ETV Bharat / city

ଲଗାଣ ବର୍ଷାରେ ବେହାଲ ରାଜଧାନୀ, ଶୁଣନ୍ତୁ କଣ କହୁଛନ୍ତି ଜଳବନ୍ଦୀ ବସ୍ତିବାସିନ୍ଦା

author img

By

Published : Sep 14, 2021, 8:57 PM IST

ରାଜଧାନୀ ତିନିଦିନର ଲଗାଣ ବର୍ଷାରେ ବସ୍ତି ଅବସ୍ଥା ଶୋଚନୀୟ । ଜଳବନ୍ଦୀ ବସ୍ତିବାସିନ୍ଦା ପାଖରେ ନା ପ୍ରଶାସନ ନା ଲୋକ ପ୍ରତିନିଧି। ଅଧିକ ପଢନ୍ତୁ...

last 3days slum areas people affected on heavy rain in bhubaneswar
ଲଗାଣ ବର୍ଷାରେ ବେହାଲ ରାଜଧାନୀ ବସ୍ତି, ଜଳବନ୍ଦୀ ବସ୍ତିବାସିନ୍ଦା

ଭୁବନେଶ୍ବର : ତିନିଦିନର ଲଗାଣ ବର୍ଷାରେ ବେହାଲ ରାଜଧାନୀ ବସ୍ତି। ଜଳବନ୍ଦୀ ବସ୍ତିବାସିନ୍ଦା ପାଖରେ ନା ପ୍ରଶାସନ ନା ଲୋକ ପ୍ରତିନିଧି । କେହି ବି ପହଞ୍ଚିଥିନଥିବାବେଳେ ଜଳ ନିଷ୍କାସନ ହୋଇପାରି ନଥିବାରୁ ଦୁର୍ଦ୍ଦଶାରେ ବସ୍ତିବାସିନ୍ଦା ।

ବସ୍ତି ବାସିନ୍ଦାଙ୍କ ଦୁଃଖ ବୁଝିବ କିଏ ବର୍ଷାରେ ବିଭିନ୍ନ ବସ୍ତି ବାସିନ୍ଦାଙ୍କ ଘରେ ପାଣି ପଶିବା ସହିତ ବସ୍ତିରେ ଘର ଭାଙ୍ଗି ଯାଇଛି । ଖାଲି ଘର ନୁହେଁ ବାହାରେ ବି ରାସ୍ତା ବୁଡି ରହିଛି। ଏହାକୁ ନେଇ ଲୋକମାନେ ୩ ଦିନ ହେଲାଣି ଖାଇନଥିବାବେଳେ ପାଣିରେ ରାତି ଦିନ ଉଜାଗର ହୋଇ ଖଟ ଉପରେ ବସି ରହିଛନ୍ତି । ଏଭଳି ପରିସ୍ଥିତି ଉପୁଜିଛି ଯେ ବିପଦସଙ୍କୁଳରେ ଥିବା ଘରର କାନ୍ଥ କେତେବେଳେ ଭୁଶୁଡିବ ତାହା କହିବା ମୁସ୍କିଲ । ନିଜକୁ ବଞ୍ଚାଇବାକୁ ଯାଇ କଂସାବାସନ, ବାଲଟି ହାଣ୍ଡିରେ ପାଣି କାଢୁଛନ୍ତି ବସ୍ତିବାସିନ୍ଦା । ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଲାଗି ପଡିଛନ୍ତି ପାଣି ବାହାର କରିବାରେ । ଭୋଟ ବେଳେ ଆସିଯାଉଛନ୍ତି କିନ୍ତୁ ସବୁ ବର୍ଷର ପାଣି ସମସ୍ୟାକୁ ଦୂର ପାଇଁ କେହି ଆସୁନାହାନ୍ତି । ଯାହାକୁ ନେଇ ବସ୍ତିବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଭିଯୋଗ କରିଛନ୍ତି ।

ତେବେ ରାଜ୍ୟ ସରକାର ବସ୍ତିକୁ କାଗଜ କଲମରେ ଆଦର୍ଶ କଲୋନୀ ନାମରେ ବାହାବାହା ନେଉଥିବା ବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଯାଇଛନ୍ତି । ଆମେ ବସ୍ତି ବାସିନ୍ଦା ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ଆପଣ ଯଥାଶୀଘ୍ର ସମସ୍ତ ବସ୍ତିରୁ ଜଳ ନିଷ୍କାସନ କରନ୍ତୁ। ଅନ୍ୟପଟେ ଖାଲି ବସ୍ତି ନୁହେଁ ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଇଦେଇଛି। ଘର ସହ ଦୋକାନରେ ବି ପାଣି ପଶି ରହିଛି। ଏହାକୁ ନେଇ ରୋଜଗାର ତ ହରାଇଛନ୍ତି ତାହା ସହ ତିନିଦିନ ହେବ ଚୂଲି ଲାଗୁ ନାହିଁ ।

ତେବେ ଅନେକ ଦିନରୁ ସ୍ମାର୍ଟ ସିଟି ଭୁବନେଶ୍ବରରେ ଡ୍ରେନେଜ ସମସ୍ୟା ଲାଗି ରହିଥିଲାବେଳେ ପ୍ରଶାସନ ଲୋକଙ୍କୁ ଜଳବନ୍ଦୀ ସମସ୍ୟାକୁ ଦୂର କରିପାରୁନାହିଁ। ଏହାକୁ ନେଇ ସବୁବର୍ଷ ରାଜଧାନୀବାସୀ ସମାନ ସମସ୍ୟା ଭୋଗୁଥିବାବେଳେ ତିନିଦିନର ରେକର୍ଡ ଭଙ୍ଗା ବର୍ଷା ଲୋକଙ୍କୁ ଦୁର୍ଦ୍ଦଶାକୁ ବଢାଇଦେଇଛି। ତେଣୁ ଏମାନଙ୍କ ସମସ୍ୟାକୁ ବୁଝି ଜଳ ନିଷ୍କାସନ ବ୍ୟବସ୍ଥା କରିପାରିଲେ ଲୋକେ ଉପକୃତ ହୋଇପାରିବେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.