ETV Bharat / city

ଦ୍ବିତୀୟ ଥର ରିମାଣ୍ଡରେ ଖୋଲିବ ହସ୍ପିଟାଲ ଲିଙ୍କ୍, ପୋଲିସକୁ ମିଳିଲା କୋର୍ଟଙ୍କ ଅନୁମତି

author img

By

Published : Jan 21, 2021, 3:00 PM IST

ଦ୍ବିତୀୟ ଥର ରିମାଣ୍ଡରେ କିଡନୀ ଠକ ହିମାଂଶୁ ଭୁଷଣ ନନ୍ଦ। ତିନି ଦିନିଆ ରିମାଣ୍ଡରେ ନେବାକୁ କମିଶନରେଟ ପୋଲିସକୁ କୋର୍ଟ ଦେଇଛନ୍ତି ଅନୁମତି। ଅଧିକ ପଢନ୍ତୁ...

ଦ୍ବିତୀୟ ଥର ରିମାଣ୍ଡରେ ଖୋଲିବ ହସ୍ପିଟାଲ ଲିଙ୍କ୍, ପୋଲିସକୁ ମିଳିଲା କୋର୍ଟଙ୍କ ଅନୁମତି
ଦ୍ବିତୀୟ ଥର ରିମାଣ୍ଡରେ ଖୋଲିବ ହସ୍ପିଟାଲ ଲିଙ୍କ୍, ପୋଲିସକୁ ମିଳିଲା କୋର୍ଟଙ୍କ ଅନୁମତି

ଭୁବନେଶ୍ବର: ଦ୍ବିତୀୟ ଥର ରିମାଣ୍ଡରେ କିଡନୀ ଠକ ହିମାଂଶୁ ଭୂଷଣ ନନ୍ଦ। ତିନି ଦିନିଆ ରିମାଣ୍ଡରେ ନେବାକୁ କମିଶନରେଟ ପୋଲିସକୁ କୋର୍ଟ ଦେଇଛନ୍ତି ଅନୁମତି। ରିମାଣ୍ଡ ବେଳେ ଖୋଲିବ କିଡନୀ ଠକ ଖୋଲିବ ଡାକ୍ତର ଲିଙ୍କ ଗୁମର । ଏନେଇ କମିଶନରେଟ ପୋଲିସ ପ୍ରସ୍ତୁତ କରିଛି କିଛି ଡାକ୍ତରଙ୍କ ତାଲିକା।

ଦ୍ବିତୀୟ ପର୍ଯ୍ୟାୟ ଲକ୍ଷ୍ମୀସାଗର ଥାନା ନେଇ ପଚରାଉଚରା କରିବ ପୋଲିସ । ଠକ ହିମାଂଶୁର କାହା ସହ ଥିଲା ଲିଙ୍କ୍, କିପରି କିଡ଼ନୀ ଆବଶ୍ୟକତା ଥିବା ଲୋକଙ୍କ ପାଖର ପହଞ୍ଚୁଥିଲା ଓ କିଡ଼ନୀ ଆବଶ୍ୟକ କରୁଥିବା ଲୋକଙ୍କ ଡାଟା କିପରି ମିଳୁଥିଲା ସେ ନେଇ ହେବ ଖୋଳତାଡ । ତେବେ ପ୍ରଥମ ଥର ରିମାଣ୍ଡ ସମୟରେ ହସ୍ପିଟାଲର କୋଡିନେଟରଙ୍କୁଠାରୁ ଡାକ୍ତରଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ଜାଣିବାକୁ ମିଳିଛି ।

ତେବେ କିଏ ଥିଲେ ହିମାଂଶୁ ସହ ଯୋଗାଯୋଗରେ। ଏପରିକି କିଡ଼ନୀ ପ୍ରତିରୋପଣ ପାଇ କିଛି ନିର୍ଦ୍ଧିଷ୍ଟ ହସ୍ପିଟାଲ ରହିଥିବା ବେଳେ କେଉଁ ହସ୍ପିଟାଲର କର୍ମଚାରୀ ଥିଲେ ଯୋଗାଯୋଗରେ ସେ ନେଇ ମଧ୍ୟ ପଚରାଉଚରା ହେବ । ଏହାସହ କିଡ଼ନୀ ଡୋନେସନର କାଗଜପତ୍ର ଆଳରେ କିଏ ରୋଗୀଙ୍କ ସହ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ, ଏ ସମସ୍ତ ଦିଗକୁ ନେଇ କିଛି ଡାକ୍ତର ଓ ହସ୍ପିଟାଲର ଲିଙ୍କ ଖୋଜିବାକୁ ଦ୍ବିତୀୟଥର ରିମାଣ୍ଡରେ ନେଇ ପଚରାଉଚରା କରିବ ପୋଲିସ।

ଏହାସହ କିଡ଼ନୀ ପ୍ରତିରୋପଣ ନାଁରେ ଠକେଇ ଟଙ୍କାରେ କିଭଳି ନିଜର ସମ୍ପତ୍ତି ଠୁଳ କରାଯାଇଥିଲା, ସେ ନେଇ ଖୋଳତାଡ଼ କରିବ କମିଶନରେଟ ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.