ETV Bharat / city

ଜାଗର ପାଇଁ କମିଶନର ପୋଲିସର ପ୍ରସ୍ତୁତି ବୈଠକ, ମୁତୟନ ହେବେ 34 ପ୍ଲାଟୁନ ଫୋର୍ସ - ଭୁବନେଶ୍ବର ଜାଗର ପାଇଁ କମିଶନର ପୋଲିସର ପ୍ରସ୍ତୁତି ବୈଠକ

ଶିବରାତ୍ରୀ ପାଇଁ ଶେଷ ହେଲା ପୋଲିସର ପ୍ରସ୍ତୁତି ବୈଠକ । ଶିବରାତ୍ରି ପାଇଁ କିଭଳି ରହିବ ସୁରକ୍ଷା ବ୍ୟବସ୍ଥା ସେନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

mahasibaratri preparation meeting by CP
ଜାଗର ପାଇଁ କମିଶନର ପୋଲିସର ପ୍ରସ୍ତୁତି ବୈଠକ, ମୁତୟନ ହେବେ 34 ପ୍ଲାଟୁନ ଫୋର୍ସ
author img

By

Published : Mar 10, 2021, 10:46 PM IST

ଭୁବନେଶ୍ବର: ଶିବରାତ୍ରୀ ପାଇଁ ଶେଷ ହେଲା ପୋଲିସର ପ୍ରସ୍ତୁତି ବୈଠକ । ନୂତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଶିବରାତ୍ରି ପାଇଁ କିଭଳି ରହିବ ସୁରକ୍ଷା ବ୍ୟବସ୍ଥା ସେନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଜାଗର ପାଇଁ କମିଶନର ପୋଲିସର ପ୍ରସ୍ତୁତି ବୈଠକ, ମୁତୟନ ହେବ 34 ପ୍ଲାଟୁନ ଫୋର୍ସ

ଚଳିତ ବର୍ଷ ମହାଶିବରାତ୍ରୀରେ ମୁତୟନ ହେବେ 34 ପ୍ଲାଟୁନ ପୋଲିସ ଫୋର୍ସ । 120 ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ । 5 ଜଣ ଅତିରିକ୍ତ ଡିସିପି ସୁରକ୍ଷା ଉପରେ ନଜର ରଖିବେ । ଶ୍ରଦ୍ଧାଳୁ ମାନେ କିଭଳି ଶାନ୍ତି ଶୃଙ୍ଖଳା ସହ ଦର୍ଶନ କରି ପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । କୋଭିଡ କଟକଣା ଅନୁସାରେ ପାଳିତ ହେବ ମହାଶିବରାତ୍ରି । ସେପଟେ ଅଗ୍ନିଶମ ବିଭାଗ ପକ୍ଷରୁ ମନ୍ଦିର ଚାରି ପାଖକୁ ସାନିଟାଇଜ କରାଯାଇଛି । ଏହି ବୈଠକରେ ଡିସିପି ଉମାଶଙ୍କର ଦାସ ଓ ଲିଙ୍ଗରାଜ ଟ୍ରଷ୍ଟର କାର୍ଯ୍ୟନିର୍ବାହି ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.