ETV Bharat / city

ମମିତା ମର୍ଡର ମିଷ୍ଟ୍ରି, ମହାଲିଙ୍ଗ-ଝରଣୀ ଗସ୍ତରେ ମହିଳା କଂଗ୍ରେସ - ରାଜ୍ୟ ମହିଳା କଂଗ୍ରେସ

ସନସାଇନ ପବ୍ଲିକ ସ୍କୁଲ୍ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାର ସତ୍ୟାସତ୍ୟ ଅନୁସନ୍ଧାନ କରିବ ମହିଳା କଂଗ୍ରେସ । ଆଜି ମମିତାଙ୍କ ଗାଁ ଏବଂ ସେ ଶିକ୍ଷକତା କରୁଥିବା ସନସାଇନ ସ୍କୁଲ୍ ପରିଦର୍ଶନ କରିବା ରାଜ୍ୟ ମହିଳା କଂଗ୍ରେସର 5 ଜଣିଆ ଟିମ୍ । ଅଧିକ ପଢନ୍ତୁ...

ମମିତା ମର୍ଡର ମାମଲା, ମହାଲିଙ୍ଗ-ଝରଣୀ ଗସ୍ତ କରିବ ମହିଳା କଂଗ୍ରେସ

author img

By

Published : Oct 21, 2021, 12:26 PM IST

ଭୁବନେଶ୍ବର: ସନସାଇନ ପବ୍ଲିକ ସ୍କୁଲ୍ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ତୀବ୍ର ହେଉଛି ରାଜନୀତି । ବିଭିନ୍ନ ଦଳ ତଥା ସାମାଜିକ ସଂଗଠନ ପକ୍ଷରୁ ମମିତାଙ୍କୁ ନ୍ୟାୟ ପାଇଁ ଦାବି ହେଉ ଥିବାବେଳେ ଆଜି(ଗୁରୁବାର) ମହିଳା କଂଗ୍ରେସ ମହାଲିଙ୍ଗ ଗସ୍ତ କରିଛନ୍ତି ।

ସୂଚନା ଅନୁଯାୟୀ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡାଙ୍କ ନେତୃତ୍ୱରେ ଏକ 5 ଜଣିଆ ତଥ୍ୟ ଅନୁସନ୍ଧାନକାରୀ ପ୍ରତିନିଧି ଦଳ ମମିତାଙ୍କ ଗାଁ କଳାହାଣ୍ଡିର ଝରଣୀ ଏବଂ ମହାଲିଙ୍ଗ ସନସାଇନ ସ୍କୁଲ୍ ଗସ୍ତ କରିଛନ୍ତି । ମମିତାଙ୍କ ପରିବାର ଲୋକଙ୍କୁ ଭେଟିବ ମହିଳା କଂଗ୍ରେସ । ଅନ୍ୟପଟେ ମମିତଙ୍କୁ ନ୍ୟାୟ ଦାବିରେ ଗତକାଲି କଳାହାଣ୍ଡି ବନ୍ଦ ହୋଇ ଥିବାବେଳେ ଆଜି ବଲାଙ୍ଗୀର ବନ୍ଦ କରାଯାଇଛି । ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ କରି ଗତକାଲି ଯୁବ କଂଗ୍ରେସ ମଧ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.