ETV Bharat / city

ରାଜଧାନୀରେ ଲୁଚିଥିଲା ହାର୍ଡକୋର କ୍ରିମିନାଲ, ପଡୋଶୀ ସହ ଝଗଡା ପରେ ହତ୍ୟା କରି ଫେରାର

author img

By

Published : Aug 31, 2021, 10:26 PM IST

କାଳ ହେଲା କ୍ରିମିନାଲ ସହ ଆମ୍ନାସାମ୍ନା । ସାମାନ୍ୟ ଗାଡି ସାମନାକୁ ଆସିଯିବାରୁ ନେଲା ଜୀବନ । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥ ନଗରରେ । ଅଧିକ ପଢନ୍ତୁ...

ରାଜଧାନୀରେ ଲୁଚିଥିଲା ହାର୍ଡକୋର କ୍ରିମିନାଲ, ପଡୋଶି ସହ ଝଗଡା କରି ହତ୍ୟା କରି ଫେରାର

ଭୁବନେଶ୍ବର: କାଳ ହେଲା କ୍ରିମିନାଲ ସହ ଆମ୍ନାସାମ୍ନା । ସାମାନ୍ୟ ଗାଡି ସାମନାକୁ ଆସିଯିବାରୁ ନେଲା ଜୀବନ। ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥ ନଗରରେ । ରବିବାର ରଘୁନାଥପୁରରେ ଏକ ଫେରାର ଆସାମି ରାଜା ଜୟ ସିଂ, ଯେକି ନିଜ ସମ୍ପର୍କିୟଙ୍କ ଘରେ ଲୁଚି ରହୁଥିଲା । ଯାହାକୁ ନେଇ ବହୁତ କମ ଲୋକେ ଜାଣିଥିଲେ ରାଜାକୁ ।

ରବିବାର ସନାତନ ରାଉତରାୟ ନାମକ ଜଣେ ମୋବାଇଲ ଦେକାନୀ ନିଜ ବାଇକ ଯୋଗେ ଆସିବା ବେଳେ ରାଜା ସହ ବାଟରେ ହାବୁଡେଇ ଯାଇଥିଲେ । ଯାହାକୁ ନେଇ ରାଜାକୁ ସନାତନ କହିଥିଲେ ‘‘କଣ ଦିଶୁନି ପୁଅ’’ କହି ସାମ୍ନାସାନି ହୋଇଥିଲା । ଯାହାର କ୍ରୋଧରେ ରାଜା ‘‘ଚିହ୍ନିଚୁରେ ପୁଅ କିଏ’’ ବୋଲି କହି ଧମକାଇଥିଲା।

ସେହିଠାରୁ ସୁତ୍ରପାତ ହୋଇଥିଲା ଗଣ୍ଡଗୋଳର ରୁପ । ପରେ ରାଜା ତାର ସମ୍ପର୍କିୟଙ୍କ ଯୋଗେ ରାତିରେ ମଦ ପିଇ ଝଗଡା କରିଥିଲେ। ପରେ ଏତେ ମାତ୍ରାର ଝଗଡା ହୋଇଥିଲା ଯେ, ନିଶାରେ ଚୁର ରାଜା ରାତି ୨ ବେଳକୁ ସହଯୋଗୀଙ୍କ ଜରିଆରେ ସନାତନକୁ ଘର ବାହାରକୁ ଘୋଷାଡି ଆଣିଥିଲା । ଆଉ ତାପରେ ବିଧା ମାରିବା ପରି ହାତରେ ଛୁରିରେ ସନାତନର ଛାତିକୁ ଆକ୍ରମଣ କରିଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ହସପିଟାଲ ନେବା ସମୟରେ ସନାତନର ମୃତ୍ୟ ହୋଇଥିଲା ।

ଯାହାକୁ ନେଇ ମୋବାଇଲ ଦୋକାନ କରିଥିବା ସନାତନର ପରିବାର ଓ ସମ୍ପର୍କିୟ କ୍ରିମିନାଲକୁ ଲୁଚାଇ ରଖିଥିବାରୁ ଏଭଳି ଏକ ଭୟଙ୍କର ଘଟଣା ଘଟିଲା ବୋଲି ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଦୁଇ ମହିଳାଙ୍କ ସମେତ ମୋଟ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ । କିନ୍ତୁ, ଏଠାରେ ପ୍ରଶ୍ନ ଉଠୁଛି ବସ୍ତିକୁ ଚାଲ ଅଭିଯାନ ଆରମ୍ଭ କରିଥିବା ଅଫିସର ବସ୍ତିରେ କ୍ରିମିନାଲ ଉପରେ ଫୋକସ ଦେଉଥିବା ବେଳେ, ଜଣେ ହାର୍ଡକୋର କ୍ରିମିନାଲ ଆସି ରାଜଧାନୀରେ ଲୁଚି ରହିବା ଓ ତା’ର ଗତିବିଧି ସମ୍ପର୍କରେ ପୋଲିସ ନଜାଣିପାରିବା ଏହା କମିଶନରେଟ ପୋଲିସର ଇଣ୍ଟେଲିଜେନ୍ସ ଫେଲୁଅର ଓ ଥାନା ଅଞ୍ଚଳରେ ଅପରାଧୀକ ଗତିବିଧି ଉପରେ ନଜର ରଖିବାରେ ପୋଲିସ ଫେଲ ମାରିଛି ବୋଲି ଅଭିଯୋଗ ହୋଇଛି ।

ଯେଉଁଥି ପାଇଁ ଏଭଳି ଅପରାଧୀ ଲୁଚି ଛପି ସହରର ସୁସ୍ଥ ବାତାବରଣ ଖରାପ କରିବା ସହ ଅପରାଧୀକ କାର୍ଯକଳାପ ଘଟାଇ ଲୋକଙ୍କ ଅବସ୍ଥା ବେହାଲ କରୁଛନ୍ତି । ଯାହାକୁ ନେଇ ଏସବୁ ପାଇଁ କିଏ ପ୍ରଶୟ ଦେଉଛି ବୋଲି ପ୍ରଶ୍ନ ଉଠିଛି ? ବଡବଡ କାର୍ଯକ୍ରମ କରି ବସ୍ତି ଚାଲ ଅଭିଯାନ ହେଉଛି ସତ ହେଲେ କ୍ରିମିନାଲ ସେମାନଙ୍କର ଗତିବିଧି ଜାରି ରଖିଥିଲେ ମଧ୍ୟ ତାହା ପୋଲିସ ନଜରକୁ ଆସୁନି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.