ଭୁବନେଶ୍ବର : ସାରୁଅ ଜମି ଦୁର୍ନୀତି ମାମଲାରେ ଜେଲ ଗଲେ ଓଡିଶା ଇନଫ୍ରାଟେକର ୨ କର୍ମଚାରୀ । ରିମାଣ୍ଡ ଅବଧି ଶେଷ ପରେ ଉଭୟଙ୍କୁ ଝାରପଡା ଜେଲକୁ ପଠାଯାଇଛି ।
ଖୋର୍ଦ୍ଧାର ସାରୁଅ ଜମି ଦୁର୍ନୀତି ମାମଲାରେ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ମନୋରଞ୍ଜନ ଷଡଙ୍ଗୀ ଓ ଏଜେଣ୍ଟ ଶିବ ପ୍ରସାଦ ଶ୍ରୀଚନ୍ଦନ କ୍ରାଇମବ୍ରାଞ୍ଚର ଟିମ ଗିରଫ କରିଥିଲା । ଉଭୟଙ୍କୁ ସାରୁଅ ଜମି ଦୁର୍ନୀତି ମାମଲାରେ ଆଇପିସିର ଧାରା ୪୨୦,୪୨୩,୪୬୮,୪୭୦,୪୭୧,୧୨୦ ବି ଓ ଏସ ଏସଟି ଆକ୍ଟରେ ଗିରଫ କରାଯାଇଛି ।
ପୋଲିସ ସେମାନଙ୍କୁ ରିମାଣ୍ଡରେ ନେଇ ଏହା ପଛର ହୋଇଥିବା କିଛି ଡକୁମେଣ୍ଟ ସହ ମୁହାଁ ମୁହିଁ ଜେରା କରିଥିଲା । ପୋଲିସ ଯାଞ୍ଚବେଳେ କିଛି ସତ୍ୟ ପାଇଛି । ବୁଧବାର ରିମାଣ୍ଡ ଅବଧି ଶେଷହେବା ପରେ ଉଭୟଙ୍କୁ ମେଡିକାଲ ଟେଷ୍ଟ କରାଯାଇ ଝାରପଡା ଜେଲକୁ ପଠାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ