ETV Bharat / city

Covid 4th Wave: ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ । ଯଦି ପିଲାଙ୍କୁ ଥଣ୍ଡା ଜ୍ବର ଲକ୍ଷଣ ରହୁଛି ତାହାଲେ ତୁରନ୍ତ ଟେଷ୍ଟ କରାଇ ଆଇସୋଲେସନ ରଖନ୍ତୁ । ଅଧିକ ପଢନ୍ତୁ

Corona Fourth Wave  : ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

author img

By

Published : Apr 22, 2022, 1:18 PM IST

ଭୁବନେଶ୍ବର: କୋରୋନାର ଚତୁର୍ଥ ଲହର ନେଇ ସଜାଗ ସ୍ବାସ୍ଥ୍ୟ ବିଭାଗ । ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ । ଯଦି ପିଲାଙ୍କୁ ଥଣ୍ଡା ଜ୍ଵରର ଲକ୍ଷଣ ରହୁଛି, ଅଭିବାବକ ଓ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ତୁରନ୍ତ ଟେଷ୍ଟ କରାଇ ଆଇସୋଲେସନରେ ରଖନ୍ତୁ । ଯଦି ଆମେ ଜାଣି ଜାଣି ଟେଷ୍ଟ ନ କରିବା, ତାହାଲେ ବିପଦକୁ ଡାକିବା ସହ ସମାନ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଥଣ୍ଡା ଜ୍ୱର ଅର୍ଥ କେବଳ କୋରୋନା ନୁହେଁ । ଅନ୍ୟ ଭାଇରାଲ ଇମ୍ଫେକ୍ସନ ବି ଥଣ୍ଡା ଜ୍ୱର କରାଇଥାଏ ।

Corona Fourth Wave : ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟର କୋଭିଡ ସ୍ଥିତି ପ୍ରସଙ୍ଗକୁ ନେଇ କହିଛନ୍ତି ଯେ ଦେଶରେ ସଂକ୍ରମଣ ବଢ଼ୁଛି, ରାଜ୍ୟରେ ସଂକ୍ରମଣ ନ ବଢ଼ିବ ବୋଲି କହିହେବନି । ତେଣୁ ସତର୍କ ରହିବାକୁ ହେବ । ଆମ ରାଜ୍ୟରେ ସଂକ୍ରମଣ କିଭଳି ନବଢିବ, ଯଦି ବଢ଼ିବ କିଭଳି ଆୟତ୍ତ କରାଯିବ, ତାକୁ ଗୁରୁତ୍ୱ ଦିଆଯାଉଛି । ଆଜି ରାଜ୍ୟରେ ମାତ୍ର 11 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ସ୍ଥିତି ଭଲ ଅଛି । ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି । ଯଦି ଆବଶ୍ୟକ ପଡ଼ିବ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଯିବ । ଔଷଧ, ଅକ୍ସିଜେନ ରାଜ୍ୟରେ ବ୍ୟାପକ ମହଜୁଦ ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ତେବେ ମାସ୍କ ବାଧ୍ୟତାମୂଳକ ପ୍ରସଙ୍ଗ ଉପରେ କହିଛନ୍ତି ଯେ କୋରୋନା ରୋକିବା ପାଇଁ ମାସ୍କ ବେଶ ଗୁରୁତ୍ୱପୂର୍ଣ୍ଣ । ଭିଡଠୁ ଦୂରେଇ ରହିବା ଦରକାର । ଅଲଗା ରାଜ୍ୟରେ ଯେହେତୁ ସଂକ୍ରମଣ ବଢ଼ୁଛି, ଆମକୁ ସତର୍କ ରହିବାକୁ ପଡ଼ିବ । ଯଦି ଆମେ ସବୁ ନିୟମ ପାଳନ କରିବା, ସଂକ୍ରମଣକୁ ରୋକିପାରିବା । ଦିଲ୍ଲୀ, ପଞ୍ଜାବରେ ସଂକ୍ରମଣ ହାର ବଢିବା ପରେ ମାସ୍କ ବାଧ୍ୟତାମୂଳକ କରଯାଇଛି । ଏଥିପାଇଁ ଦଣ୍ଡବିଧାନ ବ୍ୟବସ୍ଥା ହୋଇଛି । ଯଦି ଆମ ରାଜ୍ୟରେ ସଂକ୍ରମଣ ବଢ଼େ, ମାସ୍କ ଲାଗି ନୂଆ ନିୟମ ଆସିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.