ETV Bharat / city

IAS Reshuffle: ରବୀନ୍ଦ୍ର ସାହୁ ହେଲେ ନୟାଗଡ ଜିଲ୍ଲାପାଳ - ରବୀନ୍ଦ୍ର ସାହୁ ହେଲେ ନୟାଗଡ ଜିଲ୍ଲାପାଳ

IAS ସ୍ତରରେ ଅଦଳବଦଳ । ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଥିବା ରବୀନ୍ଦ୍ରନାଥ ସାହୁଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ବ ଦିଆଯାଇଛି (Nayagarh Collector )। ଅଧିକ ପଢନ୍ତୁ

IAS Reshuffle: ରବୀନ୍ଦ୍ର ସାହୁ ହେଲେ ନୟାଗଡ ଜିଲ୍ଲାପାଳ

author img

By

Published : Oct 10, 2022, 10:24 PM IST

ଭୁବନେଶ୍ବର: IAS ସ୍ତରରେ ଅଦଳବଦଳ (IAS Reshuffle) କରିଛନ୍ତି ରାଜ୍ୟ ସରକାର । IASଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଥିବା ରବୀନ୍ଦ୍ରନାଥ ସାହୁ (Rabindra Nath Sahu)ଙ୍କୁ ନୟାଗଡ଼ ଜିଲ୍ଲାପାଳ (Nayagarh Collector) ଭାବେ ଦାୟିତ୍ବ ଦିଆଯାଇଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ରବୀନ୍ଦ୍ର ସାହୁ ହେଲେ ନୟାଗଡ ଜିଲ୍ଲାପାଳ
ରବୀନ୍ଦ୍ର ସାହୁ ହେଲେ ନୟାଗଡ ଜିଲ୍ଲାପାଳ

ବିଜ୍ଞପ୍ତି ଅନୁସାରେ ଡକ୍ଟର ପୋମା ଟୁଡୁ ଓଡ଼ିଶା ଷ୍ଟେଟ ମେଡିକାଲ କର୍ପୋରେସନ ଏମଡି ଭାବେ ବଦଳି କରାଯାଇଛି । ୨୦୧୨ IAS ବ୍ୟାଚର ପୋମା ଟୁଡୁ ନୟାଗଡ଼ ଜିଲ୍ଲାପାଳ ଥିଲେ । ସେହିଭଳି କୁଚିଣ୍ଡା ଉପଜିଲ୍ଲାପାଳ ଥିବା ୨୦୧୯ ବ୍ୟାଚର ଆଦିତ୍ୟ ଗୋୟଲଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ଆଦିତ୍ୟଙ୍କୁ ବରଗଡ଼ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ୨୦୧୯ ବ୍ୟାଚର କୁଳମଣି ଆଶୁତୋଷ ସିଂଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।

ରବୀନ୍ଦ୍ର ସାହୁ ହେଲେ ନୟାଗଡ ଜିଲ୍ଲାପାଳ
ରବୀନ୍ଦ୍ର ସାହୁ ହେଲେ ନୟାଗଡ ଜିଲ୍ଲାପାଳ

ଏହା ବି ପଢନ୍ତୁ-ଆରମ୍ଭ ହେବ ଫୁଟବଲ୍ ଫର୍ ସ୍କୁଲ କାର୍ଯ୍ୟକ୍ରମ

୨୦୨୦ ବ୍ୟାଚର ମଧୁମିତାଙ୍କୁ ବାଲିଗୁଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଏହାସହ ସେ ବାଲିଗୁଡା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ । ୨୦୨୦ ବ୍ୟାଚର ବେଦଭୂଷଣଙ୍କୁ ଧର୍ମଗଡ ଉପଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଛି । ଏହାସହ ସେ ଧର୍ମଗଡ଼ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ ।

୨୦୨୦ ବ୍ୟାଚର ଚଭନ କୁନାଲ ମୋତିରାମଙ୍କୁ ବାଲେଶ୍ବର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସେ ବାଲେଶ୍ଵର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ । ସେହିପରି କୁଚିଣ୍ଡା ଉପଜିଲ୍ଲାପାଳ ହୋଇଛନ୍ତି ୨୦୨୦ ବ୍ୟାଚର ବିଭୂତି ଭୂଷଣ ନାୟକ । ସେ ମଧ୍ୟ କୁଚିଣ୍ଡା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.