ଭୁବନେଶ୍ବର: କୋରୋନା ପାଇଁ ସେପ୍ଟେମ୍ବରରେ ଜାରି ହୋଇଥିବା ଗାଇଡଲାଇନରେ କଟକଣା କୋହଳ ହୋଇଛି । ସପ୍ତାହନ୍ତ ସଟଡାଉନ ଉଠିଛି । ବରଯାତ୍ରୀଙ୍କୁ ଅନୁମତି ମିଳିଛି । ଆଗକୁ ତୃତୀୟ ଲହର ଆଶଙ୍କା ରହିଛି । କଟକଣା କୋହଳ ହେଲେ ମଧ୍ୟ ବିପଦ ଟଳିନାହିଁ । ଆଗକୁ ଅଧିକ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
କଟକଣା ଯାଇଛି ହେଲେ କୋରୋନା ଯାଇନାହିଁ । ଟିକେ ବି ହେୟଜ୍ଞାନ ମହଙ୍ଗା ପଡିପାରେ । ତୃତୀୟ ଲହରରେ ଶିଶୁମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ । ବଜାରରେ ବୁଲିଲେ ସତର୍କତା ଅବଲମ୍ବନ କରିବାକୁ ପଡିବ । ଟିକିଏ ଅସାବଧାନତା ଶିଶୁଙ୍କୁ ସଂକ୍ରମିତ କରିପାରେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ସେ ଆହୁରି କହିଛନ୍ତି, ଟିକା ନେବା ପରେ ସଂକ୍ରମିତ ନ ହେବା ଧାରଣା ସମ୍ପୂର୍ଣ୍ଣ ଭୂଲ । ଟିକା ନେବା ପରେ ହୁଏତ କୋଭିଡ ଲକ୍ଷଣ ଦେଖା ନଯାଇପାରେ ହେଲେ ସଂକ୍ରମିତ ହୋଇପାରନ୍ତି । ତେଣୁ ସତର୍କତା ଓ ସାବଧାନତା ହିଁ ସୁରକ୍ଷା ଦେଇ ପାରିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ନିରଞ୍ଜନ ମିଶ୍ର କହିଛନ୍ତି ଡେଙ୍ଗୁ ସ୍ଥିତି ଭଲ ଅଛି । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କିମିଛି । କିଛି ଦିନ ଭିତରେ ଡେଙ୍ଗୁ ସ୍ଥିତିରେ ଭଲ ସୁଧାର ଆସିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ