ETV Bharat / city

କୋଟିଆ କଳି, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

author img

By

Published : Feb 20, 2021, 5:45 PM IST

Updated : Feb 20, 2021, 7:26 PM IST

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । କୋଟିଆରେ ଆନ୍ଧ୍ର ବେଆଇନ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଲେଖିଛନ୍ତି । ଅଧିକ ପଢନ୍ତୁ...

କୋଟିଆ ତାତି, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: କୋରାପୁଟ କୋଟିଆର 3ଟି ଗ୍ରାମରେ ବେଆଇନ ପଞ୍ଚାୟତ ନିର୍ବାଚନ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଚିଠିରେ ପ୍ରଦୀପ୍ତ ନାୟକ ଲେଖିଛନ୍ତି ଯେ, କୋଟିଆ ଓଡ଼ିଶାର ଥିଲା। ରହିଛି ଓ ରହିବ । ୧୯୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନ ବେଳେ ବ୍ରିଟିଶ ଭାରତ ସରକାରଙ୍କର ଗେଜେଟ ନୋଟିଫିକେସନ ଅନୁସାରେ କୋଟିଆ ଓଡ଼ିଶାର ଅଂଶ । କୋଟିଆକୁ ଯେତେ ଚେଷ୍ଟା କରିଲେ ବି ଆନ୍ଧ୍ର ନେଇପାରିବ ନାହିଁ ।

ଯେଉଁଭଳି ଭାବରେ ଆନ୍ଧ୍ର ପ୍ରଦେଶ ସରକାର ଓଡ଼ିଶାର ସୀମାବର୍ତ୍ତୀ କିଛି ଗାଁରେ ଅନୈତିକ ଓ ବେଆଇନ ଭାବରେ ଭୋଟ କରିବା ପାଇଁ ପ୍ରୟାସ କରିଲେ ତାହା ଗ୍ରହଣୀୟ ନୁହେଁ । ଏହାର ଦେଶର ଆଦର୍ଶ ସର୍ଭେୟ ବ୍ୟବସ୍ଥା, ସମ୍ବିଧାନର ମୁଳ ଭାବନାକୁ ବିରୋଧ କରୁଛି । ଏପରିକି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଯେଉଁ ରାୟ ଦେଇଥିଲା ତାହାକୁ ବି ଆନ୍ଧ୍ର ସରକାର ମାନୁନାହାନ୍ତି ।

ସୀମାରେ ରହୁଥିବା ଲୋକମାନଙ୍କ ଭିତରେ କାହିଁ କେଉଁ କାଳରୁ ପାରିବାରିକ ଏବଂ ସାଂସ୍କୃତିକ ସମ୍ପକ ରହିଆସିଛି । ହେଲେ ଆନ୍ଧ୍ର ସରକାରଙ୍କ କାର୍ଯ୍ୟକଳାପ ଦୁଇ ସୀମାର ଲୋକମାନଙ୍କର ଭିତରେ ସୁସଜକୁ ନଷ୍ଟ କରୁଛି । ବିଜୟାନଗରମ, ଭିସାକାପାଟନମ ଓ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନକୁ ଏପରି ବେଆଇନ ସୀମା ଦଖଲ କାର୍ଯ୍ୟକଳାପ, ତଥା ଲୋକମାନଙ୍କୁ ପ୍ରଲୋଭନ କରି ଭୋଟ କରାଇବା ଆଦି କାମରୁ ବିରତ ରହିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପ୍ରଦୀପ୍ତ ।

ପଡୋଶୀ ରାଜ୍ୟ କୋଟିଆର 3ଟି ଗ୍ରାମରେ ପଞ୍ଚାୟତ ନିର୍ବାଚନ କରିବା ନେଇ ଓଡିଶାର ରାଜନୀତିକ ପାଣିପାଗ ସରଗରମ ରହିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏପରିକି ସୁପ୍ରିମକୋର୍ଟରେ ମଧ୍ୟ ମାମଲାର ଦୁଇ ଥର ଶୁଣାଣି ହୋଇସାରିଛି ।

ପ୍ରଥମ ଶୁଣାଣିରେ ସର୍ବୋଚ୍ଚ କୋର୍ଟ ଆନ୍ଧ୍ର ପ୍ରଦେଶକୁ ନୋଟିସ କରିଥିବା ବେଳେ ଦ୍ବିତୀୟ ଶୁଣାଣିରେ ଓଡିଶା ସରକାରଙ୍କୁ ପ୍ରତି ଜବାବ ଦଖଲ ପାଇଁ 4 ସପ୍ତାହର ସମୟ ଦେଇଛନ୍ତି । ଏହାରି ଭିତରେ ଓଡିଶା ବିଧାନସଭାରେ କୋଟିଆ ତାତି ପାଇଁ ଗୃହ ହୁଲସ୍ତୁଲ ହୋଇଛି । ତେବେ ଆଜି ପ୍ରଦୀପ୍ତ ନାୟକ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖି ଅବଗତ କରିଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 20, 2021, 7:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.