ETV Bharat / city

ଧରାପଡ଼ିଲା ଇଣ୍ଟରଷ୍ଟେଟ ଏଟିଏମ୍ ଗ୍ୟାଙ୍ଗ, ୪ ଲୁଟେରାଙ୍କୁ ଗିରଫ କଲା କମିଶନରେଟ

author img

By

Published : Sep 26, 2021, 1:42 PM IST

Updated : Sep 26, 2021, 4:26 PM IST

ATM ଲୁଟିବାର ନୂଆ ଫର୍ମୁଲା । କାର୍ଡ ବ୍ୟବହାର କରି ଟଙ୍କା ଉଠାଯାଉଛି ହେଲେ ଟ୍ରାଞ୍ଜାକ୍ସନରେ ଆକାଉଣ୍ଟରୁ କଟୁନି ଟଙ୍କା । ଏପରି ୩୦ରୁ ଊର୍ଦ୍ଧ୍ବ ଏଟିଏମ ଲୁଟ୍ କରିଥିବା ୪ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

ଧରାପଡ଼ିଲା ଇଣ୍ଟରଷ୍ଟେଟ ଏଟିଏମ୍ ଗ୍ୟାଙ୍ଗ, ୪ ଲୁଟେରାଙ୍କୁ ଗିରଫ କଲା କମିଶନରେଟ
ଧରାପଡ଼ିଲା ଇଣ୍ଟରଷ୍ଟେଟ ଏଟିଏମ୍ ଗ୍ୟାଙ୍ଗ, ୪ ଲୁଟେରାଙ୍କୁ ଗିରଫ କଲା କମିଶନରେଟ

ଭୁବନେଶ୍ଵର: ଭୁବନେଶ୍ଵର, ପୁରୀ ଏବଂ ରାଉରକେଲାର ୩୦ରୁ ଉର୍ଦ୍ଧ୍ବ ଏଟିଏମ ଲୁଟ କରିଥିବା ଗ୍ୟାଙ୍ଗ ଏବେ କମିସନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି। ଚାରି ଅଭିଯୁକ୍ତ ସହିଦନଗର ଥାନା ଅଞ୍ଚଳର ଟଙ୍କପାଣି ରୋଡରୁ ଏକ SBI ଏଟିଏମ ଲୁଟ ବେଳେ ଧରିଛି ପୋଲିସ। ଜାଣିବାକୁ ପାଇଛି ଏଟିଏମ ଲୁଟର ନୂଆ ଟେକନିକ।

ଅଟୋମେଟେଡ ଏଟିଏମ ମେସିନକୁ ଲୁଟ। ତାହା ପୁଣି ବିନା ହ୍ୟାକ ବା ବିନା କୌଣସି ଯନ୍ତ୍ରପାତିରେ। ଏପରି ଢଙ୍ଗରେ ଲୁଟୁଥିଲେ ଅଣ୍ଡରମେଟ୍ରିକ ଲୁଟେରା। କାରଣ ଆପଣାଉଥିଲେ ୪୨୦ ଦିମାଗ। ନିଜର ATM କାର୍ଡରେ ଗ୍ରାହକ ହୋଇ ଏଟିଏମରୁ ଟଙ୍କା ଉଠାଉଥିଲେ। ହେଲେ ଟଙ୍କା ବାହାରିବା ସମୟରେ ଏପରି ମେସିନକୁ ଖାଲି ହାତର ଆଙ୍ଗୁଠି ଜରିଆରେ ଟାମ୍ପର କରୁଥିଲେ । ଆଉ କ୍ୟାସବକ୍ସରୁ ବାହାରୁଥିବା ଟଙ୍କା ଆଣୁଥିଲେ ସତ। ହେଲେ ବ୍ୟବହାର କରୁଥିବା ATM କାର୍ଡରୁ ଟଙ୍କା କଟୁନଥିଲା । ଯାହାର ଟେକନିକ ଆପଣାଇ ଦେଶର ବିଭିନ୍ନ ସହରର ଏଟିଏମ ବୁଲି ବୁଲି ଲୁଟପାଟ କରୁଥିଲେ। ଏଥିପାଇଁ ବ୍ୟବହାର କରୁଥିଲେ ସ୍ବିଫ୍ଟ ଡିଜାୟର କାର।

ଏଇଭଳି ଢଙ୍ଗରେ ରାଜ୍ୟର ପୁରୀ ଭୁବନେଶ୍ଵର ରାଉରକେଲାର ୩୦ରୁ ଉର୍ଦ୍ଧ୍ବ ଏଟିଏମରୁ ଲୁଟପାଟ କରିଥିବା ୪ ଜଣ ଆନ୍ତରାଜ୍ୟ ଲୁଟେରାକୁ ଗିରଫ କରିଛି କମିସନରେଟ ପୋଲିସ । ସେମାନେ ହେଲେ ପଶ୍ଚିମବଙ୍ଗର ଦୁଇ ଜଣ ଓ କାନପୁରର ଦୁଇଜଣ ନିରଜ ସାହୁ, ଯୋଗେନ୍ଦ୍ର ସିଂ, ମୁକେଶ ପାଲ, ସଲିମକେଜ ଖାନ଼ । ଏମାନଙ୍କ ଠାରୁ ୩୫ଟି ଏଟିଏମ କାର୍ଡ ଓ ଦେଢ ଲକ୍ଷ ଟଙ୍କା, ୩ଟି ମୋବାଇଲ ଫୋନ ସହ ସ୍ବିଫ୍ଟ କାର ଜବତ କରିଛି ପୋଲିସ।

ଏନେଇ ପୋଲିସ ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। କାରଣ ଏହିପରି ଢଙ୍ଗରେ ଅନେକ ଏଟିଏମ ଏବେ ଲୁଟ ହେଉଛି। ବିନା ମେସିନ ଭାଙ୍ଗି ବା ହ୍ୟାକ କରି ଟଙ୍କା କ୍ୟାସବକ୍ସରୁ ଗାୟବ ହେଉଥିବା ଅଭିଯୋଗ ଆସୁଛି। ଯାହାକୁ ନେଇ ଟ୍ରାନଜାକ୍ସନରେ ଏପରି ଟାମ୍ପରିଂ ହେଉଛି ଅର୍ଥାତ, ଲୁଟେରା ଟଙ୍କା କାଢୁଛନ୍ତି ହେଲେ ମେସିନରେ ଟଙ୍କା କଢାଯାଇନଥିବାର ଟ୍ରାନଜାକ୍ସନ ହେଉଛି। ଫଳରେ ମେସିନରୁ ଯେପରି ଟଙ୍କା ଜାମ ହୋଇଗଲେ ଆକାଉଣ୍ଟଧାରୀର ଆକାଉଣ୍ଟକୁ ଟଙ୍କା ଫେରସ୍ତ ହେଇଯାଉଛି। ଏଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ସିକୁରିଟି ଫିଚରକୁ ଗୁରୁତ୍ବ ଦେଉନାହାନ୍ତି। ଇନସୁରାନସ ଭରସାରେ ଏଟିଏମ ଚାଲୁଥିବାରୁ ଏଟିଏମ ଲୁଟପାଟ ବା ଏପରି ଟାମ୍ପରିଂ ସତେ ଯେପରି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଫରକ ପଡୁନି। ଏନେଇ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ଭୁବନେଶ୍ଵର ଡିସିପି କହିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 26, 2021, 4:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.