ETV Bharat / city

ପୋଲିସ ପରିଚୟ ଦେଇ ରାଜଧାନୀରେ ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

author img

By

Published : Dec 22, 2020, 7:25 PM IST

Updated : Dec 22, 2020, 7:53 PM IST

ରାଜଧାନୀରେ ନୂଆ ଢଙ୍ଗରେ ଲୁଟେରାମାନେ ଅଳଙ୍କାର ଲୁଟିଛନ୍ତି । ନିଜକୁ ପୋଲିସର ପରିଚୟ ଦେଇ ଲୁଟ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Miscreants loot gold ornaments by introducing themselves as police officers
ପୋଲିସ ପରିଚୟ ଦେଇ ରାଜଧାନୀରେ ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାଜଧାନୀର ଇନଫୋସିଟି ଅଞ୍ଚଳରେ ନୂଆ ଧରଣର ଲୁଟେରା ଗ୍ୟାଙ୍ଗ ମାତିଛନ୍ତି । କ୍ରାଇମବ୍ରାଞ୍ଚ ଇନସପେକ୍ଟରର ପରିଚୟ ଦେଇ ଯାଞ୍ଚ ସମୟରେ ଲୁଟି ନେଇଛନ୍ତି ଅଳଙ୍କାର । ତେବେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

ସୋମବାର ସନ୍ଧ୍ୟା ସମୟରେ ଡମଣାରୁ ପଟିଆ ଯିବା ରାସ୍ତାରେ ଥିବା ପେଟ୍ରୋଲ ପମ୍ପ ସାମ୍ନାରେ ଏହି ଘଟଣା ଘଟିଛି । 2 ଜଣ ଦମ୍ପତି ସେହି ରାସ୍ତା ଦେଇ ଯାଉଥିବା ସମୟରେ ହଠାତ୍‌ 2 ଜଣ ଦୁର୍ବୃତ୍ତ ପୋଲିସର ପରିଚୟ ଦେଇ ସେମାନଙ୍କୁ ଅଟକାଇଥିଲେ । ସ୍ନାଚରମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବାବେଳେ ସେମାନେ ଅଳଙ୍କାର ଛଡାଇ ନେଇପାରନ୍ତି କହି ଦୁର୍ବୃତ୍ତ ଦମ୍ପତିଙ୍କ ଠାରୁ ଅଳଙ୍କାର ନେଇଯାଇଥିଲେ ।

ତେବେ ଏ ସମ୍ପର୍କରେ ଲୁଟର ଶିକାର ହୋଇଥିବା ମହିଳାଙ୍କ ପୁଅ ବିଶ୍ବଜିତ ଇନଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏମାନଙ୍କ ଘର ପଟିଆରେ ଥିବା ସ୍ବର୍ଣ୍ଣପୁରୀ ଆପାର୍ଟମେଣ୍ଟରେ ବୋଲି ଜଣାପଡିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏପରି ଏକ ଗ୍ୟାଙ୍ଗ ସହରରେ ଆକ୍ଟିଭ ଥିବାବେଳେ 2 ବର୍ଷ ମଧ୍ୟରେ ପୁରୀ, ରାଉରକେଲା, କଟକ, ବ୍ରହ୍ମପୁର ଅଞ୍ଚଳରେ ଏପରି ଗ୍ୟାଙ୍ଗ ପୂର୍ବରୁ ନଜିର ରହିଛି । ଏନେଇ ସହରବାସୀଙ୍କୁ ସତର୍କ କରିବା ସହ ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Dec 22, 2020, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.