ETV Bharat / city

ଉଦଘାଟିତ ହେଲା କୃଷି ଓଡିଶା-୨୦୨୧, 19 ପର୍ଯ୍ୟନ୍ତ ଚାଲିବ କୃଷି ପ୍ରଦର୍ଶନୀ - Krushi Odisha programme started bhunbaneswar till 19 march

ରାଜ୍ୟରେ କୃଷକଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଏହି କୃଷି ଓଡିଶା କାର୍ଯ୍ୟକ୍ରମ କରାଯାଉଛି । ଚାଷୀଙ୍କ ସାଥିରେ ରହିଛି, ସେମାନଙ୍କ ପାଇଁ କାମ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ଏହି ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ 'କୃଷି ଓଡିଶା'କୁ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

Krushi Odisha programme started bhunbaneswar till 19 march
ଉଦଘାଟିତ ହେଲ କୃଷି ଓଡିଶା ୨୦୨୧, 19 ପର୍ଯ୍ୟନ୍ତ ଚାଲିବ କୃଷି ପ୍ରଦର୍ଶନୀ
author img

By

Published : Mar 15, 2021, 9:53 PM IST

ଭୁବନେଶ୍ବର: ଉଦଘାଟିତ ହୋଇଛି କୃଷି ଓଡିଶା ୨୦୨୧ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ଏହି ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ 'କୃଷି ଓଡିଶା'କୁ ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉଦଘାଟିତ ହେଲ କୃଷି ଓଡିଶା ୨୦୨୧, 19 ପର୍ଯ୍ୟନ୍ତ ଚାଲିବ କୃଷି ପ୍ରଦର୍ଶନୀ

ରାଜ୍ୟରେ କୃଷକଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଏହି କୃଷି ଓଡିଶା କାର୍ଯ୍ୟକ୍ରମ କରାଯାଉଛି । ଚାଷୀଙ୍କ ସାଥିରେ ରହିଛି, ସେମାନଙ୍କ ପାଇଁ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟର ମିଲେଟ ମିଶନ ସାରା ଦେଶରେ ଉଦାହରଣ ସାଜିଥିବା କହିଛନ୍ତି ନବୀନ । ଏହା ସହ କଳାହାଣ୍ଡିର ମତ୍ସ୍ୟ ଚାଷୀ ଦେଶରେ ସ୍ବତନ୍ତ୍ର ପରିଚୟ ଲାଭ କରିଛନ୍ତି । ଚାକିରୀ ଛାଡି ଯୁବବର୍ଗ ଚାଷକୁ ଆପଣାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ଆର୍ଥିକ ସ୍ଥିତି ବିଗାଡି ଦେଇଥିବାବେଳେ ସଞ୍ଜିବନୀ ଭାବେ ଉଭା ହୋଇଛି କୃଷି । କୃଷକଙ୍କ ଉନ୍ନୟନ ପାଇଁ ରାଜ୍ୟ ସରକାର ୨୦ ହଜାର କୋଟି ଋଣ ଯୋଗାଇଛନ୍ତି । ସରକାରୀ ଯୋଜନାର ସୁଯୋଗ ନେବା ସହ ନୂତନ ବୈଷୟିକ କୌଶଳର ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ଓଡିଶା ଚାଷୀଙ୍କର ସମାବେଶ । ଚାଷୀଙ୍କ ଦକ୍ଷତା ବିକାଶ ପାଇଁ ଏହି ସମାବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।

ଏଥର ଏହି କୃଷି ପ୍ରଦର୍ଶନୀର ମାସ୍କଟ ଭାବେ 'ଛତୁ'କୁ ରଖାଯାଇଛି । ଛତୁର ଗୁଣାତ୍ମକ ମାନ, ସହଜ ଉପଲବ୍ଧତା, ଅଧିକ ଲାଭ,ଉନ୍ନତ ପୁଷ୍ଟି ଯୁକ୍ତ ଖାଦ୍ୟପ୍ରାଣ ଥିବାରୁ ଏହାକୁ ୨୦୨୧ କୃଷି ପ୍ରଦର୍ଶନୀର ମାସ୍କଟ ଭାବେ ରଖାଯାଇଛି । ସମଗ୍ର ଦେଶରେ ଓଡ଼ିଶା ପାଳ ଛତୁ ଉତ୍ପାଦନରେ ପ୍ରଥମ ହୋଇଥିବା ବେଳେ ମୋଟ ଛତୁ ଉତ୍ପାଦନରେ ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି । ରାଜ୍ୟରେ ବ୍ୟାପକଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଯୁବ ବର୍ଗ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଥିବା କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଚଳିତବର୍ଷର ଥିମ ରହିଛି ସମନ୍ୱିତ ଚାଷ ଓ ଚାଷୀର ବିକାଶ । କୃଷି ଓ ଆନୁଷଙ୍ଗିକ କୃଷିର ଉନ୍ନତିକରଣ ପାଇଁ ଆବଶ୍ୟକ ଥିବା ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକିକରଣ ସୂଚନା, ବଜାର ସୁଯୋଗ ସୃଷ୍ଠି ତଥା ଆବଶ୍ୟକ ଋଣର ସହଜ ଉପଲବ୍ଧତା ଆଦି ଉପରେ ଏହି ପ୍ରଦର୍ଶନୀରେ ଗୁରୁତ୍ୱ ଦିଆଯାଇଛି । ଏଥର କୃଷି ଓଡ଼ିଶାରେ ମୋଟ ୧୬୦ଟି ମଣ୍ଡପ ପ୍ରଦର୍ଶିତ ହେଉଛି । ସେ ଭିତରେ କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଆଦି ସଂଖ୍ୟାଧିକ ବିଭାଗ ଭାଗ ନେଉଛନ୍ତି । ଏହି ଅବସରରେ ୩୦ ଜିଲ୍ଲାର ସଫଳ ଚାଷୀଙ୍କୁ ସମ୍ମାନିତ କରାଯିବା ।

ଏହି ମହୋତ୍ସବ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ଫିକିର ସହଯୋଗରେ ଆୟୋଜିତ ହୋଇଛି । ଉଦଘାଟନୀ ଉତ୍ସବରେ କୃଷି ମନ୍ତ୍ରୀ ଅରୁଣ ସାହୁ, ଉନ୍ନୟନ କମିଶନର ପ୍ରଦୀପ ଜେନା, କୃଷି କମିଶନର ରାଜ କୁମାର ଶର୍ମା, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଓ ଫିକିର ସେକ୍ରେଟାରୀ ଜେନେରାଲ ଦିଲ୍ଲୀପ ଚୀନୟ ଉପସ୍ଥିତ ଥିଲେ । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀର ଉଦଯାପନୀ ଉତ୍ସବରେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.