ଭୁବନେଶ୍ବର : କୋଭିଡ ପରିଚାଳନାରେ ଅନିୟମିତତା ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଜିଲ୍ଲାପାଳଙ୍କ ମୁଣ୍ଡରେ ଅଠା ବୋଳୁଛନ୍ତି ରାଜ୍ୟ ସରକାର। ପ୍ରବାସୀ ଶ୍ରମିକଙ୍କୁ ସରକାର କାମ ଯୋଗାଇ ପାରିଲେ ନାହିଁ, ସେଥିପାଇଁ ସେମାନେ ରୋଜଗାର ଅନ୍ୱେଷଣରେ ବାହାରକୁ ଯାଉଛନ୍ତି। କୋଭିଡ ପରିଚାଳନାରେ କେଉଁଠି ନା କେଉଁଠି ରାଜ୍ୟ ସରକାରଙ୍କ ଏହା ଚରମ ବିଫଳତା ।
ରାଜ୍ୟ ସରକାରଙ୍କ ପାଖରେ ରୋଜଗାରର ପନ୍ଥା ନାହିଁ, କୋଭିଡ଼ ସମୟରେ ବାହାରୁ ଆସିଥିବା ପ୍ରବାସୀଙ୍କୁ କାମ ଯୋଗାଇ ଦେବାସହ ସେମାନଙ୍କ ଜୀବିକା ଉପରେ ସରକାର ବ୍ୟବସ୍ଥା କରିବେ ବୋଲି କହିଥିଲେ। ହେଲେ ସରକାର କିଛି କରିପାରିଲେ ନାହିଁ । ଫଳରେ ପ୍ରବାସୀ ଶ୍ରମିକମାନେ ମନ ଦୁଃଖରେ ରାଜ୍ୟ ବାହାରକୁ ଫେରିଗଲେ ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ