ETV Bharat / city

ତ୍ବରାନ୍ବିତ ହେବ ଶୈବପୀଠ ଧବଳେଶ୍ବରର ଉନ୍ନତିକରଣ କାର୍ଯ୍ୟ

author img

By

Published : Apr 7, 2022, 7:15 AM IST

ଓଡିଶାର ସ୍ବକୀୟ କଳା-ସ୍ଥାପତ୍ୟ ଆଧାରରେ ଏହି ବହୁ ପୁରାତନ ଶୈବପୀଠର ଭିତ୍ତିଭୂମିକୁ ବିକାଶ କରିବାକୁ ଅସିତ ପରାମର୍ଶ ଦେଇଛନ୍ତି । ଏହି ଏକାଦଶ ଶତାବ୍ଦୀର ଶୈବପୀଠଟି ଓଡିଆ ସଂସ୍କୃତିର ବାର୍ତ୍ତାବହ । ମହାଶିବ ରାତ୍ରୀ ଓ ବଡଓଷା ସମୟରେ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏଥି ସହିତ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ପୀଠର ଗୁରୁତ୍ବ ରହିଛି । ଅଧିକ ପଢନ୍ତୁ

ତ୍ବରାନ୍ବିତ ହେବ ଶୈବପୀଠ ଧବଳେଶ୍ବରର ଉନ୍ନତିକରଣ କାର୍ଯ୍ୟ
ତ୍ବରାନ୍ବିତ ହେବ ଶୈବପୀଠ ଧବଳେଶ୍ବରର ଉନ୍ନତିକରଣ କାର୍ଯ୍ୟ

ଭୁବନେଶ୍ବର: ତ୍ବରାନ୍ବିତ ହେବ ଶୈବପୀଠ ଧବଳେଶ୍ବରର ଉନ୍ନତିକରଣ କାର୍ଯ୍ୟ । ଧବଳେଶ୍ବରର ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ଲାଗି ବୁଧବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।

ଓଡିଶାର ସ୍ବକୀୟ କଳା-ସ୍ଥାପତ୍ୟ ଆଧାରରେ ଏହି ବହୁ ପରାତନ ଶୈବପୀଠର ଭିତ୍ତିଭୂମିକୁ ବିକାଶ କରିବାକୁ ଅସିତ ପରାମର୍ଶ ଦେଇଛନ୍ତି । ଏହି ଏକାଦଶ ଶତାବ୍ଦୀର ଶୈବପୀଠଟି ଓଡିଆ ସଂସ୍କୃତିର ବାର୍ତ୍ତାବହ । ମହାଶିବ ରାତ୍ରୀ ଓ ବଡଓଷା ସମୟରେ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏଥି ସହିତ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ପୀଠର ଗୁରୁତ୍ବ ରହିଛି । ନୈସ୍ବର୍ଗିକ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ସମସ୍ତ ମୌଳିକ ସୁବିଧା ସହିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଇପାରିଲେ କେବଳ ଓଡିଶା ନୁହେଁ ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନେ ଆକର୍ଷିତ ହେବେ ବୋଲି ସେ କହିଛନ୍ତି । ମହାନଦୀ ମଧ୍ୟରେ ଥିବା ଏହି ପୀଠର ଚତୁଃପାର୍ଶ୍ବରେ ପଥର ପ୍ୟାକିଂ ଦେଇ ଏହାକୁ ସୁରକ୍ଷିତ କରିବା ସହ ଧବେଳଶ୍ବର ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏ ସଂପର୍କିତ ପୂର୍ବ ବୈଠକରେ ପ୍ରସ୍ତାବ ଦେଇଥିଲେ ।

ସେହି ଆଧାରରେ ପାରିପାର୍ଶ୍ବିକ ସ୍ଥିତି ସଂପର୍କିତ ସର୍ଭେକୁ ଶୀଘ୍ର ଶେଷ କରିବାକୁ ଅସିତ ଜଳସଂପଦ ବିଭାଗକୁ ପରାମର୍ଶ ଦେଇଛନ୍ତି । ପାଖାପାଖି ୫୦ ଏକର ପରିମିତ ସ୍ଥାନରେ ଅବସ୍ଥିତ ଏହି ଶୈବପୀଠର ସବୁଜିମା ଓ ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖି କିପରି କମ ଜାଗାରେ ଅଧିକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇପାରିବ ସେ ପ୍ରତି ବିଶେଷ ଧ୍ୟାନ ଦେବାକୁ ପ୍ରମୁଖ ପରାମର୍ଶଦାତା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପର୍ଯ୍ୟଟନ ବିଭାଗ ଏ ପୀଠର ଭିତ୍ତିଭୂମିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୬ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଜଳସଂପଦ ବିଭାଗକୁ ମହାନଦୀରେ ପଥର ପ୍ୟାକିଂ ଓ ବାହ୍ୟ ରିଙ୍ଗରୋଡ଼ ନିର୍ମାଣ ପାଇଁ ପ୍ରାୟ ୨୪ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।

ବୈଠକରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଅତିରିକ୍ତ ଶାସନ ସଚିବ ଦୁର୍ଗାପ୍ରସାଦ ମହାପାତ୍ର, ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ବିଜୟ କୁମାର ମିଶ୍ର, ମହାନଦୀ-କାଠଯୋଡି ସିଷ୍ଟମର ମୁଖ୍ୟ ଯନ୍ତ୍ରୀ ଇଂ ଭକ୍ତଚରଣ ମହାନ୍ତି, ଏସଜେ. ଆସୋସିଏଟର ସ୍ଥପତି ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ଆଠଗଡ ଉପଜିଲ୍ଲାପାଳ, କଟକ ପର୍ଯ୍ୟଟନ ଅଧିକାରୀ, ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.