ETV Bharat / city

LINGIPUR ATM LOOT: ଇଣ୍ଟରପୋଲର ସହାୟତା ଲୋଡିଲା ପୋଲିସ - police need help of Interpol

ଧଉଳି ଲିଙ୍ଗିପୁର ଏସବିଆଇ ଏଟିଏମ ତାଡି ଲୁଟ ଘଟଣା । ବେଙ୍ଗାଲୁରୁରୁ ଗିରଫ ହୋଇଥିବା ୨ଜଣିଆ ବାଂଲାଦେଶୀ ଅଭିଯୁକ୍ତ ଆଜି(ରବିବାର) ଲୁଟପାଟର ଡେମୋ ଦେଖାଇଛନ୍ତି । ପଟେ ଏହି ଲୁଟ ଘଟଣା ପରେ କମିଶନରେଟ ପୋଲିସ ଇଣ୍ଟରପୋଲର ସହାୟତା ନେବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

LINGIPUR ATM LOOT: ଇଣ୍ଟରପୋଲର ସହାୟତା ଲୋଡିଲା ପୋଲିସ

author img

By

Published : Apr 17, 2022, 10:42 PM IST

Updated : Apr 17, 2022, 10:54 PM IST

ଭୁବନେଶ୍ବର: ଧଉଳି ଲିଙ୍ଗିପୁର ଏସବିଆଇ ଏଟିଏମ ତାଡି ଲୁଟ ଘଟଣା । ବେଙ୍ଗାଲୁରୁରୁ ଗିରଫ ହୋଇଥିବା ୨ଜଣିଆ ବାଂଲାଦେଶୀ ଅଭିଯୁକ୍ତ ଆଜି(ରବିବାର) ଲୁଟପାଟର ଡେମୋ ଦେଖାଇଛନ୍ତି । ଏଟିଏମ ମେସିନକୁ ତାଡିବାର କୌଶଳ ସହିତ ଏହାକୁ ଭାଙ୍ଗିବା ପର୍ଯ୍ୟନ୍ତ ଏହାର ଡେମୋ ଦେଖାଇଛନ୍ତି । ଏହା ସହ ଚାରି ଚକିଆ ଗାଡ଼ିରେ ଚୋରି କରି ସେଇ ଗାଡିରେ ଏଟିଏମ୍ ମେସିନ ନେବା ଘଟଣା ସମ୍ପର୍କରେ ମଧ୍ୟ ଡେମୋ ଦେଖାଇଛି ଅଭିଯୁକ୍ତ ।

LINGIPUR ATM LOOT: ଇଣ୍ଟରପୋଲର ସହାୟତା ଲୋଡିଲା ପୋଲିସ

ଏପଟେ ଏହି ଲୁଟ ଘଟଣା ପରେ କମିଶନରେଟ ପୋଲିସ ଇଣ୍ଟରପୋଲର ସହାୟତା ନେବ ବୋଲି ଜଣାପଡିଛି । ଏଥିସହ ଲୁଟ ହୋଇଥିବା ଟଙ୍କା ବାଙ୍ଗଲାଦେଶ ଯାଉଥିଲା ବୋଲି ପୋଲିସ କହିଛି । ତେବେ ଲୁଟ ହୋଇଥିବା ୨୩ ଲକ୍ଷ ଟଙ୍କାର ହ୍ୟୁମାନ କୋରିୟର ଜରିଆରେ ବାଙ୍ଗଲାଦେଶ ପଠାଯାଇ ଥିବା ସୂଚନା ଦେଇଥିଲେ ପୋଲିସ କମିଶନର ।

କେବଳ ଏଘଟଣା ନୁହେଁ ସମାନ ତରିକାରେ ଦିଲ୍ଲୀରୁ ମଧ୍ୟ ଲୁଟ ହୋଇଥିବା ଟଙ୍କାକୁ ମଧ୍ୟ ଏହିପରି ସମାନ ଢଙ୍ଗରେ ଟଙ୍କାର ପତ୍ତା ମିଳି ନଥିଲା । ତେବେ ପୋଲିସ ସୁଚନା ମୁତାବକ କେବଳ ଏମାନେ ଭାରତରେ ଲୁଟୁ କରି ନାହାନ୍ତି ବରଂ ଭାରତର ପଡୋଶୀ ରାଷ୍ଟ୍ର ମିଆଁମାର, ଭୁଟାନ, ନେପାଳରୁ ମଧ୍ୟ ଲୁଟ କରୁଥିଲେ । ହେଲେ ସମାନ ତରିକାରେ ଲୁଟ ଟଙ୍କାକୁ ଜଣେ ଦଲାଲ ଜରିଆରେ ବାଙ୍ଗଲାଦେଶକୁ ପଠା ଯାଉଥିଲା ବୋଲି ପୋଲିସ କହିଛି ।

ତେବେ କିଛି ପ୍ରତିଶତ ହିସାବରେ ବାଙ୍ଗଲାଦେଶ ପହଁଚା ଯାଉଥିଲା ଏହି ଟଙ୍କା । ଏପଟେ କଣ ଏହି ଟଙ୍କା କୌଣସି ଆତଙ୍କୀ ସଗଠନ ଜରିଆରେ ସବୁ ଟଙ୍କାକୁ ବିନିଯୋଗ କରାଯାଉଥିଲା କି ବୋଲି ପୋଲିସ ଏନେଇ ଇଣ୍ଟରପୋଲର ସହାୟତା ନେଇଛି । ଏମାନେ ଏଟିଏମ ମେସିନ ଏପରି ଭାବେ ତାଡି ନେଇଥିଲେ ଯେପରି ପ୍ରଫେସନାଲ ତାଡି ଲୁଟ କରନ୍ତି ।

ଏମାନଙ୍କର କ୍ରାଇମରୁ ପୋଲିସ ପ୍ରଥମରୁ ସଦେହ କରୁଥିଲା ଏମାନେ ବାଙ୍ଗଲାଦେଶୀ । ତେବେ ଏସମସ୍ତ ଘଟଣା ଜାଣିବା ପରେ ପୋଲିସ ଏମାନଙ୍କର କଚା ଚିଠା କାଢିବାରେ ବିଭିନ୍ନ‌ ରାଜ୍ୟ ପୋଲିସ ସହ ଯୋଗାଯୋଗ କରିଛି । ଏବେ ଇଣ୍ଟରପୋଲ ସହାୟତା ଲୋଡିଛି ପୋଲିସ । ଦେଖିବାର‌ କଥା କଣ ଏମାନଙ୍କର ଆତଙ୍କୀ ଲିଙ୍କ ରହିଛି କି ନା‌ନାହି ତାହା ଖୋଜିବାରେ ପୋଲିସ ସକ୍ଷମ ହେବ ।

ସୂଚନା ଅନୁସାରେ ଚଳିତ ମାସ ୪ ତାରିଖରେ ଧଉଳି ଥାନା ଲିଙ୍ଗିପୁର ଏସବିଆଇ ଏଟିଏମର ମେସିନ ତାଡି ୬ଜଣିଆ ଗ୍ୟାଙ୍ଗ ୨୩ଲକ୍ଷ ଲୁଟି ନେଇଥିଲେ । ଏହି ଘଟଣାରେ ମାତ୍ର ୨ଜଣକୁ ଧରିଥିଲା ପୋଲିସ ହେଲେ ଏମାନେ ଲୁଟ କରିଥିବା ଟଙ୍କା ଧରିବାରେ ବିଫଳ ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 17, 2022, 10:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.