ETV Bharat / city

Mahanga double murder: ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି - ବିଜେପିର ତିବ୍ର ପ୍ରତିକ୍ରିୟା ମାହାଙ୍ଗା ମର୍ଡର କେଶ

ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ପୁନଃବିଚାରକୁ ନେଇ ଆଉଥରେ ତଦନ୍ତ କରିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ବିଜେପି ସ୍ବାଗତ କରିବା ସହ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କ ଇସ୍ତଫା ପାଇଁ ଦାବି କରିଛି । ଅଧିକ ପଢନ୍ତୁ...

ମାହାଙ୍ଗା ଡବଲ ମର୍ଡର କେଶ: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

author img

By

Published : Aug 26, 2021, 10:57 PM IST

ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ବହୁ ଚଞ୍ଚକତା କରି 13 ନମ୍ବର ମୁଦାଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଚାର୍ଜସିଟରୁ କାଢି ଦେଇଥିବା ବେଳେ ଆଜି ପୁଣି ଥରେ ତାଙ୍କ ନାଁ ଯୋଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି । ଆଉ ଏହାକୁ ସ୍ବାଗତ କରିଛି ବିଜେପି । ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ଘଟଣାରେ 13 ଜଣକ ନାଁରେ ଅଭିଯୋଗ ହୋଇଥିବା ବେଳେ ପୋଲିସ 12 ଜଣଙ୍କ ନାଁରେ ଚାର୍ଜ ସିଟ ଦାଖଲ କରିଥିବା ବେଳେ ମନ୍ତ୍ରୀଙ୍କୁ ଛାଡ଼ିଦେବା ଘଟଣା ଅତି ନିନ୍ଦନୀୟ ।

ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲା, ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି

ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଆଗେଇ ଆସିବା ନିମନ୍ତେ ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପିତାମ୍ବର ଆଚାର୍ଯ୍ୟ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୃହ ବିଭାଗ ଅଛି ଏବଂ ଏହି ଘଟଣାରେ ସଠିକ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେବା ଆବଶ୍ୟକ । ଏହାସହ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀ ଏହି ଘଟଣାରେ ଇସ୍ତଫା ପାଇଁ ଦାବି କରିଛି ବିଜେପି ।

ତେବେ ଆଜି (ଗୁରୁବାର) ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ପୁନଃ ବିଚାରକୁ ନେଇ ଆଉଥରେ ତଦନ୍ତ କରିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ତଦନ୍ତ କରି ମାହାଙ୍ଗା ପୋଲିସ ଚାର୍ଜସିଟରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ କାଟି ଦେବାପରେ ମୃତ କୂଳମଣୀଙ୍କ ପୁଅ ରମାକାନ୍ତ ଏକ ପ୍ରୋଟେଷ୍ଟ ପିଟିସନ ସାଲେପୁର JMFC କୋର୍ଟରେ ଦାଖଲ କରିଥିଲେ ଏବଂ ଏହି ମାମଲାର ପୁନଃ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ଲାଗି କୋର୍ଟଙ୍କୁ ନିବେଦନ କରିଥଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.