ETV Bharat / city

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଆରମ୍ଭ, ଏକାଠି ହେଲେ ୪୦୦ ନୃତ୍ୟଶିଳ୍ପୀ

author img

By

Published : Dec 28, 2021, 9:51 PM IST

ଉତ୍କଳ ରଙ୍ଗମଞ୍ଚଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି । ଏଥିରେ ରାଜ୍ୟ ତଥା ଦେଶ ବାହାରୁ ୪୦୦ ନୃତ୍ୟଶିଳ୍ପୀ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଆରମ୍ଭ, ଏକାଠି ହେଲେ ୪୦୦ ନୃତ୍ୟଶିଳ୍ପୀ
ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଆରମ୍ଭ, ଏକାଠି ହେଲେ ୪୦୦ ନୃତ୍ୟଶିଳ୍ପୀ

ଭୁବନେଶ୍ବର: ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ଉତ୍ସବ ଉତ୍କଳ ରଙ୍ଗମଞ୍ଚଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦେଶ, ଦେଶ ତଥା ରାଜ୍ୟରୁ ପ୍ରାୟ ୪୦୦ରୁ ଅଧିକ କଳାକାର ଯୋଗ ଦେଇଛନ୍ତି ।

ପାଞ୍ଚ ଦିନିଆ ନୃତ୍ୟ କାର୍ଯ୍ୟକ୍ରମରେ ବିଦେଶ, ଦେଶ ତଥା ରାଜ୍ୟର ପ୍ରାୟ ୪୦୦ରୁ ଅଧିକ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସୋମବାର ଏହାର ଉଦଘାଟନୀ ଉତ୍ସବ ହୋଇଥିବାବେଳେ ଆଜି(ମଙ୍ଗଳବାର) ତୃତୀୟ ଦିନରେ ଓଡ଼ିଶୀ ନୃତ୍ୟାଙ୍ଗନା କରୁଛନ୍ତି ନୃତ୍ୟ ପ୍ରଦର୍ଶନ। ପ୍ରତିଦିନ ପୂର୍ବାହ୍ନ ୧୦ ଟାରୁ ଅପରାହ୍ଣ ୨ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଗୋଟିଏ ମଞ୍ଚରେ ଏକାଠି ନୃତ୍ୟ କରୁଛନ୍ତି ଜାତୀୟ ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଶିଳ୍ପୀ ।

ଓଡି଼ଶୀ ନୃତ୍ୟକୁ କେବଳ ରାଜ୍ୟ ନୁହେଁ ପୁରା ବିଶ୍ବବାସୀ ଭଲ ପାଇ ଆପଣାଇ ସେହି କଳାକୁ ପ୍ରଦର୍ଶନ କରୁଥିବାରୁ ଓଡ଼ିଶାର ନୃତ୍ୟଶିଳ୍ପୀ ଆମ ଶାସ୍ତ୍ରୀୟ ନୃତ୍ୟର ଆଦୃତକୁ ନେଇ ବେଶ ଖୁସି ଅନୁଭବ କରିଛନ୍ତି । ଖାଲି ସେତିକି ନୁହେଁ ନିଜ ମାଟିର କଳା ସଂସ୍କୃତିକୁ ଏତେ ବଡ ମଞ୍ଚରେ ବିଦେଶୀ ନୃତ୍ୟଶିଳ୍ପୀଙ୍କ ସହିତ ମିଶି ନୃତ୍ୟ ପରିବେଷଣ କରୁଥିବାରୁ ବେଶ ଗର୍ଵିତ ଅନୁଭବ କରିଛନ୍ତି ନୃତ୍ୟଶିଳ୍ପୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.