ETV Bharat / city

ଟ୍ବିନସିଟିର ଖାଦ୍ୟ ବ୍ୟବସାୟୀ ସାବଧାନ, ବାତିଲ ହୋଇପାରେ ଲାଇସେନ୍ସ

author img

By

Published : May 10, 2021, 2:38 PM IST

ମସାଲାଦାର ଖାଇବା ବିକୁଛନ୍ତି କି ? ଆଖିଦୃଶିଆ ପାଇଁ ଖାଦ୍ୟରେ ରଙ୍ଗ ମିଶାଉଛନ୍ତି କି? ଯଦି ଏପରି କରୁଛନ୍ତି ତେବେ ହୋଇଯାଆନ୍ତୁ ସତର୍କ । କାରଣ ହୋଇପାରେ ଆପଣଙ୍କ ଦୋକାନ ବନ୍ଦ କିମ୍ବା ହୋଇପାରେ ଆପଣଙ୍କ ଫୁଡ ଲାଇସେନ୍ସ କ୍ୟାନସେଲ । ଅଧିକ ପଢନ୍ତୁ...

ଅପମିଶ୍ରିତ ଖାଦ୍ୟ ବ୍ୟବସାୟୀ ସାବଧାନ, ଫୁଡ ସେଫଟି ସ୍କାନରରେ ବଜାର ବିକ୍ରି ଖାଦ୍ୟ

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ଦେଶର କିଛି ରାଜ୍ୟଗୁଡିକରେ ଲକଡାଉନ ଲାଗୁ ହେବା ପରେ ବଢିଛି ଅନଲାଇନ ଖାଦ୍ୟର ଚାହିଦା । ସେପଟେ ଗତବର୍ଷ ବ୍ୟବସାୟ ବନ୍ଦ ରହିଥିବାରୁ ବ୍ୟବସାୟୀଙ୍କ ନିକଟରେ ପୁରୁଣା ଖାଦ୍ୟ ସାମଗ୍ରୀ ମଧ୍ୟ ମହଜୁଦ ରହିଛି । ଏହି ସାମଗ୍ରୀକୁ ସେମାନେ ଖାଦ୍ୟ ତିଆରିରେ ବ୍ୟବହାର କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ସମସ୍ତ ଦିଗକୁ ଲକ୍ଷ୍ୟ କରି ଫୁଡ ସେଫ୍ଟି ଅଫିସରମାନେ ବଡ଼ ବଡ଼ ରେଷ୍ଟୁରାଣ୍ଟଠାରୁ ଆରମ୍ଭ କରି ଗାଁ ଗଳିର ଚା' ଦୋକାନ ପର୍ଯ୍ୟନ୍ତ ସବୁଠି ଚଢାଉ ଆରମ୍ଭ କରି ଖାଦ୍ୟ ଯାଞ୍ଚ ପ୍ରକ୍ରିୟାକୁ ଆରମ୍ଭ କରିଛନ୍ତି ।

ଖାଦ୍ୟରେ ହାଇଜେନିକ, ପ୍ରୟୋଗ ହେଉଥିବା ମସଲା, ରାସାୟନକି ପଦାର୍ଥରେ ତିଆରି ରଙ୍ଗ, ପୁରୁଣା ଷ୍ଟକରୁ ରୋଷେଇ, ଖାଦ୍ୟ ପ୍ରସ୍ତୁତ ପାଇଁ କିଣୁଥିବା ସାମଗ୍ରୀର ଏକ୍ସପାୟାରି ଡେଟ ଆଦି ଉପରେ କଡା ନଜର ରଖିଛନ୍ତି । ଖାଦ୍ୟର ସାମ୍ପଲ ସଂଗ୍ରହ କରି ଫୁଡ ସେଫ୍ଟି ସ୍କାନରରେ ଯାଞ୍ଚ କରୁଛନ୍ତି । ଯାହାଦ୍ବାରା ଟ୍ବିନସିଟିରେ ପ୍ରାୟ 600ଟି ଭାଓଲେସନ ମାମଲା ସାମନାକୁ ଆସିଛି । ଏହାପରେ ବ୍ୟବସାୟୀଙ୍କୁ କଡା ଚେତାବନୀ ଦିଆଯିବା ସହିତ ସେମାନଙ୍କଠାରୁ 5 ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଉଛି । ପୁଣି ଏଭଳି ଅପମିଶ୍ରିତ ଖାଦ୍ୟ ଠାବ ହେଲେ ଦ୍ବିଗୁଣ ଫାଇନ ଆଦାୟ କରାଯିବ ବୋଲି ବ୍ୟବାସାୟୀମାନଙ୍କୁ ତାଗିଦ କରିଛନ୍ତି FSOର ଅଫିସର ।

ଫୁଡ ସେଫ୍ଟି ଅଫିସରଙ୍କ ଏହି କାର୍ଯ୍ୟକୁ ସାଧାରଣ ଲୋକମାନେ ପ୍ରଶଂସା କରିଛନ୍ତି । ଏଭଳି ଯାଞ୍ଚ ହେଲେ ବ୍ୟବସାୟୀମାନଙ୍କ ମନରେ ଭୟ ରହିବ ବୋଲି ସେମାନେ କହିଛନ୍ତି । ଅଫିସରମାନେ ଖାଇବା ଆଳରେ ସାଧାରଣ ଲୋକ ଭାବେ ଦୋକାନ ଭିତରେ ରେଡ କରୁଛନ୍ତି । ଥରେ ତାଗିଦ କରିବା ପରେ ବ୍ୟବସାୟୀମାନେ ନ ସୁଧୁରିଲେ ସେମାନଙ୍କର ଦୋକାନକୁ ବନ୍ଦ କରିବା ସହିତ ଫୁଡ ଲାଇସେନ୍ସ ରଦ୍ଦ କରିବା ପାଇଁ ଅଫିସରମାନେ ଚେତାବନୀ ଦେଇଛନ୍ତି । ଦୋକାନ ମଧ୍ୟରେ ପଶି ତନ ତନ କରି ଖାଦ୍ୟକୁ ଅଫିସରମାନେ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ରାଜ୍ୟରେ ମାତ୍ର 30 ଫୁଡ ସେଫଟି ଅଫିସର ଦାୟିତ୍ବରେ ରହିଛନ୍ତି । ତେବେ କମ ମାନବ ସମ୍ବଳ ଯୋଗୁଁ ଅପମିଶ୍ରଣକାରୀଙ୍କ ଉପରେ କ୍ରିୟାଶୀଳ କି ଆଖିଦୃଶିଆ କାର୍ଯାନୁଷ୍ଠାନ ବଜାରରେ ହୋଇପାରୁନି । ଫଳରେ ନୀରିହ ଲୋକଙ୍କ ଖାଦ୍ୟରେ ବିକ୍ରି ହେଉଥିବା ବିଷକୁ ବିକି ମାଲମାଲ ହେଉଛନ୍ତି ବ୍ୟବସାୟୀ । ସେପଟେ ମହାମାରୀ ସମୟରେ ଖାଦ୍ୟର ଅପମିଶ୍ରଣ ରୋକିବା ଅଧିକାରୀମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି । ତଥାପି ଅଫିସରଙ୍କ ଏହି ଅଭିଯାନ ସଫଳ ହେଲେ ମହାମାରୀଠାରୁ ଅଧିକ ଭୟଙ୍କର ରୋଗରୁ ନିଶ୍ଚିତ ଭାବେ ସାଧାରଣ ଲୋକେ ବର୍ତ୍ତି ପାରିବେ ବୋଲି ଆଶା କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.