ETV Bharat / city

ଆଜି ପବିତ୍ର ଜନ୍ମାଷ୍ଟମୀ, କୃଷ୍ଣ ପ୍ରେମରେ ବିଭୋର ଭକ୍ତ - ଜନ୍ମାଷ୍ଟମୀ

ଆଜି ଲୀଳାମୟ ଶ୍ରୀକୃଷ୍ଣଙ୍କର ଜନ୍ମଦିନ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ରୋହିଣୀ ନକ୍ଷତ୍ର ଦେହଧାରୀ ହେବେ ଶ୍ରୀହରି । ଅଧିକ ପଢନ୍ତୁ

ଆଜି ପବିତ୍ର ଜନ୍ମାଷ୍ଟମୀ
ଆଜି ପବିତ୍ର ଜନ୍ମାଷ୍ଟମୀ
author img

By

Published : Aug 18, 2022, 8:35 AM IST

ଭୁବନେଶ୍ବର: ହାତୀ ଘୋଡା ପାଲକୀ, ଜୟ କହ୍ନେୟା ଲାଲ କୀ... ଆଜି ଏହି ଗୀତରେ ଗୁଞ୍ଜରିତ ହୋଇଉଠିବ ପ୍ରତି ଘର । ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଅଣ୍ଟାରେ ବଂଶୀ, ଲହୁଣୀବୋଳା ମୁହଁ, ଆଉ ନଟଖଟ ନନ୍ଦଲାଲ ସେଇ କଳା କହ୍ନେଇର ଆଜି ଜନ୍ମଦିନ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ରୋହିଣୀ ନକ୍ଷତ୍ର ଦେହଧାରଣ କରିବେ ଶ୍ରୀହରି । ଅନ୍ଧାର ରାତିର ସେ ମେଘ ଚିରି ଦେବକୀଙ୍କ କୋଳରେ ଜନ୍ମ ନେବେ କଳା କହ୍ନେଇ । ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ହୋଇଛି ପୁରପଲ୍ଲୀ । ଆଜି ଦିନରେ ଘରେ ଘରେ ସମସ୍ତେ ଜନ୍ମାଷ୍ଟମୀ ବ୍ରତ କରିଥାଆନ୍ତି । ଖାଲି ଓଡିଶାରେ ନୁହେଁ ପରଂବ୍ରହ୍ମ ସ୍ବରୁପ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମ ଉତ୍ସବକୁ ସାରା ଭାରତ ବର୍ଷରେ ପାଳିତ ହୁଏ।

ଶ୍ରୀକୃଷ୍ଣଙ୍କ ଜନ୍ମ:

ଭଗବାନ ଶ୍ରୀକୃଷ୍ଣ ଦ୍ବାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ । ତାଙ୍କର ଲୀଳା ଅବଧି ଥିଲା ୧୨୫ ବର୍ଷ ୭ ମାସ । ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହୋଇଥିଲା । କଂସ ଦ୍ବାରା ବନ୍ଦୀ ଭଉଣୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଦ୍ଧ ରାତ୍ରୀରେ କୃଷ୍ଣ ଜନ୍ମ ହୋଇଥିଲେ । ବନ୍ଦୀଶାଳାର ସବୁ ପ୍ରହରୀ ଅଚେତ ହୋଇଥିଲେ । ସେହି ଶୁଭ ମୁହୂର୍ତ୍ତରେ ପ୍ରଭୁ ଶ୍ରୀ କୃଷ୍ଣ ମା' ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହୋଇ ଧରାଧାମରୁ ପାପ ବିନାଶ କରି ଧର୍ମ ସ୍ଥାପନା କରିଥିଲେ ।

ଆଜି ପବିତ୍ର ଜନ୍ମାଷ୍ଟମୀ
ଆଜି ପବିତ୍ର ଜନ୍ମାଷ୍ଟମୀ

ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷା କରି ସେ ଜନ୍ମ ନେଇଛନ୍ତି । କଂସ କାଳେ ପୁଅକୁ ମାରିଦେବ ସେହି ଭୟରେ ପୁଅର ସୁରକ୍ଷା ଚିନ୍ତାରେ ଥିଲେ ବାସୁଦେବ । ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହୋଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକୀ ନିଜର ବିଶାଳ ଫଣା ଢାଙ୍କି ବର୍ଷାରୁ ତାଙ୍କୁ ସୁରକ୍ଷା ଦେଲେ। ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦ ଘରେ ଛାଡିଥିଲେ ବସୁଦେବ। ସେବେଠୁ ନନ୍ଦପୁଅ ହେଲେ କଳା କହ୍ନେଇ ।

ଆଜି ପବିତ୍ର ଜନ୍ମାଷ୍ଟମୀ
ଆଜି ପବିତ୍ର ଜନ୍ମାଷ୍ଟମୀ

ପରଦିନ କଂସ ଖବର ପାଇ ନବଜାତକକୁ ହତ୍ୟା କରିବାକୁ ଆସିଥିଲା । ସେହି ସମୟରେ ଘଟିଥିଲା ଅଲୌକିକ ଘଟଣା । କଅଁଳ କନ୍ୟାକୁ କଚାଡି ମାରିବାକୁ ଯାଉଥିବାବେଳେ ସେ କଂସ ହାତରୁ ଖସି ଯାଉ ଶୂନ୍ୟବାଣୀ ଦେଇଥିଲା । 'ତୋ ହନ୍ତା ଗୋପପୁରେ ବଢୁଛି' । ସେହି କନ୍ୟା ହେଲେ ବିଜୁଳି କନ୍ୟା । ମା’ଙ୍କ ଶୂନ୍ୟବାଣୀ ସତ ହେଲା । ପରେ ଭଣଜା କୃଷ୍ଣକୁ ଦେଖି ଭୟଭୀତ ହୋଇ ମଞ୍ଚାରୁ ପଡି ପ୍ରାଣ ହରାଇଲା ମାମୁଁ କଂସ । ଏହା ପରେ ମଥୁରାବାସୀ କଂସ କୋପରୁ ମୁକ୍ତି ପାଇଲେ ।

ଆଜି ପବିତ୍ର ଦିନରେ ପ୍ରଭୁଙ୍କ ସ୍ବାଗତ ଲାଗି ମନ୍ଦିରଗୁଡିକ ସଜେଇ ହୋଇଛି । ଭକ୍ତମାନେ ବ୍ରତ ଓ ଉପବାସ କରିଛନ୍ତି । କୃଷ୍ଣ ପ୍ରେମରେ ନିଜକୁ ହଜେଇ ଦେବେ ଭକ୍ତ । କୃଷ୍ଣମୟ ହେବ ଜଗତ । ସବୁଠି ଶୁଭିବ କୃଷ୍ଣନାମ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.