ETV Bharat / city

ନୟାଗଡ କୋର୍ଟରେ ହାଜର ହେଲେ ମାଓନେତା ସବ୍ୟସାଚୀ ପଣ୍ଡା, ଆଉ କିଛି ସମୟ ପରେ ଶୁଣାଣି

author img

By

Published : Oct 7, 2021, 3:34 PM IST

ବହୁଚର୍ଚ୍ଚିତ 2008 ନୟାଗଡ଼ ମାଓ ଆକ୍ରମଣ ମାମଲାର ଆଉ କିଛି ସମୟ ପରେ ଶୁଣାଣି । କଡା ସୁରକ୍ଷା ମଧ୍ୟରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ନୟାଗଡ କୋର୍ଟରେ ହାଜର କରାଇଲା ପୋଲିସ । ଅଧିକ ପଢନ୍ତୁ...

ନୟାଗଡ ଜେଲରେ ହାଜର ହେଲେ ମାଓ ନେତା ସବ୍ୟସାଚୀ, ଆଉ କିଛି ସମୟ ପରେ ଶୁଣାଣି

ନୟାଗଡ଼: 2008 ବହୁଚର୍ଚ୍ଚିତ ନୟାଗଡ଼ ମାଓ ଆକ୍ରମଣ ମାମଲାରେ ଶୁଣାଣି ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ନୟାଗଡ଼ କୋର୍ଟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ହାଜର କରାଇଲା ପୋଲିସ । ବ୍ରହ୍ମପୁର ଜେଲରୁ ମାଓନେତା ସବ୍ୟସାଚୀଙ୍କୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ଅଣାଯାଇ ଆଜି ନୟାଗଡ଼ କୋର୍ଟରେ ହାଜର କରାଯାଇଛି ।

ନୟାଗଡ କୋର୍ଟରେ ହାଜର ହେଲେ ମାଓନେତା ସବ୍ୟସାଚୀ ପଣ୍ଡା, ଆଉ କିଛି ସମୟ ପରେ ଶୁଣାଣି

ଏଥିପାଇଁ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ୨ଟି ଏସ୍କର୍ଟ ଟିମ ଗଠନ କରାଯିବା ସହ ସହର ମଧ୍ୟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଆଉ କିଛି ସମୟ ପରେ ଏହି ବହୁଚର୍ଚ୍ଚିତ ଆକ୍ରମଣ ମାମଲାର ଶୁଣାଣି ଆରମ୍ଭ ହେବା ନେଇ ସୂଚନା ରହିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.