ETV Bharat / city

ସରକାରୀ ଅଫିସର ମାନେ ଶାସକ ଦଳର ଏଜେଣ୍ଟ ଭାବେ କାମ କରୁଛନ୍ତି: ସୁଦର୍ଶନ ଦାସ - ସରକାରୀ ବାବୁ ମାନେ ଏଜେଣ୍ଟ ଭାବେ କାମ କରୁଛନ୍ତି

ସରକାରୀ ଅଫିସର ମାନେ ଶାସକ ଦଳର ଏଜେଣ୍ଟ ଭାବରେ କାମ କରି ଭୋଟରେ ଜାଲିଆତି କରୁଥିବା ଅଭିଯୋଗ କରିଛି କଂଗ୍ରେସ । ବାଲେଶ୍ବର ବସ୍ତା ଶିଂଲା ଥାନା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି। ଅଧିକ ପଢନ୍ତୁ

ସୁଦର୍ଶନ ଦାସ
ସୁଦର୍ଶନ ଦାସ
author img

By

Published : Feb 19, 2022, 7:52 AM IST

ଭୁବନେଶ୍ବର: ସରକାରୀ ଅଫିସର ମାନେ ଶାସକ ଦଳର ଏଜେଣ୍ଟ ଭାବରେ କାମ କରି ଭୋଟରେ ଜାଲିଆତି କରୁଥିବା ଅଭିଯୋଗ କରିଛି କଂଗ୍ରେସ । ବାଲେଶ୍ବର ବସ୍ତା ଶିଂଲା ଥାନା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି ।

ସରକାରୀ ଅଫିସର ମାନେ ଶାସକ ଦଳର ଏଜେଣ୍ଟ ଭାବେ କାମ କରୁଛନ୍ତି: ସୁଦର୍ଶନ ଦାସ

ବସ୍ତା ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରୀ ବାବୁଙ୍କ ସହଯୋଗରେ ମତଦାନ ସମୟରେ ବ୍ୟାପକ ଜାଲିଆତି, ବୁଥ ଦାଖଲ, ଧମକ ଚମକ ଇତ୍ୟାଦି ଘଟଣା ଘଟିଛି l ସ୍ବଚ୍ଛ ଓ ନିରପେକ୍ଷ ମତଦାନକୁ ସାବ୍ୟସ୍ତ କରିବା କ୍ଷେତ୍ରରେ ନିର୍ବାଚନ କମିଶନ ସରକାରୀ ଅଫିସର ମାନଙ୍କୁ ଯେଉଁ ଦାୟିତ୍ଵ ଦେଇଥିଲେ ସେଥିରେ ସେମାନେ କେବଳ ଅବହେଳା କରି ନାହାନ୍ତି । ପରନ୍ତୁ ଶାସକ ଦଳ ସହିତ ମିଶି ମତଦାନ ପ୍ରକ୍ରିୟାକୁ ବିଭ୍ରାନ୍ତ ଓ ପ୍ରଭାବିତ କରିଛନ୍ତି l ଶିଂଲl ଥାନା ଅଧିକାରୀ ହେଉଛନ୍ତି ଏହାର ଏକ ଜ୍ବଳନ୍ତ ଉଦାହରଣ l ବସ୍ତା ବ୍ଲକର କlଦରୟାନ, କାରୁଆ ଇତ୍ୟାଦି ବିଭିନ୍ନ ବୁଥରେ ତାଙ୍କ ସହଯୋଗ ଓ ପ୍ରରୋଚନାରେ ବୁଥ ଦଖଲ, ରିଗିଂ, ଫଲ୍ସ ଭୋଟିଂ ହୋଇଛି।

କାଦରାୟାନର ୭, ୮ ଓ ୯ ନମ୍ବର ବୁଥ ସମେତ ଅନ୍ୟାନ୍ୟ ବୁଥ ଗୁଡିକ ଅତ୍ୟନ୍ତ ସମ୍ବେଦନଶୀଳ। ୨୦୧୭ ପଞ୍ଚାୟତ ନିର୍ବାଚନରେ ଏଠାରେ ବ୍ୟାପକ ହିଂସାକାଣ୍ଡ ଓ ପୋଡା ଜଳା ହୋଇଥିଲା l ୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ବୁଥ ଦାଖଲ ଓ ରିଗିଙ୍ଗ ହୋଇଥିବା ଯୋଗୁଁ ପୁନଃ ନିର୍ବାଚନ ହୋଇଥିଲା l ଏକଥାକୁ ଶିଂଲା ଥାନାର ଭାରପ୍ରାପ୍ତ ଅଧିକାରୀ ଭଲ ଭାବରେ ଜାଣନ୍ତି l ତା ସତ୍ତ୍ବେ ସେ ଏଠାରେ କୌଣସି ପ୍ରତିକାର କଲେ ନାହିଁ l ବୋଲି କଂଗ୍ରେସ ନେତା ସୁଦର୍ଶନ ଦାଶ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.