ETV Bharat / city

ଫେବୃୟାରୀ 3ରେ ଉଠା ଜଳସେଚନ ନିଗମ ଅବସରପ୍ରାପ୍ତ କର୍ମଚାରୀଙ୍କ ଧାରଣା ! - bbsr lift irrigation pension strike

ଆସନ୍ତା 3 ତାରିଖ ଠାରୁ ଭବିଷ୍ୟତ ନିଧି ଭବନ ସମ୍ମୁଖରେ ଓଡିଶା ଉଠା ଜଳସେଚନ ନିଗମର ଅବସରପ୍ରାପ୍ତ କର୍ମଚାରୀ ଧାରଣା ଦେବେ ବୋଲି ମହାସଂଘର ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ପ୍ରକାଶ କରିଛନ୍ତି। ଅଧିକ ପଢନ୍ତୁ...

ଫେବୃୟାରୀ 3 ତାରିଖରେ ଉଠା ଜଳସେଚନ ନିଗର ଅବସରପ୍ରାପ୍ତ କର୍ମଚାରୀଙ୍କ ଧାରଣା !

author img

By

Published : Jan 18, 2021, 8:02 PM IST

ଭୁବନେଶ୍ବର: ଓଡିଶା ଉଠା ଜଳସେଚନ ନିଗମରେ କାର୍ଯ୍ୟ କରି ଅବସର ନେଇଥିବା 4 ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ସେମାନଙ୍କ ପେନସନ ଓ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଦୀର୍ଘ ଦିନ ଧରି ସେମାନେ ତାଙ୍କ ବଳକା ଅର୍ଥ ଓ ପେନସନ ଆଦି ପାଇବା ପାଇଁ ନିଗମ ଅଫିସ ଓ ପେନସନ ଅଫିସ ଧାଇଁଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ତେଣୁ ସେମାନେ ଆସନ୍ତା 3 ତାରିଖ ଠାରୁ ଭବିଷ୍ୟତ ନିଧି ଭବନ ସମ୍ମୁଖରେ ଧାରଣା ଦେବେ ବୋଲି ମହାସଂଘର ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ପ୍ରକାଶ କରିଛନ୍ତି।

ଫେବୃୟାରୀ 3 ତାରିଖରେ ଉଠା ଜଳସେଚନ ନିଗର ଅବସରପ୍ରାପ୍ତ କର୍ମଚାରୀଙ୍କ ଧାରଣା !

ସୋମବାର ମହାସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି କହିଛନ୍ତି ଯେ, ଆସନ୍ତା 20 ତାରିଖରେ ଏହି ଆନ୍ଦୋଳ ହେବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଭବିଷ୍ୟତ ନିଧି କମିଶନର ଗତ 14 ତାରିଖରେ ଏକ ଚିଠି ଲେଖି କର୍ମଚାରୀମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିବାକୁ ଲିଖିତ ପ୍ରତିଶୃତି ଦେଇଛନ୍ତି।

ତେଣୁ 20 ତାରିଖର ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା କହିବା ସହ ଏହା ଭିତରେ ସମାଧାନ ନହେଲେ ମାର୍ଚ୍ଚ 3 ତାରିଖରୁ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.