ETV Bharat / city

କାର୍ତ୍ତିକ ପୂର୍ଣ୍ଣିମା ଆଉ ବାଲିଯାତ୍ରା କନେକ୍ସନ, ଜାଣନ୍ତୁ କ’ଣ ରହିଛି ମାହାତ୍ମ୍ୟ...

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ମାସର ଶେଷ ଦିନରେ ମାସ ଯାକର ଧର୍ମକୁ ଡଙ୍ଗାରେ ଭସାଇ ମାସଯାକର ପୂଣ୍ୟ ଅର୍ଜନ କରିଛନ୍ତି ରାଜ୍ୟବାସୀ । ତେବେ ଏହା ପଛରେ କାହାଣୀ ବିଷୟରେ ଆସନ୍ତୁ ଜାଣିବା...

ଡିଜାଇନ ଫଟୋ
author img

By

Published : Nov 12, 2019, 6:01 AM IST

Updated : Nov 12, 2019, 7:26 AM IST

ଭୁବନେଶ୍ବର: ‘ଆ କା ମା ବୈ, ପାନ ଗୁଆ ଥୋଇ... ପାନ ଗୁଆ ତୋର, ମାସିକ ଧର୍ମ ମୋର’ । ଏହି ଗୀତ ଗାଇ ଡଙ୍ଗା ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳୁଛନ୍ତି ରାଜ୍ୟବାସୀ । ତେବେ ଓଡିଆଙ୍କ ଧର୍ମ ମାସ ରୂପେ ପରିଚିତ କାର୍ତ୍ତିକ ମାସର କ’ଣ ରହିଛି ମହାତ୍ମା ? କାର୍ତ୍ତିକ ପୂର୍ଣ୍ଣିମା ଦିନଠୁ କାହିଁକି ଜମେ ଓଡିଶା ପ୍ରସିଦ୍ଧ କଟକ ବାଲିଯାତ୍ରା ଆସନ୍ତୁ ଜାଣିବା:-

kartika prunima in odisha
ଫାଇଲ ଫଟୋ

ପୁରାଣରେ ରାସପୂର୍ଣ୍ଣିମା:-

କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ବୋଲି କୁହାଯାଏ । ଏହି ଦିନ ଗୋପନାରୀମାନଙ୍କ ମେଳରେ ରାଧାକୃଷ୍ଣଙ୍କର ନୃତ୍ୟୋତ୍ସବ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ରାସେଶ୍ବରୀ ଶ୍ରୀରାଧାଙ୍କ ସହ ବୃନ୍ଦାବନର କୁଞ୍ଜକାନନରେ ଏହି ଦିନ ରାସ ରଚନା କରିଥିଲେ । ଓଡିଶାର ଆଦିକବି ଶୂଦ୍ରମୁନି ସାରଳା ଦାସ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏହି ପର୍ବରେ ବର୍ଣ୍ଣିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜ ଓ ଭୀଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରୁ ଜଣାଯାଏ ଯେ, କାର୍ତ୍ତିକ ମାସରେ ମୃତ୍ୟୁବରଣ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ । ଏହି ମାସରେ ଆବାଳ-ବୃଦ୍ଧ-ବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ ସମାପନ କରି ଦେବ ଦର୍ଶନ କରିଥାନ୍ତି । ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚୁକ ପର୍ବ ବା ମହାପଞ୍ଚୁକ ନାମରେ ପରିଚିତ । ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର କରି ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାନ୍ତି । ଏପରିକି କୁହାଯାଏ ଯେ, ସେଇ ପାଞ୍ଚଦିନ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ । ଅନ୍ୟପକ୍ଷେ ଶ୍ରୀକ୍ଷେତ୍ରରେ ଶ୍ରୀଯୀଉଙ୍କର ପାଞ୍ଚଦିନ ଯାକ ସ୍ବତନ୍ତ୍ର ରୀତିନୀତିରେ ପୂଜା କରାଯାଏ ଓ ପାଞ୍ଚଦିନ ଯାକ ଶ୍ରୀଯୀଉ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦିଅନ୍ତି ।

kartika prunima in odisha
ଫାଇଲ ଫଟୋ

ଅନ୍ୟପକ୍ଷେ ଏହି ମାସର ବିଶେଷତା ହେଉଛି ଆକାଶଦୀପ ପ୍ରତିଷ୍ଠା । କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ । ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଓ ସେମାନଙ୍କ ଅନ୍ଧାକାରମୟ ଦୁର୍ଗମ ପଥକୁ ଆଲୋକିତ କରିବା ପାଇଁ ଉଚ୍ଚ ସ୍ଥାନରେ ଏକ ପ୍ରଦୀପ ପ୍ରଜ୍ଜଳନ କରାଯାଏ । ଓଡିଶାର ପ୍ରାୟ ପ୍ରତ୍ୟେକ ଗ୍ରାମରେ ଏକ ଉଚ୍ଚ ବାଉଁଶ ଖୁଣ୍ଟ ଉପରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଇଥାଏ । ପୂର୍ଣ୍ଣିଆ ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ । କାର୍ତ୍ତିକ ମାସର ଶେଷ ଦିନକୁ ଲୋକେ କାର୍ତ୍ତିକ ପୂର୍ଣ୍ଣିମା ଭାବରେ ପାଳନ କରିଥାନ୍ତି । ଲୋକଭାଷାରେ ଏହାକୁ ‘ଡଙ୍ଗାଭସାଣ’ କୁହାଯାଏ ।

ସେ ଦିନ ପ୍ରତ୍ୟୁଷରୁ ଆବାଳ-ବୃଦ୍ଧ-ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ପଟୁଆ ଓ ସୋଲରେ ନିର୍ମିତ ଛୋଟ ଛୋଟ ଡଙ୍ଗା ଭସାଇଥାନ୍ତି । ଡଙ୍ଗାରେ ପାନ ଗୁଆ ଥୋଇ ଦୀପ ଜାଳି ଉତ୍ଫୁଲ୍ଲିତ ଚିତ୍ତରେ ଗାନ କରନ୍ତି, ‘ ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସିକ ଧର୍ମ ମୋର’ । ଏହି ଦିନ ସ୍ନାନ କରି ଦେବ ଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ । ଆଷାଢ, କାର୍ତ୍ତିକ, ମାଘ ଓ ବୈଶାଖ- ଏହି ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ । ସମ୍ଭବତଃ ଏହି ଅୟନାନ୍ତ ଦିବସ ମାନଙ୍କରେ ସୌରଦେବଙ୍କ ଉପାସନା କରାଯାଏ । ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଓ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ । ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ, ‘ ଆ କା ମା ବୈ’ ।

kartika prunima in odisha
ଫାଇଲ ଫଟୋ

ବାଲିଯାତ୍ରାର ଐତିହ୍ୟ:-

ତେବେ ଇଏ ତ ଥିଲା ପୌରାଣିକ୍ୟ ମାନ୍ୟତା । ଏହି ‘ଡଙ୍ଗାଭସାଣ’ ସହ ‘ବୋଇତବନ୍ଦାଣ’ ବୋଲି ଆଉ ଏକ ବିଶ୍ବାସ ମଧ୍ୟ ଯୋଡି ହୋଇ ରହିଛି । ଆମ ସାଧବ ପୁଅମାନଙ୍କ ସମୃଦ୍ଧ ବାଣିଜ୍ୟର ଏହା ପ୍ରତୀକ । ସେତେବେଳେ ଉତ୍କଳବାସୀ କୃଷି ଓ ବ୍ୟବସାୟ ବାଣିଜ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଚାଷ କାର୍ଯ୍ୟ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିଲା, ତେଣୁ କାର୍ତ୍ତିକ ମାସ ଶେଷ ଆଡକୁ ଧାନ ଆଦି ଫସଲ ଅମଳ ହୋଇଯାଉଥିଲା ଓ କାର୍ତ୍ତିକ ପୂର୍ଣ୍ଣିମା ପରଠୁ ସମୁଦ୍ରଯାତ୍ରା ପାଇଁ ମଧ୍ୟ ପଥ ସୁଗମ ହୋଇଯାଉଥିଲା । ମେଘମୁକ୍ତ ଆକାଶ ସାଙ୍ଗକୁ ପଶ୍ଚିମ ପବନ ବୋଇତକୁ ସମୁଦ୍ର ମଧ୍ୟରେ ବୋହି ନେବାକୁ ସାହାଯ୍ୟ କରୁଥିଲା । ସେ ସମୟରେ ସାଧବ ପୁଅ ବାଣିଜ୍ୟ ପାଇଁ ଜାଭା, ସୁମାତ୍ରା, ବାଲି, କାମ୍ବୋଡିଆ, ବର୍ଣ୍ଣିଓ, ମାଲେସିଆ, ଥାଇଲାଣ୍ଡ, ଫିଲିପାଇନ୍ସ, ଶ୍ରୀଲଙ୍କା ଆଦି ଦେଶ ଅଭିମୁଖେ ବାହାରି ବାଣିଜ୍ୟ କରୁଥିଲେ ।

kartika prunima in odisha
ଫାଇଲ ଫଟୋ

ସାଧବ ପୁଅ ବ୍ୟବସାୟକୁ ବାହାରିଲେ ସେମାନଙ୍କ ପ୍ରିୟଜନ ସମୃଦ୍ଧି ଓ ସଫଳତା ନିମନ୍ତେ ‘ବୋଇତବନ୍ଦାଣ’ କରୁଥିଲେ । ସେହି ଗାଥାକୁ ସ୍ମରଣ କରି ଆମେ ଆଜି ବି ବୋଇତବନ୍ଦାଣ କରୁଛେ । ସେହି ବୋଇତବନ୍ଦାଣ ଉତ୍ସବର ପ୍ରତିକ ହେଉଛି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । କଟକ ନଗରୀ ଉପକଣ୍ଠ ସ୍ଥିତ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡିଆରେ ଅନୁଷ୍ଠିତ ହୁଏ ବାଲିଯାତ୍ରା ।

kartika prunima in odisha
ଫାଇଲ ଫଟୋ

ତେବେ କେବେ ଏହି ବାଲିଯାତ୍ରା ଆରମ୍ଭ ହେଲା, ସେ ନେଇ କୌଣସି ବିଶେଷ ସୂଚନା ନଥିବା ବେଳେ ଅନେକ ସମୟରେ ଏହାକୁ ନେଇ ବିବାଦ ଉପୁଜେ । ଯାତ୍ରାକୁ ନେଇ ମହାଜନ ମାନେ ତିନୋଟି ମତ ଦେଇଥିବା ବେଳେ ପ୍ରକୃତ ମତକୁ ଗ୍ରହଣ କରାଯାଇ ପାରିନାହିଁ । ପ୍ରଥମ ମତ ହେଉଛି, ଏହି ଦିନ ସାଧବ ପୁଅମାନେ ବଣିଜ କରି ଯାଉଥିବାରୁ ସେମାନଙ୍କୁ ବିଦାୟ ଦେବା ପାଇଁ ଏହି ଉତ୍ସବ ପାଳନ କରାଯାଉଛି । ଦ୍ବିତୀୟ ମତରେ, ନିରାପଦ ଭାବେ ବାଣିଜ୍ୟ ସାରି ଦେଶକୁ ଫେରିଥିବାରୁ ସେମାନଙ୍କୁ ସ୍ବାଗତ କରିବା ପାଇଁ ଯାତ୍ରା ହୋଇଥାଏ । ଅନ୍ୟପକ୍ଷେ ତୃତୀୟ ମତାନୁସାରେ, ମହାନଦୀର ଏହି ଘାଟରେ ଶ୍ରୀଚୈତନ୍ୟ ବିରାଜମାନ କରି ଉଦଣ୍ଡ କୀର୍ତ୍ତନ ସହିତ ଆତ୍ମବିସ୍ମୃତ ହୋଇ ମହାନଦୀର ବାଲିଘାଟ ପର୍ଯ୍ୟନ୍ତ ଗଡିଗଡି ଲୋଟି ଯାଇଥିଲେ । ତେଣୁ ଏହି ଘାଟ ନାମ ‘ଗଡଗଡିଆ ଘାଟ’ । ସେହି ସ୍ମୃତିକୁ ଧରି ରଖିବାପାଇଁ ଆୟୋଜିତ ହୁଏ ବାଲିଯାତ୍ରା ।

ବାଲିଯାତ୍ରାରେ ଦେଶର ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟୀମାନେ ଆସିଥାନ୍ତି । ଦେଶର ବିଭିନ୍ନ ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ପ୍ରାୟ 7ଦିନ ଧରି ଚାଲୁଥିବା ଏହି ମେଳା ବିଶ୍ବର ସବୁଠାରୁ ବଡ ମେଳା । ରଙ୍ଗବେରଙ୍ଗୀ ଆଲୁଅ ସହ ଭଳି କି ଭଳି ଦୋଳି । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା ସହ ଠୁଙ୍କାପୁରି ନଥିଲେ ଯେମିତି ମେଳା ବୁଲାଟା ଅଧୁରା ଲାଗେ । ଉତ୍କଳୀୟ ପରମ୍ପରା ଦେଶର ସର୍ବୋଚ୍ଚ ପରମ୍ପରା । ଓଡିଆଙ୍କ ଯେତିକି ପର୍ବ ଅଛି ବୋଧେ ବିଶ୍ବରେ କେଉଁଠି ଏପରି ପର୍ବ ନଥିବ । ଆଜି ଏହି ସଂସ୍କୃତି, ପରମ୍ପରା ପାଇଁ ଗର୍ବିତ ଓଡିଆପ୍ରାଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

TEST

Conclusion:
Last Updated : Nov 12, 2019, 7:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.