ETV Bharat / city

ହଟିଲା ପୋଲିସ ଉପରୁ ବିଶ୍ବାସ, ସିଏମ୍‌ଓଙ୍କ ଦ୍ବାରସ୍ଥ ମହିଳା - ସାହାଯ୍ୟ

ହଟିଲା ପୋଲିସ ପାଖରୁ ବିଶ୍ବାସ। ନ୍ୟାୟ ପାଇଁ ସିଏମଓଙ୍କୁ ଟ୍ବିଟ କଲେ ମହିଳା। ଯାହା କମିଶନରେଟ ପୋଲିସର ପାରିବା ପଣିଆ ଉପରେ ବର୍ତ୍ତମାନ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 9, 2019, 6:43 AM IST

ଭୁବନେଶ୍ବର: ହଟିଲା ପୋଲିସ ପାଖରୁ ବିଶ୍ବାସ। ନ୍ୟାୟ ପାଇଁ ସିଏମଓଙ୍କୁ ଟ୍ବିଟ କଲେ ମହିଳା। ଯାହା କମିଶନରେଟ ପୋଲିସର ପାରିବା ପଣିଆ ଉପରେ ବର୍ତ୍ତମାନ ସୃଷ୍ଟି କରିଛି ପ୍ରଶ୍ନବାଚୀ । ଘଟଣାଟି ହେଉଛି ରାଜଧାନୀର ଏକ ନଂ ମାର୍କେଟର ଜଣେ ମହିଳା ବ୍ୟବସାୟୀଙ୍କର । ଅଭିଯୋଗ ଅନୁଯାୟୀ ତାଙ୍କ ଦୋକାନରୁ ଲୁଟ୍‌ ହେବା ସହ ଜିନିଷ ନଷ୍ଟ କରାଯାଇଛି ।

ମହିଳାଙ୍କ କହିବା ଅନୁଯାୟୀ ସେ ଏନେଇ ପୋଲିସକୁ ଖବର କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । 15 ବର୍ଷ ହେବ ସ୍ବାମୀ ଏକ ନଂ ମାର୍କେଟରେ ଦୋକାନ ଚଳାଉଥିଲେ । ହେଲେ ସ୍ବାମୀଙ୍କ ନିଧନ ପରେ ଏହି ଦୋକାନ ସମ୍ଭାଳୁଥିଲେ ସ୍ତ୍ରୀ ବିନୋଦିନୀ ପଣ୍ଡା ।

police, cmo, bhubaneswar, help, lady, ଭୁବନେଶ୍ବର, ମହିଳା, ସିଏମଓ, ସାହାଯ୍ୟ, ପୋଲିସ
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ତାଙ୍କ ଅଭିଯୋଗ ଅନୁଯାୟୀ ଏକ ନମ୍ବର ମାର୍କେଟ ସଂଘର କିଛି କର୍ମକର୍ତ୍ତା ଓ ତାଙ୍କ ଦେଢଶୂର ମିଶି ଦୋକନର ଜିନିଷ ନଷ୍ଟ କରିବା ସହ ଲୁଟ ଉଦ୍ୟମ କରିଛନ୍ତି । ଏନେଇ ପୋଲିସକୁ ଖବର ପରେ ମଧ୍ୟ କୌଣସି ପଦକ୍ଷେପ ନେଇ ନାହିଁ କମିଶନରେଟ ପୋଲିସ । ବରଂ ପୋଲିସ ତାରିଖ ଗଡାଇ ଲାଗିଥିବା ଅଭିଯୋଗ କରିଛନ୍ତି ବିନୋଦିନୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶେଷରେ ସହାୟତାର ଆଶା ନେଇ ସିଏମଓ, ଡିଜିପି, ଡିସିପି ଓ ବିଏମ୍‌ସି ଭୁବନେଶ୍ବରକୁ ଟ୍ବିଟ କରି ନିଜ ଦୁଃଖ ଜଣାଇଛନ୍ତି ସେ । ଏଥିରେ ନିଜ ରୋଜଗାର ବଞ୍ଚାଇବା ପାଇଁ ସହାୟତାର ଆବଶ୍ୟକତା ଥିବା ଦର୍ଶାଇଛନ୍ତି । ଏଥିସହ ଘଟଣାରେ କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତ୍ତୀ କୌଣସି ସାହାଯ୍ୟ କତରି ନଥିବା ମଧ୍ୟ ଦର୍ଶାଇଥିଲେ ବିନୋଦିନୀ ।

ପ୍ରକାଶ ଯେ, ଗତ 1 ତାରିଖ ରାତି ପ୍ରାୟ 10ଟା ସମୟରେ ବେପାର ସାରି ଦୋକାନ ବନ୍ଦ କରି ଘରକୁ ପଳାଇଥିଲେ ବିନୋଦିନୀ । ପରେ ଗୟାଧର ସ୍ବାଇଁ, ମାନସ ମୁଦୁଲି, ସୁରେନ୍ଦ୍ର ପଣ୍ଡା, ମହେନ୍ଦ୍ର ପଣ୍ଡା ଦୋକାନର ତାଲା ଭାଙ୍ଗି ଦୋକାନରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପତ୍ର ଚୋରି କରିବା ସହ ଟଙ୍କା ମଧ୍ୟ ଚୋରି କରିଥିଲେ। ପରବର୍ତ୍ତୀ ସମୟରେ ବିନୋଦିନୀକୁ ଦୋକାନ ଛାଡିବାକୁ ବାଧ୍ୟ ମଧ୍ୟ କରିଥିଲେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ପୋଲିସ ପାଖରୁ ହଟିଲା ବିଶ୍ୱାସ, ନ୍ୟାୟ ପାଇଁ ସିଏମଓ ଙ୍କୁ ଟ୍ୱଇଟି କଲେ ମହିଳା।

କମିଶନରେଟ ପୋଲିସ ପୁଣି ମାରିଛି ଫେଲ। ନ୍ୟାୟ ଦେବାରେ ପୁଣି ବିଫଳ ହେଲା କମିଶନରେଟ ପୋଲିସ। ଜଣେ ମହିଳା ଙ୍କ ନିଜର ନ୍ୟାୟ ପାଇଁ ଥାନାକୁ ବାରମ୍ବାର ଆସି ହତାହଟା ହେବାକୁ ପଡୁଛି। ହେଲେ ନ୍ୟାୟ ମିଳି ପାରୁ ନାହିଁ। ଶେଷରେ ସିଏମଓ ଙ୍କୁ ଟ୍ୱିଟ କରି ନିଜର ଅଭିଯୋଗ ଶୁଣାଇଛି।

Body:
ଉକ୍ତ ମହିଳାଙ୍କ ନାମ ବିନୋଦିନି ପଣ୍ଡା। ୟୁନିଟ 1 ରେ ଥିବା ହାଟ ରେଦୋକାନ କରି ନିଜର ପେଟ ପୋସେ। ସେହି ହାଟ ରେ ଥିବା କିଛି ଲୋକ ତାର ଦୋକାନ ରୁ ଜିନିଷ ଚୋରି କରି ନେଇଥିଲେ। ଯାହା ଫଳରେ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଆସୁଥିଲେ। ବାରମ୍ଭର ଅଭିଯୋଗ କରିଆସୁଥିଲେ ମଧ୍ୟ ପୋଲିସ କୌଣସି ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଶେଷରେ ମ୍ରିୟମାଣ ହୋଇ ସିଏମଓ, ଡିଜିପି, ଡିସିପି, ବିଏମସି ଭୁବନେଶ୍ୱର କୁ ଏକ ଏତଲା କପି ସହ ଟ୍ୱିଇଟ କରିଛନ୍ତି ରାକେଶ ପଣ୍ଡା ନାମକ ଜଣେ ଟ୍ୱିଇ ଟର ବ୍ୟବହାରକାରୀ।

ଏଥିରେ ଦର୍ଶାଇଛନ୍ତି ଯେ ଏହି ଘଟଣା ର ତଦନ୍ତ କରିବାରେ ବିଫଳ କ୍ୟାପିଟାଲ ଥାନା। କ୍ୟାପିଟାଲ ଥାନାର ଆଇଆଇସି ଗିରିଜା ଶଙ୍କର ଚକ୍ରବତୀ ଙ୍କ କୌଣସି ଶକ୍ତି ନାହିଁ ଏହି ମାମଲାର ସମାଧାନ କରିବାକୁ। ଏହା ସହ ଗୁଣ୍ଡରାଜ ଚଳାଇଥିବା ଗୟାଧର ସ୍ୱାଇଁ ୟୁନିଟି 1 ରେ ନିଜର କାୟା ବିସ୍ତାର କରିଛି। ସେମାଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏହାକୁ ନେଇ ନିଜର ନ୍ୟାୟ ଖୋଜୁଛନ୍ତି ବିନୋଦିନି ପଣ୍ଡା।

ସୂଚନା ଅନୁଯାୟୀ, ୧.୮. ୨୦୧୯ ରିଖ ରାତି 10 ତା ସମୟରେ ବେପାର ସାରି ଦୋକାନ ବନ୍ଦ କରି ଘରକୁ ପଳାଇଥେଲେ ବିନୋଦିନି। ଗୟାଧର ସ୍ୱାଇଁ, ମାନସ ମୁଦୁଲି, ସୁରେନ୍ଦ୍ର ପଣ୍ଡା, ମହେନ୍ଦ୍ର ପଣ୍ଡା ଦୋକାନ ର ଚାବି ଭାଙ୍ଗି ଦୋକାନ ଇ ଥିବା ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପତ୍ର ଚୋରି କରିବା ସହ ଟଙ୍କା ମଧ୍ୟ ଚୋରି କାରିଥିଲେ। ପରବର୍ତୀ ସମୟରେ ବିନୋଦିନି କୁ ଦୋକାନ ଛାଡିବାକୁ ବାଧ୍ୟ କରିଥିଲେ। ଏହି ଘଟଣା ଜାଣିବା ପରେ ବିନୋଦିନି କ୍ୟାପିଟାଲ ଥାନାକୁ ଆସି ଅଭିଯୋଗ କରିଥିଲେ । ଯାହା ଫଳରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେଥିପାଇଁ ବାଧ୍ୟ ହୋଇ ନିଜର ନ୍ୟାୟ ପାଇଁ ସିଏମଓ ଙ୍କୁ ଟ୍ୱିଇ ଟ ଜରିଆରେ ଅଭିଯୋଗ କରି ଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.