ETV Bharat / city

ଅବସର ନେଲେ କୃପାସିନ୍ଧୁ, ଦାୟିତ୍ଵରେ ନିରଞ୍ଜନ

ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ସୋମବାର ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି କୃପାସିନ୍ଧୁ ମିଶ୍ର । ତାଙ୍କ ଅବସର ପରେ ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀଙ୍କୁ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଦାୟିତ୍ବରେ ରହିବେ । ଅଧିକ ପଢନ୍ତୁ...

ଅବସର ନେଲେ କୃପାସିନ୍ଧୁ
ଅବସର ନେଲେ କୃପାସିନ୍ଧୁ
author img

By

Published : May 31, 2021, 9:26 PM IST

ଭୁବନେଶ୍ବର: ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ସୋମବାର ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି କୃପାସିନ୍ଧୁ ମିଶ୍ର । ତାଙ୍କ ଅବସର ପରେ ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀଙ୍କୁ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଦାୟିତ୍ବରେ ରହିବେ ।

ଅବସର ନେଲେ କୃପାସିନ୍ଧୁ
ଅବସର ନେଲେ କୃପାସିନ୍ଧୁ

ସୋମବାର ଏହି ମର୍ମରେ ବିଭାଗ ତରଫରୁ ଆଦେଶନାମା ପ୍ରକାଶ ପାଇଛି । ତେବେ ସେ ଦୀର୍ଘ ୧ ବର୍ଷ ୧୦ ମାସ ଧରି ବିଭାଗର ନିର୍ଦ୍ଦେଶକ ଦାୟିତ୍ବ ତୁଲାଇଥିଲେ । ବିଦାୟୀ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ରଙ୍କୁ ସୋମବାର ବିଭାଗ ତରଫରୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

କୋଭିଡ୍ କଟକଣା ମଧ୍ୟରେ ଲୋକ ସଂପର୍କ ଭବନରେ ସୀମିତ ସଂଖ୍ୟକ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ବିଦାୟୀ ନିର୍ଦ୍ଦେଶକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

କୃପାସିନ୍ଧୁଙ୍କ ଅବସର ପରେ ନିରଞ୍ଜନଙ୍କୁ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଦାୟିତ୍ବରେ ରହିବେ । ନିରଞ୍ଜନ ଦୀର୍ଘ ବର୍ଷ ଧରି ଏହି ବିଭାଗୀୟ କାର୍ଯ୍ୟରେ ଅଭିଜ୍ଞତା ରହିଛି । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଯୁଗ୍ମ ଶାସନ ସଚିବ, ଯୁଗ୍ମ ନିର୍ଦ୍ଦେଶକ, ଓଡିଶା ସୂଚନା ସେବା ସଂଘର କର୍ମକର୍ତ୍ତାମାନେ ଏହି ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.