ETV Bharat / city

ଜୋର ଧରିଲା OCA କୋଚ ୱାସିମ ଜାଫରଙ୍କୁ ହଟାଇବା ଦାବି - ନବନିଯୁକ୍ତ କୋଚ ୱାସିମ୍ ଜାଫର

ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ନବନିଯୁକ୍ତ କୋଚ ୱାସିମ୍ ଜାଫରଙ୍କୁ ତୁରନ୍ତ ହଟାଇବା ପାଇଁ ଦାବୀ କରିଛି ହିନ୍ଦୁ ଜାରଗଣ ମଞ୍ଚ । ଅଧିକ ପଢନ୍ତୁ...

OCA coach Wasim Jafar
OCA କୋଚ ୱାସିମ ଜାଫରଙ୍କୁ ତୁରନ୍ତ ହଟାଇବା ପାଇଁ ଦାବୀ କଲା ହିନ୍ଦୁ ଜାଗରଣ ମଞ୍ଚ
author img

By

Published : Jul 28, 2021, 4:41 PM IST

Updated : Jul 28, 2021, 5:07 PM IST

ଭୁବନେଶ୍ବର: OCAରେ ନବନିଯୁକ୍ତ କୋଚ ୱାସିମ୍ ଜାଫରଙ୍କୁ ତୁରନ୍ତ ହଟାଇବା ପାଇଁ ଦାବୀ କଲା ହିନ୍ଦୁ ଜାଗରଣ ମଞ୍ଚ । ଏ ନେଇ ଆଜି ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ବିରୋଧ ପ୍ରଦର୍ଶନ କରିଛି ହିନ୍ଦୁ ଜାଗରଣ ମଞ୍ଚ ।

OCA କୋଚ ୱାସିମ ଜାଫରଙ୍କୁ ତୁରନ୍ତ ହଟାଇବା ପାଇଁ ଦାବୀ କଲା ହିନ୍ଦୁ ଜାଗରଣ ମଞ୍ଚ

ଓଡିଶା କ୍ରିକେଟ ଆସୋସିଏସନରେ ନୂତନ ଭାବେ ନିଯୁକ୍ତ ପାଇଥିବା ପୂର୍ବତନ ଭାରତୀୟ କ୍ରିକେଟର କୋଚ ୱାସିମ୍ ଜାଫର୍ ଙ୍କୁ ତୁରନ୍ତ ହଟାଇବା ପାଇଁ ହିନ୍ଦୁ ଜାଗରଣ ମଞ୍ଚର ସଦସ୍ୟ ମାନେ ଦାବି କରିଛନ୍ତି। ୱାସିମ୍ ଜାଫର୍ ଜଣେ ବିବାଦୀୟ ବ୍ୟକ୍ତି। ସେ ସବୁବେଳେ ଗୋଟିଏ ସମ୍ପ୍ରଦାୟକୁ ପ୍ରାଧାନ୍ୟ ଦିଅନ୍ତି । ଉତ୍ତରାଖଣ୍ଡରେ କୋଚ ଥିବା ବେଳେ ସେ ଏପରି କରୁଥିଲେ। ଏବେ OCA ରେ ଆମେ ତାହା କରିବାକୁ ଦେବୁ ନାହିଁ ବୋଲି କହିଛି ହିନ୍ଦୁ ଜାଗରଣ ମଞ୍ଚ ।

ଯଦି କୋଚ ପଦରୁ ଇସ୍ତଫା ନ ଦେବେ ଆମେ ଆଗାମୀ ଦିନରେ ଆମେ ଓଡିଶା କ୍ରିକେଟ ଆସୋସିଏସନ ଏବଂ ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ଦେବୁ। ଓଡିଶା ଭଳି ରାଜ୍ୟରେ ଏହାକୁ ପ୍ରଶ୍ରୟ ଦେଇପାରିବୁ ନାହିଁ ବୋଲି କହିଛି ହିନ୍ଦୁ ଜାଗରଣ ମଞ୍ଚ।

ଭୁବନେଶ୍ବରରୁ ମନୋରଞ୍ଜନ ଶଂଙ୍ଖୁଆ,ଇଟିଭି ଭାରତ

Last Updated : Jul 28, 2021, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.