ETV Bharat / city

ଚାଷୀଙ୍କ ଖାତାକୁ ଗଲା କାଳିଆ ସହାୟତା, ଖୁବଶୀଘ୍ର ମିଳିବ ବନ୍ୟା କ୍ଷୟକ୍ଷତି ଟଙ୍କା - ନୂଆଖାଇରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର

ଛୋଟ ଓ ଭୂମିହୀନ ଚାଷୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା (KALIA scheme assistance money provided) । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଚାଷୀଙ୍କ ଖାତାକୁ ଗଲା କାଳିଆ ସହାୟତା, ଖୁବଶୀଘ୍ର ମିଳିବ ବନ୍ୟା କ୍ଷୟକ୍ଷତି ଟଙ୍କା

author img

By

Published : Sep 1, 2022, 7:47 PM IST

ଭୁବନେଶ୍ବର: ନୂଆଖାଇରେ ଚାଷୀଙ୍କୁ ଉପହାର । ଛୋଟ ଓ ଭୂମିହୀନ ଚାଷୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା (KALIA scheme assistance money provided) । ଏହା ସହ ଖୁବଶୀଘ୍ର ବନ୍ୟା କ୍ଷୟକ୍ଷତି ରାଶି ପ୍ରଦାନ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ନୂଆଖାଇ ମାଟି ମା’ର ପର୍ବ ଅଟେ । ଆମର ଚାଷୀ ଭାଇ ମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ । ତେଣୁ ଚାଷୀ ଆମର ଗର୍ବ ଓ ଗୌରବ । ଏହି ପବିତ୍ର ଦିନରେ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଁ ବହୁତ ଖୁସି ।"

ଗୁରୁବାର ରାଜ୍ୟର 41 ଲକ୍ଷ ଛୋଟ ଚାଷୀ ଓ 85 ହଜାର ଭୂମିହୀନ ଚାଷୀଙ୍କୁ 869 କୋଟି ଟଙ୍କାର ସହାୟତା ଦିଆଯାଇଛି । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ 2000 ଟଙ୍କା ଲେଖାଏଁ ଯାଇଛି । କାଳିଆ ଯୋଜନା ଦେଶର ସବୁଠାରୁ ଭଲ ଯୋଜନା । ଛୋଟ ଚାଷୀମାନଙ୍କ ପାଇଁ ଏହା ଆଶା ଓ ଭରସା ସୃଷ୍ଟି କରିପାରିଛି । ଭୂମିହୀନ ଚାଷୀଙ୍କ ଜୀବିକାର ସୁରକ୍ଷା ପାଇଁ ମଧ୍ୟ ଏହା ବହୁତ ସାହାଯ୍ୟ କରୁଛି । ଗତ ମେ ମାସରେ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ଚାଷୀ ମାନଙ୍କୁ 800 କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସହାୟତା ଚାଷ କାମକୁ ଆଗେଇ ନେବାରେ ବହୁତ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।

  • ୪୧ ଲକ୍ଷ କ୍ଷୁଦ୍ର ଚାଷୀ
  • ୮୫ ହଜାର ଭୂମିହୀନ ଚାଷୀ
  • ୮୬୯ କୋଟି ଟଙ୍କାର କାଳିଆ ସହାୟତା

କାଳିଆ ଯୋଜନାରେ ଟଙ୍କା ଦେବାପରେ ବନ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଚଳିତ ବନ୍ୟା ଯୋଗୁଁ ସମସ୍ତ ଚାଷୀ ଚିନ୍ତାରେ ଅଛନ୍ତି । ରାଜ୍ୟ ସରକାର ସବୁବେଳେ ରାଜ୍ୟବାସୀଙ୍କ ସାଥିରେ ଅଛନ୍ତି । ଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଖୁବଶୀଘ୍ର ଫସଲ କ୍ଷତି ପାଇଁ ସହାୟତା ଯୋଗାଇ ଦିଆଯିବ । ଓଡିଶାର ଗୌରବକୁ ଚାଷୀଭାଇମାନେ ଉଜ୍ଜଳ କରିଛନ୍ତି । ଖାଦ୍ୟ ସୁରକ୍ଷାରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ତେଣୁ ରାଜ୍ୟର ସବୁ ଲୋକ ଚାଷୀଭାଇଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.