ETV Bharat / city

ରାଜଧାନୀକୁ ସ୍ଥାନୀୟ ସଂକ୍ରମଣ ଚିନ୍ତା, ଆଉ 87 ପଜିଟିଭ ଚିହ୍ନଟ

author img

By

Published : Jul 18, 2020, 7:24 PM IST

ସଦ୍ୟ ଚିହ୍ନଟ ନୂଆ ମାମଲାରୁ 41 ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 46ଟି ସ୍ଥାନୀୟ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଧିରେ ଧିରେ ରାଜଧାନୀରେ କ୍ବାରେଣ୍ଟାଇନ କେନ୍ଦ୍ର ଅପେକ୍ଷା ସ୍ଥାନୀୟ ସଂକ୍ରମଣର ମାତ୍ରା ବଢୁଥିବା ଦେଖାଯାଉଛି । ଯାହା ବସ୍ତି ଅଞ୍ଚଳମାନଙ୍କରେ ବିପଦ ଘନାଉଥିବା ନେଇ ଆଶଙ୍କା ସୃଷ୍ଟି କରିଛି ।

corona contamination in bhubaneswar, corona update in bhuaneswar, corona situation in bhubaneswar, local transmission in bhubaneswar, ଭୁବନେଶ୍ବରରେ କୋରୋନା ସଂକ୍ରମଣ, ଭୁବନେଶ୍ବରରେ କୋରୋନା ଅପଡେଟ, ଭୁବନେଶ୍ବରରେ କୋରୋନା ସ୍ଥିତି, ଭୁବନେଶ୍ବରରେ ସ୍ଥାନୀୟ ସଂକ୍ରମଣ
ରାଜଧାନୀକୁ ସ୍ଥାନୀୟ ସଂକ୍ରମଣ ଚିନ୍ତା, ଗୋଟିଏ ଦିନରେ 87 ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜଧାନୀକୁ ଧିରେ ଧିରେ ଗ୍ରାସିବାରେ ଲାଗିଛି କୋରୋନା ସଂକ୍ରମଣ । ଏମିତିରେ ବଢୁଥିବା ସଂକ୍ରମଣ ଗୋଷ୍ଠୀ ସଂକ୍ରମଣକୁ ଅଗ୍ରସର ହେଉଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଅନେକ ମାମଲା ହୋମ କ୍ବାରେଣ୍ଟାଇନ ଓ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ମଧ୍ୟ ସମୟ ସହ ବଢୁଥିବାର ଦେଖାଯାଉଛି । ସେପଟେ ଶନିବାର ରାଜଧାନୀରେ 87ଟି ନୂଆ ମାମଲା ସାମ୍ନାକୁ ଆସିଛି ।

ଚିହ୍ନଟ ମାମଲାରୁ 41 ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 46ଟି ସ୍ଥାନୀୟ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଧିରେ ଧିରେ ରାଜଧାନୀରେ କ୍ବାରେଣ୍ଟାଇନ କେନ୍ଦ୍ର ଅପେକ୍ଷା ସ୍ଥାନୀୟ ସଂକ୍ରମଣର ମାତ୍ରା ବଢୁଥିବା ଦେଖାଯାଉଛି । ଯାହା ବସ୍ତି ଅଞ୍ଚଳମାନଙ୍କରେ ବିପଦ ଘନାଉଥିବା ନେଇ ଆଶଙ୍କା ସୃଷ୍ଟି କରିଛି । ସେପଟେ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ମାମଲା ମଧ୍ୟରେ ଜାଗମରା, ୟୁନିଟ 3, ଘରୋଇ ହସ୍ପିଟାଲର କର୍ମଚାରୀ, ଝାରପଡା, ୟୁନିଟ 1, ଲକ୍ଷ୍ମୀସାଗର, କଳିଙ୍ଗ ବିହାର, ରସୁଲଗଡ, ଗୌତମନଗର, ବରମୁଣ୍ଡା ଓ କାନନ ବିହାରରୁ ଜଣେ ଲେଖାଏଁଙ୍କ ସମେତ ଶୈଳେଶ୍ବରୀ ବିହାରରୁ 2ଜଣ ରହିଥିବା ଜଣାପଡିଛି ।

ଏଥିସହ ନୟାପଲ୍ଲୀ, ଗଙ୍ଗନଗର, ଟଙ୍କପାଣି ରୋଡ, ନୟାପଲ୍ଲୀର ଗାନ୍ଧୀ ବସ୍ତି, ଜୟଦେବ ବିହାର, ଖଣ୍ଡଗିରି. ପାଣ୍ଡରା ଛକ, ଆଚାର୍ଯ୍ୟ ବିହାରରୁ 2 ଜଣ, କଳିଙ୍ଗ ନଗର କେ 7 ଅଞ୍ଚଳ, ପାତ୍ରପଡା, କଳିଙ୍ଗ ନଗର କେ 4, ଚନ୍ଦ୍ରଶେଖରପୁର, ୟୁନିଟ 4, ପଟିଆ, ଗଙ୍ଗନଗର ବସ୍ତି, ୟୁନିଟ 6 ଶବର ସାହି ବସ୍ତି, ନୟାପଲ୍ଲୀ ତ୍ରିନାଥନଗର ବସ୍ତିରୁ 4 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଭାବରେ ହୋମ କ୍ଵରେଣ୍ଟାଇନରୁ ଚିହ୍ନଟ ହୋଇଥିବା 41 ଜଣ ସଂକ୍ରମିତଙ୍କ ମଧ୍ୟରୁ ଡମଣାରୁ 3 ଜଣ, ମୈତ୍ରୀ ବିହାରରୁ 2 ଜଣ, ବିଜେବି ନଗରରୁ 3 ଜଣ, ନୟାପଲ୍ଲୀ ବ୍ରିଟି କଲୋନୀରୁ 3 ଜଣ ଓ 6 ଜଣ କାନନ ବିହାର ଫେଜ 1ରୁ ରହିଥିବା ଜଣାପଡିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ 37 ଜଣ ସୁସ୍ଥ ହୋଇଥିବା ମଧ୍ୟ ଜଣାପଡିଛି । ଭୁବନେଶ୍ବରରେ 1130 ଜଣ ମୋଟ ଆକ୍ରାନ୍ତ ରହିଥିବା ବେଳେ 494 ସୁସ୍ଥ ହୋଇଛନ୍ତି । ଏଥିସହ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 624ଟି ମାମଲା ଏବେ ସକ୍ରିୟ ରହିଥିବା ଜଣା ପଡିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.