ଭୁବନେଶ୍ବର: ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା । ଅପରାହ୍ନ ୩.୩୦ରେ ଆରମ୍ଭ ହେବ ରଥ ଟଣା । ଚଳିତ ବର୍ଷ ରୁକୁଣା ରଥଯାତ୍ରା ନେଇ ଟ୍ରଷ୍ଟ ବୋର୍ଡରେ ଏନେଇ ନିଷ୍ପତ୍ତି ହୋଇଛି । କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ରଥ ଉପରେ ୨୦-୨୫ ସେବାୟତ ରହିବେ ।
ଯେଉଁମାନଙ୍କର ପାଳି ଥିବ ସେହି ସେବାୟତ ମାନେ ରହିବେ ଏବଂ ରଥଟଣାରେ ମୋଟ ୧୦୦ ଜଣ ସେବାୟତ ଓ ପୋଲିସ ନିୟୋଜିତ ରହିବେ । ଗୋଟିଏ ଦିନରେ ରଥ ପହଞ୍ଚିବା ସହ ୭ଟା ସୁଦ୍ଧା ପହଞ୍ଚବା ନେଇ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି । ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ ପୋଲିସ ମାନଙ୍କର ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ହେବ । ସେହିପରି ମାଉସୀ ମା’ ମନ୍ଦିରରୁ ବାହୁଡ଼ା ଦିନ ଅପରାହ୍ନ ୩ଟାରୁ ଆରମ୍ଭ ହେବ ରଥଟଣା ।
କୋଭିଡ କଟକଣା ମଧ୍ୟରେ ରଥ ଟଣା ହେବ । ସଂକ୍ରମଣ ବୃଦ୍ଧିକୁ ଏଡ଼ାଇବା ପାଇଁ ଭକ୍ତ ବିନା ରଥଯାତ୍ରା ଅନୁଷ୍ଠିତ ହେବ । କୌଣସି ଭକ୍ତ ରଥ ଟଣାରେ ସାମିଲ ହେବେ ନାହିଁ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ