ETV Bharat / city

ନିର୍ମାଣଧୀନ କୋଠାରୁ ଖସି ଶ୍ରମିକ ମୃତ - କୋଠାରୁ ଖସି ଶ୍ରମିକ ମୃତ ଭୁବନେଶ୍ବର

ଭୁବନେଶ୍ବରରେ ନିର୍ମାଣଧୀନ କୋଠାରୁ ଖସି ଶ୍ରମିକଙ୍କ ମୃତ୍ୟୁ । ସହାୟତା ପାଇଁ ଦାବି । ଅଧିକ ପଢନ୍ତୁ...

ନିର୍ମାଣଧିନ କୋଠାରୁ ଖସି ଶ୍ରମିକ ମୃତ
ନିର୍ମାଣଧିନ କୋଠାରୁ ଖସି ଶ୍ରମିକ ମୃତ
author img

By

Published : Apr 3, 2021, 6:44 PM IST

Updated : Apr 3, 2021, 7:20 PM IST

ଭୁବନେଶ୍ବର: ନିର୍ମାଣଧୀନ କୋଠାରୁ ଖସି ଯାଉଛି ଗୋଟିଏ ପରେ ଗୋଟିଏ ଶ୍ରମିକଙ୍କ ଜୀବନ । ମାତ୍ର ନା ଏଥିରେ ଠିକାଦାରଙ୍କ ଚିନ୍ତା ଅଛି ନା ସରକାରଙ୍କର । ଅବହେଳା ଏବଂ ସୁରକ୍ଷା ଅବହେଳାରୁ କାମ କରୁଥିବା ସମୟରେ ଶ୍ରମିକଙ୍କ ପ୍ରାଣହାନୀ ଘଟୁଛି ।

ନିର୍ମାଣଧୀନ କୋଠାରୁ ଖସି ଶ୍ରମିକ ମୃତ

ସୂଚନା ଅନୁଯାୟୀ ଗତକାଲି(ଶୁକ୍ରବାର) ଭୁବନେଶ୍ବର ବାଲିଅନ୍ତା ଥାନା ରଙ୍ଗ ବଜାର ଶରତ କୁମାର ନନ୍ଦଙ୍କ ଘରକାମ ଚାଲୁଥିଲା । ଏହି ସମୟରେ ପଶ୍ଚିମବଙ୍ଗ ମୁର୍ଷିଦାବାଦର ଜଣେ ଶ୍ରମିକ ଅତିକୁର ରେହମାନ(45) ନିର୍ମାଣଧୀନ କୋଠାରୁ ଖସିପଡି ପ୍ରାଣ ହରାଇଛନ୍ତି । ତେବେ ତାଙ୍କ ପତ୍ନୀଙ୍କ ସମେତ ଗୋଟିଏ ଝିଅ ଏବଂ 2ଟି ପୁଅ ଅଛନ୍ତି, ଯେଉଁମାନେ ରେହମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ବର୍ତ୍ତମାନ ରେହମାନଙ୍କ ମୃତ୍ୟୁ ହେବାପରେ ଏମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ତେଣୁ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଅନ୍ୟପଟେ ଗତ 19 ତାରିଖରେ ବରଗଡ ଥାନା ଅଞ୍ଚଳରେ ସେଫ୍ଟିକ ଟାଙ୍କିରେ ପଡି 2 ଶ୍ରମିକ ପ୍ରାଣ ହରାଇ ଥିବାବେଳେ ଏପରି ଘଟଣାର ବାରମ୍ବାର ପୁନରାବୃତ୍ତି ଚିନ୍ତାର କାରଣ ପାଲଟିଛି । ତଥ୍ୟ ଅନୁଯାୟୀ ୨୩ ଡିସେମ୍ବର ୨୦୧୯ରେ ଧଉଳି ଥାନା ଜେମାଦେବୀ ହାଇସ୍କୁଲ ସାମ୍ନାରେ ପିଏଚ ଡିଭିଜନର କାମ ଚାଲି ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୮ଫେବୃୟାରୀ ୨୦୧୯ ରେ ମଞ୍ଚେଶ୍ବର ଥାନା ନୂଆରୋଡ ନିକଟରେ ଏକ ନିର୍ମାଣଧିନ କୋଠାର ସେଫ୍ଟିକ ଟାଙ୍କିରେ ପଡି ୩ଶ୍ରମିକଙ୍କ ମୃତ୍ୟୁ ଘଟିଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 3, 2021, 7:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.