ଭୁବନେଶ୍ବର: ଝାରପଡାର ରାବଣ ପୋଡି ଖୁବ ଧୁମଧାମରେ ପାଳିତ ହୋଇଯାଇଛି । ପ୍ରାୟ ୫୦ ଫୁଟ ଉଚ୍ଚର ରାବଣ ପ୍ରତିମୂର୍ତ୍ତୀ ଏଠାରେ କରାଯାଇଥିଲା । ରାବଣ ପୋଡି ପାଇଁ କରାଯାଇଥିବା ରାବଣର ଶରୀରରେ ଖଞ୍ଜା ଯାଇଥିବା ବାଣ ପାତ୍ରପଡା, ନିମାପଡା ଓ ଚଣ୍ଡିଖୋଲରୁ ଅଣାଯାଇଥିଲା । ଝାରପଡା ରାବଣ ପୋଡି ପାଇଁ ରାବଣର ଶରୀରରେ ପାଖାପାଖି ୨ ଲକ୍ଷ ଟଙ୍କାର ବାଣ ଖଞ୍ଜା ଯାଇଥିଲା ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ରାବଣ ଦେହରେ ଅଗ୍ନି ସଂଯୋଗ କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ