ଭୁବନେଶ୍ବର: ଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଛି । ଲିଙ୍ଗରାଜ ମନ୍ଦିର କାଯ୍ୟଳୟର କାଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କ ଅଧକ୍ଷତରେ ଏହି ବୈଠକ ଅନୁଷ୍ଠିତ ବସିଛି । ଲିଙ୍ଗରାଜମନ୍ଦିର କାଯ୍ୟଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପୂଜାପାଣ୍ଡ ଓ ବ୍ରାହ୍ମଣ ନିଯୋଗକୁ ଛାଡି ଅନ୍ୟ ସମସ୍ତ ନିଯୋଗର ସଭାପତି ଓ ସେବାୟତମାନେ ଯୋଗ ଦେଇଥିଲେ ।
ଠାକୁରଙ୍କ ଜମି ବିବାଦକୁ କେନ୍ଦ୍ର କରି ଏହି ଦୁଇ ନିଯୋଗ ବୈଠକରେ ସାମିଲ ହୋଇନଥିବା ସୂଚନା ମିଳିଛି । ମନାନ୍ତର ମଧ୍ୟରେ ବି ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ସେବାକାଯ୍ୟରେ ଏହି ଦୁଇ ନିଯୋଗ ସୁରୁଖୁରୁରେ ସେବା ଯୋଗାଇବେ ବୋଲି ଆଶା ରଖିଛନ୍ତି ମନ୍ଦିର କାଯ୍ୟଳୟର କାଯ୍ୟନିର୍ବାହୀ ଅଧିକାରୀ । ସେପଟେ ଶୀତଳ ଷଷ୍ଠୀ ବା ଶିବ ବିବାହ ପାଇଁ ମନ୍ଦିର କାଯ୍ୟାଳୟ ତରଫରୁ କାଯ୍ୟସୂଚୀ ଜାରି କରାଯାଇଛି ।
ସକାଳ ୬.୩୦ ରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ସମାପନ କରାଯିବା ପରେ ଅନ୍ୟ ନୀତିଗୁଡିକ ଅନୁଷ୍ଠିତ ହେବ । ରାତ୍ରି ୮ ଟାରେ ବାବା କପିଳନାଥ ବିଜେ କରିବା ପରେ ରାତ୍ରି ୯ ଟା ପର୍ଯନ୍ତ ବଡ଼ସିଂହାର, ପଞ୍ଚବକ୍ର ବିଜେ କାଯ୍ୟ ହେବ । ରାତ୍ରି ୯ ଟା ପରେ ମନ୍ଦିର ଭିତରେ ବରଯାତ୍ରୀ ଭୋଜି ଅନୁଷ୍ଠିତ ହେବା ସହ ରାତ୍ରି ୧୨ଟା ରୁ ଭୋର ୪ ପର୍ଯନ୍ତ ମାତା ପାର୍ବତୀଙ୍କ ସହ ଶିବଙ୍କ ବିବାହ କାଯ୍ୟ ଚାଲିବ ।
ଇଟିଭି ଭାରତ, ଭୁବନେଶ୍ବର