ETV Bharat / city

ନୀଳାଚଳ ଇସ୍ପାତ ନିଗମ ଲିମିଟେଡ କର୍ମଚାରୀଙ୍କ ଦରମା ପ୍ରସଙ୍ଗ, ଉତ୍ତର ରଖିଲେ ମନ୍ତ୍ରୀ

author img

By

Published : Sep 6, 2021, 5:38 PM IST

ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ପରେ ୨୦୨୦ ମସିହା ମାର୍ଚ୍ଚ 30 ତାରିଖରୁ ବନ୍ଦ ରହିଥିଲା କମ୍ପାନୀ । ତେବେ କର୍ମଚାରୀଙ୍କ ବେତନ ଓ ବକେୟା ପ୍ରାପ୍ୟ ପ୍ରଦାନକୁ ନେଇ ଗୃହରେ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ । ଅଧିକ ପଢ଼ନ୍ତୁ...

ନୀଳାଚଳ ଇସ୍ପାତ ନିଗମ ଲିମିଟେଡ କର୍ମଚାରୀଙ୍କ ଦରମା ପ୍ରସଙ୍ଗ, ଉତ୍ତର ରଖିଲେ ମନ୍ତ୍ରୀ
ନୀଳାଚଳ ଇସ୍ପାତ ନିଗମ ଲିମିଟେଡ କର୍ମଚାରୀଙ୍କ ଦରମା ପ୍ରସଙ୍ଗ, ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ବର: ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ପରେ ୨୦୨୦ ମସିହା ମାର୍ଚ୍ଚ 30 ତାରିଖରୁ ବନ୍ଦ ରହିଥିଲା କମ୍ପାନୀ । ନୀଳାଚଳ ଇସ୍ପାତ ନିଗମ ଲିମିଟେଡ କର୍ମଚାରୀଙ୍କ ବେତନ ଓ ବକେୟା ପ୍ରାପ୍ୟ ପ୍ରଦାନ ଲାଗି କର୍ପସ ପାଣ୍ଠି ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ସେ ବର୍ଷ ନଭେମ୍ବର ମାସରେ ନିଷ୍ପତି ନେଇଥିଲେ । କିନ୍ତୁ ଏବେ ସେଥୁରୁ କେନ୍ଦ୍ର ସରକାର ଓହରି ଯାଇଥିବା କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗୱତ କିଷନରାଓ କରାଡ଼ ସଦ୍ୟ ସମାପ୍ତ ଲୋକସଭା ଅଧିବେଶନରେ ସ୍ପଷ୍ଟ କରିଛନ୍ତି ।

ଏଭଳି ପରିସ୍ଥିତିରେ ନୀଳାଚଳ କର୍ମଚାରୀଙ୍କ ପ୍ରାପ୍ୟ ଓ ଭବିଷ୍ୟତର ସୁରକ୍ଷା ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଧାନସଭା ଗୃହରେ ପ୍ରଶ୍ନ କରିଥିଲେ । ଗୃହରେ ଏହାର ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ।

କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଳାୟରୁ(DIPAM- Department of Investment and Public Asset Management ) ପ୍ରାପ୍ତ ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାର ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ଅଂଶୀଦାର ନୁହଁନ୍ତି । ସୁତରାଂ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ କର୍ମଚାରୀଙ୍କ ବେତନ ଓ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ କର୍ପସ ଫଣ୍ଡର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ନାହିଁ । ନୀଳାଚଳ କମ୍ପାନୀ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ କର୍ମଚାରୀମାନଙ୍କୁ ମାର୍ଚ୍ଚ ୨୦୨୦ ଠାରୁ ଆଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଆଂଶିକ ଦରମା ଦିଆଯାଇଛି । କର୍ମଚାରୀମାନଙ୍କୁ ଭବିଷ୍ୟତରେ ଦରମା କମ୍ପାନୀର ପାଣ୍ଠି ଉପଲବ୍ଧତା ପ୍ରଦାନ କରାଯିବାର ପ୍ରାବଧାନ କରାଯାଇଛି ।

କମ୍ପାନୀ ଦ୍ବାରା କର୍ମଚାରୀ ମାନଙ୍କର ବକେୟା ପ୍ରାପ୍ୟ ଗୁଡିକ 'Waterfall mechanism' ମାଧ୍ୟମରେ ବିନିଯୋଗ ପ୍ରକ୍ରିୟାରୁ ପ୍ରାପ୍ୟ ଅର୍ଥ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ କମ୍ପାନୀ ଦ୍ବାରା କର୍ମଚାରୀମାନଙ୍କ ପାଇଁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.