରିତ ନୁହେଁ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : May 3, 2022, 10:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.