ଭୁବନେଶ୍ବର: ମାହାଙ୍ଗା ବିଜେପି ନେତା କୁଳମଣି ବରାଳଙ୍କ ମର୍ଡର ଘଟଣାକୁ ନେଇ ପ୍ରତିବାଦ ତେଜିବାରେ ଲାଗିଛି । ଏହି ଘଟଣାକୁ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଆସନ୍ତା 8 ତାରିଖରେ ଡିଜି ଅଫିସ ଘେରିବ ରାଜ୍ୟ ବିଜେପି । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ପୋଲିସ ଥାନା ସମ୍ମୁଖରେ ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ।
ମାହାଙ୍ଗାରେ ଯେଉଁ ଦୁଇ ଜଣ ବିଜେପି ନେତାକୁ ହତ୍ୟା କରାଗଲା, ତାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି। ଆସନ୍ତାକାଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ପୋଲିସ ଥାନା ସମ୍ମୁଖରେ ଏଥିରେ ସମ୍ପୃକ୍ତ ଥିବା ଆଇନମନ୍ତ୍ରୀଙ୍କ ଗିରଫ ଦାବିରେ ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ।
ସେହିପରି ଜାନୁଆରୀ 6 ତାରିଖରେ ରାଜ୍ୟ ବିଜେପି ପକ୍ଷରୁ ସମସ୍ତ ଏସପି ଅଫିସ ଘେରାଉ କରାଯିବ । ଏହାସହ ଜାନୁଆରୀ 8ରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀମାନେ ଡିଜିଙ୍କ ଅଫିସ ଘେରାଉ କରାଯିବ ଏବଂ ପୋଲିସକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ