ETV Bharat / city

ଗତ 24 ଘଣ୍ଟାରେ ନୂଆ 1741 କୋରୋନା ଆକ୍ରାନ୍ତ, ଆଖିବୁଜିଲେ 2

author img

By

Published : Apr 12, 2021, 9:07 AM IST

ଡରାଇଲାଣି କୋରୋନାର ଦ୍ବିତୀୟ ଲହରୀ । ଆଜି ପୁଣି 1741 ନୂଆ କୋରୋନା ସଂକ୍ରମିତ ଚିହ୍ନଟ । ଗଲା 2 ସଂକ୍ରମିତଙ୍କ ଜୀବନ । ଅଧିକ ପଢନ୍ତୁ...

ଗତ 24 ଘଣ୍ଟାରେ ନୂଆ 1741 କୋରୋନା ଆକ୍ରାନ୍ତ
ଗତ 24 ଘଣ୍ଟାରେ ନୂଆ 1741 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: କାୟା ବିସ୍ତାର କରୁଛି କୋରୋନାର ଦ୍ବିତୀୟ ଲହରୀ । ପୁଣି ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ। ଗତ 24 ଘଣ୍ଟାରେ 1741 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 1015 କ୍ବାରେଣ୍ଟାଇନରୁ ରହିଥିବାବେଳେ 726 ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଆଜି ବି ସୁନ୍ଦରଗୁଡରୁ 268 ଓ ଖୋର୍ଦ୍ଧାରୁ 204 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ, କୋରୋନାରେ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଜଣ ନୂଆପଡା ଜିଲ୍ଲାର ।

ଅନୁଗୋଳରୁ 43, ବାଲେଶ୍ବରରୁ 158, ବରଗଡରୁ 97, ଭଦ୍ରକରୁ 11, ବଲାଙ୍ଗୀରରୁ 93 , ବୌଦ୍ଧରୁ 5, କଟକରୁ 58, ଦେବଗଡରୁ 9 ଜଣ ସଂକ୍ରମିତ ହୋଇଛନ୍ତି । ଢେଙ୍କାନାଳଙ୍କୁ 2, ଗଜପତିରୁ 14, ଗଞ୍ଜାମରୁ 9, ଜଗତସିଂହପୁରରୁ 9, ଯାଜପୁରରୁ 38, ଝାରସୁଗୁଡାରୁ 43, କଳାହାଣ୍ଡିରୁ 114, କନ୍ଧମାଳରୁ 8, କେନ୍ଦ୍ରାପଡାରୁ 2, କେନ୍ଦୁଝରରୁ 53, କୋରାପୁଟରୁ 9, ମାଲକାନଗିରିରୁ 3 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ 80, ମୟୂରଭଞ୍ଜରୁ 39 , ନୟାଗଡରୁ 7, ନୂଆପଡାରୁ 96, ପୁରୀରୁ 54, ରାୟଗଡାରୁ 35, ସମ୍ବଲପୁରରୁ 121, ସୋନପୁରରୁ 13 ଜଣ କୋରୋନା ଆକ୍ରାନ୍ତ ବାହାରିଛନ୍ତି ।

ଆଜିର ରିପୋର୍ଟ ପରେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା 3 ଲକ୍ଷ 51 ହଜାର 302ରେ ପହଞ୍ଚିଛି । କୋରୋନା ସକ୍ରିୟ ମାମଲା ଏବେ 9259କୁ ବୃଦ୍ଧି ପାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.